ବର୍ଲିନ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଇଜିସି ବୈଠକରେ ଦେବେ ଯୋଗ
୩ ଦିନିଆ ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ଜର୍ମାନୀର ରାଜଧାନୀ ବର୍ଲିନ୍ରେ ପହଞ୍ଚିଛନ୍ତି। କିଛି ସମୟ ମଧ୍ୟରେ ସେ ଭାରତ-ଜର୍ମାନୀ ମଧ୍ୟରେ ହେବାକୁ ଥିବା ଆଇଜିସି ବୈଠକରେ ଯୋଗ ଦେବେ। ଏହାପରେ ଜର୍ମାନୀର ଚାନ୍ସେଲର ଓଲାଫ ସ୍କାଲ୍ଜଙ୍କ ସହ ସାକ୍ଷାତ କରିବେ। ଏହାପରେ ସନ୍ଧ୍ୟାରେ ଜର୍ମାନୀରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋନ୍ଧିତ କରିବେ। ଏହି କାର୍ଯୟକ୍ରମ ପରେ ପ୍ରଧାନମନ୍ତ୍ରୀ ମେ ୩ରେ ଡେନମାର୍କର ରାଜଧାନୀ କୋପେନହେଗନରେ ଗସ୍ତରେ ଯିବେ। ଏଠାରେ ଇଣ୍ଡୋ-ନର୍ଡିକ୍ ସମ୍ମିଳନୀରେ ଭାଗ ନେବେ। କୋପେନହେଗନରେ ମୋଦି ପ୍ରବାସୀ ଭାରତୀୟଙ୍କୁ ସମ୍ବୋନ୍ଧିତ କରିବେ।
ମେ ୨ ରୁ ୪ ମଧ୍ୟରେ ପ୍ରଧାନମନ୍ତ୍ରୀ ଜର୍ମାନୀ, ଡେନମାର୍କ, ଫ୍ରାନ୍ସ ଗସ୍ତରେ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଖୁବ୍ ଗୁରୁତ୍ଵପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ବୈଦେଶିକ ସଚିବ ବିନୟ କ୍ଵାତ୍ରା କହିଛନ୍ତି ଯେ, ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପୀୟ ଦେଶ ଗୁଡ଼ିକଙ୍କ ଆଗରେ ଭାରତର ଦୃଷ୍ଟିକୋଣ ରଖିବେ। ୟୁକ୍ରେନ୍ ସହ ଶତ୍ରୁତା ନକରି ଆଲୋଚନା ଜରିଆରେ ସମାଧାନ କରିବାକୁ ଭାରତ ବାର୍ତ୍ତା ଦେବ।
୨୦୨୧ରେ ଭାରତ-ଜର୍ମାନୀ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୭୦ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚାନ୍ସେଲର ସ୍କୋଲଜଙ୍କ ସହ ରଣନୈତିକ, ଆଞ୍ଚଳିକ ଏବଂ ବିଶ୍ଵସ୍ତରୀୟ ବିକାଶ ବିଷୟରେ ଆଲୋଚନା କରିବେ। ଜର୍ମାନୀ ଚାନ୍ସେଲର ଏବଂ ମୋଦି ଶିଳ୍ପ ସହଯୋଗ ପାଇଁ ଏକ ବ୍ୟବସାୟ ରାଉଣ୍ଡଟେବୁଲ୍ ବୈଠକରେ ସମ୍ବୋଧିତ କରିବେ।
Comments are closed.