ପବ୍ ଭିଡିଓକୁ ନେଇ ଥମୁନି ବିବାଦ; ରାହୁଲଙ୍କ ସମର୍ଥନରେ ବାହାରିଲେ ଟିଏମସି ସାଂସଦ ମହୁଆ ମୋଇତ୍ରା, କହିଲେ କିଛି ଏପରି
ନେପାଳର ଏକ ପବ୍ରେ ରାହୁଲ ଗାନ୍ଧୀଙ୍କ ଭିଡିଓ ଭାଇରାଲ ହେବା ପରେ ରାଜନୀତି ଆରମ୍ଭ ହୋଇଛି। ଏହାରି ଭିତରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଖରୁ ଲେଖିକା ତସଲିମା ନସରିନ ମଧ୍ୟ ତାଙ୍କ ସର୍ଥନରେ ବାହାରିଛନ୍ତି। ମୋଇତ୍ରା ବିଜେପିକୁ ଟାର୍ଗେଟ କରି ଟୁଇଟ କରିଛନ୍ତି। । ସେ ଟୁଇଟରେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ବା କୌଣସି ଲୋକ ନିଜର ବ୍ୟକ୍ତିଗତ ସମୟରେ ନାଇଟକ୍ଲବ କିମ୍ୱା ବିବାହ ଭୋଜିରେ ଯୋଗ ଦେଲେ ଏଥିପାଇଁ ବିବାଦ କାହିଁକି ଆସୁଛି। ସେ ଆହୁରି ଲେଖିଛନ୍ତି ଯେ ବିଜେପିର ରୋଗ ହେଲା ଟ୍ରୋଲ କରିବା। ଯାହାକୁ ଦଳ ଖୁବ୍ ସୁନ୍ଦର ଢ଼ଙ୍ଗରେ କରିଥାଏ। ଯେମିତି ଚାହା କେଟଲିରେ ବିୟର ପିଇଥାନ୍ତି।
ସେହିଭଳି ଲେଖିକା ତସଲିମା ନସରିନ ମଧ୍ୟ ରାହୁଲଙ୍କ ସମର୍ଥନରେ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି ଯେ କୌଣସି ରାଜନେତା ନାଇଟକ୍ଲବରେ ଯୋଗ ଦେଲେ ଏଥିରେ ଭୁଲ କଣ ? ସଂସଦରେ ବସି ପୋର୍ଣ୍ଣଗ୍ରାଫି ଦେଖିଲେ ଭଲ। ତାଙ୍କ ବ୍ୟତୀତ ଅଭିନେତ୍ରୀ ସ୍ୱରା ଭାଷ୍କର ଲେଖିଛନ୍ତି ଯେ ଗୋଦି ମିଡିଆର ଫୋମୋ ହାଇ ହୋଇଛି।
ସୂଚନା ଥାଉକି କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ଜଣେ ବନ୍ଧୁଙ୍କ ବିବାହରେ ସାମିଲ ହେବା ପାଇଁ ନେପାଳ ଯାଇଥିଲେ। ଏହି ସମୟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଏକ ପବ୍ରେ ଯୋଗ ଦେଇଛନ୍ତି। ତାଙ୍କର ଆଖପାଖ ଲୋକ ପାର୍ଟି କରୁଥିଲେ। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ଲଗାତାର ରାହୁଙ୍କୁ ଟାର୍ଗେଟ କରୁଛି।
ନେପାଳ ଖବରକାଗଜ ‘ଦି କାଠମାଣ୍ଡୁ ପୋଷ୍ଟର’ ଅନୁସାରେ ରାହୁଲ ଗାନ୍ଧୀ ନେପାଳରେ ତାଙ୍କ ବନ୍ଧୁ ସୁମ୍ମିମା ଉଦାସଙ୍କ ବିବାହରେ ସାମିଲ ହେବା ପାଇଁ କାଠମାଣ୍ଡୁ ଆସିଥିଲେ।ସୁମ୍ମିମା ସିଏନଏନର ପୂର୍ବରୁ ସାମ୍ୱାଦିକତା କରୁଥିଲେ। ମିଡିଆ ରିପୋର୍ଟ ଅନୁସାରେ ରାହୁଲ ଗାନ୍ଧୀ ସୋମବାର କାଠମାଣ୍ଡୁ ପହଞ୍ଚିଥିଲେ।
Comments are closed.