ସନଟ୍ୟାନ ଏବଂ ବ୍ରଣର ସମସ୍ୟାରୁ ମୁକ୍ତି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଫେସ ସ୍କ୍ରବ
ଅତ୍ୟଧିକ ଖରା ଏବଂ ରାଡିଏସନ କାରଣରୁ ତ୍ୱଚାରେ କଳା ଦାଗ, ବ୍ରଣର ସମସ୍ୟା ଦେଖାଯାଇଥାଏ । ସମୟ ସମୟରେ ଏହାର ଉପଚାର ନକଲେ ଏହା ଅତ୍ୟଧିକ ସମସ୍ୟା ସୃଷ୍ଟି କରିଥାଏ । ମୁଖରେ ଏହି କଳାଦାଗକୁ ସନଟ୍ୟାନ କୁହାଯାଇଥାଏ । ସନ ଟ୍ୟାନ ହେଉ କିମ୍ବା ବ୍ରଣ ସମସ୍ୟାରୁ ମୁକ୍ତି ପାଇଁ ବଜାରରେ ବହୁ ପ୍ରକାରର ସ୍କ୍ରବ ଉପଲବ୍ଧ । କିନ୍ତୁ ରସାୟନିକ ମିଶ୍ରଣ ହେତୁ ଏହା ସମସ୍ତଙ୍କ ତ୍ୱଚାରେ ଭଲ ଫଳାଫଳ ଦେଖାଇନଥାଏ । ତେଣୁ ଆସନ୍ତୁ ଜାଣିବା ରୋଷେଇ ଘରେ ଉପଲବ୍ଧ ହେଉଥିବା କିଛି ଉତ୍ପାଦରେ କିପରି ପ୍ରସ୍ତୁତ କରିବେ ସ୍କ୍ରବ ।
୧. ଚାଉଳ ଗୁଣ୍ଡ, ଗୋଲାପ ଜଳ, ଲେମ୍ବୁର ସ୍କ୍ରବ – ଚାଉଳଗୁଣ୍ଡ ସହିତ କିଛି ଲେମ୍ବୁ ଏବଂ ଗୋଲାପଜଳ ମିଶାଇ ହାଲକା ହାତରେ ତ୍ୱଚାରେ ସ୍କ୍ରବ କରନ୍ତୁ । ଏହା ପରେ ୧୦ମିନିଟ ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହା ଅତ୍ୟନ୍ତ କୋମଳ ତ୍ୱଚା ପାଇଁ ଉପଯୁକ୍ତ ନୁହେଁ । ମୁହଁ ଧୋଇବା ପରେ ତ୍ୱଚାରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ ।
୨. ଚାଉଳ ଗୁଣ୍ଡ, ଚନ୍ଦନ ପାଉଡର, ଦୁଗ୍ଧ – ଚାଉଳଗୁଣ୍ଡ, ଚନ୍ଦନ ପାଉଡର ଏବଂ ଦୁଗ୍ଧର ଏକ ମିଶ୍ରଣ ପ୍ରସ୍ତୁତ କରି ତ୍ୱଚାରେ ୪ରୁ ୫ମିନିଟ୍ ସ୍କ୍ରବ କରନ୍ତୁ । ଏହା ପରେ ଏହାକୁ ଭଲଭାବେ ଧୋଇ ମଶ୍ଚରାଇଜର ଲଗାନ୍ତୁ । ଚନ୍ଦନ ପାଉଡର ନଥିଲେ ଆପଣ ମୁଲତାନି ମାଟି ମଧ୍ୟ ବ୍ୟବହାର କରିପାରିବେ ।
୩. କଫି, ଚିନିର ସ୍କ୍ରବ – କଫି ଏବଂ ଚିନିର ଏକ ସ୍କ୍ରବ ପ୍ରସ୍ତୁତ କରି ତ୍ୱଚାରେ ୫ମିନିଟ ପର୍ଯ୍ୟନ୍ତ ସ୍କ୍ରବ କରନ୍ତୁ । ଏହା ଦ୍ୱାରା ବ୍ରଣ ଏବଂ ତ୍ୱଚାରେ ଥିବା କଳା ଦାଗ ଧିରେ ଧିରେ ଲୋପ ପାଇଥାଏ । ଏହା ପରେ ଆପଣ ବରଫ ମଧ୍ୟ ଲଗାଇପାରିବେ ଏବଂ ପରେ ମଶ୍ଚରାଇଜର ଲଗାନ୍ତୁ ।
୪. ଦହି ଏବଂ ଓଏସ ପାଉଡର – ଦହି ଏବଂ ଓଟସ ପାଉଡରକୁ ମୁହଁରେ ଲଗାଇ ସ୍କ୍ରବ କରନ୍ତୁ ଏଥିରେ ଆପଣ ଆଲୋଭେରା ଜେଲ ମଧ୍ୟ ପକାଇପାରିବେ । ଏହା ଦ୍ୱାରା ତ୍ୱଚାରେ କଳା ଦାଗ ଏବଂ ବ୍ଲାକ ହେଡସ ଦବର ହୋଇଥାଏ ।
୫. ହଳଦି, ମହୁ ଏବଂ ଆଲୋଭେରା ଜେଲ – ହଲଦି ରୋଷେଇ ଘରେ ଉପଲବ୍ଧ ହେଉଥିବା ଏକ ସୁପର ଫୁଡ । ହଳଦି ,ମହୁ ଏବଂ ଆଲୋଭେରାର ମିଶ୍ରଣକୁ ତ୍ୱଚାରେ ଲଗାଇ ଭଲଭାବେ ସ୍କ୍ରବ କରନ୍ତୁ ଏହା ପରେ ଭଲଭାବେ ଥଣ୍ଡା ପାଣିରେ ଧୋଇ ମଶ୍ଚରାଇଜର ପ୍ରୟୋଗ କରନ୍ତୁ ।
Comments are closed.