ଚୀନରେ ଭୟଙ୍କର ହେଉଛି କରୋନା, ୨୬ସହରରେ ପୁଣି ଲକ୍‌ଡାଉନ୍

Share It

କିଛି ଦିନର ସ୍ଥିରତା ପରେ ପୁଣି ବଢିବାରେ ଲାଗିଛି କରୋନା ଗ୍ରାଫ୍ । ଚୀନରେ ଏହାର ପ୍ରଭାବ ବହୁମାତ୍ରାରେ ପଡ଼ିଥିବା ଦେଖାଯାଉଛି । ଫଳରେ ଚୀନରେ ହେବାକୁ ଥିବା ୧ ମଇରେ ଶ୍ରମିକ ଦିବସର ସାର୍ବଜନିକ କାର୍ଯ୍ୟକ୍ରମ ଉପରେ ରୋକ ଲାଗିଛି । ପୂର୍ବ ୭୩ବର୍ଷର ଇତିହାସରେ ଏହା ପ୍ରଥମ ଥର ଯାହାକି ମଇ ଦିବସର ଆୟୋଜନ ହୋଇନାହିଁ। ଆର୍ଥିକ ରାଜଧାନୀ ସଂଘାଇରେ ପୁଣି ଥରେ ଶକ୍ତ ଲକଡାଉନ ଏବଂ ବେଜିଂରେ କରୋନାର ମାମଲାରେ କମ୍ ନ ଆସିବା ପରେ ବି ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଘଟଣା ଉପରେ ନିରବ ରହିଛନ୍ତି । ଏପ୍ରିଲରେ ଜିନପିଙ୍ଗ କେତେକ ସାର୍ବଜନୈକ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲେ, ମାତ୍ର କରୋନା ଏବଂ ଲକଡାଉନ ବିଷୟରେ କୌଣସି ବୟାନ ଦେଇନଥିଲେ । ଏପରିକି ୨.୫କୋଟି ଜନବସତି ଥିବା ସଂଘାଇର ଲୋକମାନଙ୍କ ଗଣମାଧ୍ୟମରେ ମଧ୍ୟ କୌଣସି ବାର୍ତ୍ତା ଦେଇନଥିଲେ । ଚୀନର କେତେକ ସହରରେ ଲକଡାଉନ କାରଣରୁ ଲୋକଙ୍କୁ ଖାଇବା ପିଇବା ଜିନିଷ ଲାଗି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି । ରାଷ୍ଟ୍ରପତି ଜିନପିଙ୍ଗ ପ୍ରଥମେ ପାଖାପାଖି ୭୫ଲକ୍ଷ ସରକାରୀ କର୍ମଚାରୀଙ୍କୁ ଜରୁରୀ ସାମଗ୍ରୀ ବିତରଣ ଏବଂ ଅନ୍ୟ କାମରେ ଲଗାଇଛନ୍ତି । ପରେ ଯେତେବେଳେ ସରକାରୀ କର୍ମଚାରୀଙ୍କ ସଂଖ୍ୟା କମ୍ ପଡ଼ିବା ଲାଗି ଲାତ ଏବେ କମ୍ୟୁନିଷ୍ଟ ପାର୍ଟିର ପାଖାପାଖି ୫୦ଲକ୍ଷ କର୍ମକର୍ତ୍ତାଙ୍କୁ କାମରେ ଲଗାଇଛନ୍ତି ।

୨୬ସହରରେ ଲକଡାଉନ କାରଣରୁ ଚୀନର ୨୨ପ୍ରତିଶତ ଜିଡିପି ଉପରେ ପ୍ରଭାବ ପଡ଼ିଛି । ଏଭଳି କି ୧୧୨୬ଲକ୍ଷ କୋଟିର ସମୁଦାୟ ଜିଡିପିରେ ୨୪୭ଲକ୍ଷ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବିତ ହେଉଛି । ଏପ୍ରିଲର ସୂଚନା ଅନୁସାରେ ଚୀନର ମ୍ୟାନୁଫ୍ୟାକ୍ଚରିଂ ଆଉଟପୁଟ ବି ପୂର୍ବ ଦୁଇ ବର୍ଷ ହେବ ସବୁଠାରୁ କମ୍ ରହିଛି ।

ଚୀନର ଡିଜିଂଗୟାନ, ଜିଲିନ, ସଂଘାଇ, ବେଜିଂ ସମେତ ୮ଟି ସ୍ଥାନରେ ପାଖାପାଖି ୨ମାସ ହେବ ସ୍କୁଲ ବନ୍ଦ ରହିଛି । ଏଠାରେ ଓମିକ୍ରନ ଭାଇରସ କାରଣରୁ ନୂତନ ମାମଲା ବନ୍ଦ ହେଉନାହିଁ । ଫଳରେ ଜିନପିଙ୍ଗ ସରକାର ଏହି ଅଞ୍ଚଳର ସ୍କୁଲରେ ପଢୁଥିବା ପ୍ରାଇମେରୀ ସ୍କୁଲ ପିଲାମାନଙ୍କର କରୋନା ଟେଷ୍ଟିଂର ଆଦେଶ ଦେଇଛନ୍ତି । ପିଲାମାନଙ୍କ ଘରୁ ଆଣି ଯାଞ୍ଚ କରାଯାଉଛି ।


Share It

Comments are closed.