ଲକ୍ଷ୍ନୌର ବିଜୟ ପରେ ନିଜକୁ ରୋକିପାରିଲେ ନାହିଁ ଗମ୍ଭୀର, ଜାଣନ୍ତୁ ଏପରି କ’ଣ କଲେ ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ତଥା ସାଂସଦ ଗୌତମ ଗମ୍ଭୀର ସବୁବେଳେ କିଛି ନା କିଛି ବୟାନକୁ ନେଇ ଚର୍ଚ୍ଚାରେ ଥାନ୍ତି । ପୁଣି ଥରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଏହି ଘଟଣା ଦେଖାଦେଇଛି । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିଥିଲା । ମ୍ୟାଚର ଶେଷରେ ଲକ୍ଷ୍ନୌ ଟିମ୍ ନିଜ ନାଁରେ ୬ରନ୍ କରିଥିଲା। ଏହି ମୁକାବିଲାକୁ ନିଜ ନାଁରେ କରିବା ପରେ ଲକ୍ଷ୍ନୌର ଶିବିରରେ ସମସ୍ତେ ଉତ୍ସବ ମନାଇବାକୁ ଲାଗିଥିଲେ । ଏହା ମଧ୍ୟରେ ଟିମ୍ର ମେଣ୍ଟର ଏବଂ ବରିଷ୍ଠ ଖେଳାଳୀ ଗୌତମ ଗମ୍ଭୀର ବି ଉପସ୍ଥିତ ଥିଲେ ।
An elated dugout as @LucknowIPL win by 6 runs against #DelhiCapitals.#TATAIPL #DCvLSG pic.twitter.com/EVagwBHHVA
— IndianPremierLeague (@IPL) May 1, 2022
ଲକ୍ଷ୍ନୌର ବିଜୟ ଉପରେ ଗମ୍ଭୀର ଏପରି ରିଆକ୍ସନ ଦେଲେ କି ତାଙ୍କର ଭିଡ଼ିଓ ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଲକ୍ଷ୍ନୌର ବିଜୟ ପରେ ଗୌତମ ଗମ୍ଭୀର ନିଜର ହିତାହିତ ଜ୍ଞାନ ହଜାଇ ଦେଇଥିଲେ । ଏହି ମହାନ ଖେଳଳୀ ନିଜ ସିଟ୍ ଛାଡ଼ି ଏପରି ସେଲିବ୍ରେଟ କରିବାକୁ ଲାଗିଥିଲେ କି ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଥିଲେ । ଏହାସହ ଏପରି ଜୋସରେ ଥିଲେ କି ଏହି ସମୟରେ ତାଙ୍କ ମୁହଁରୁ ଗାଳି ବି ବାହାରି ପଡ଼ିଥିଲା । ଏହା ଏଥିଲାଗି ଥିଲା କି ଲକ୍ଷ୍ନୌ ଏବଂ ଦିଲ୍ଲୀ ମଧ୍ୟରେ ଥିବା ମ୍ୟାଚ୍ ଶେଷ ଓଭର ପର୍ଯ୍ୟନ୍ତ ରୋମାଞ୍ଚକର ଥିଲା । ଯାହାକୁ ଉଭୟେ ଜିତିବାର ସମ୍ଭବନା ଥିଲା । ରୋମାଞ୍ଚକର ସ୍ଥିତିକୁ ନେଇ ଗମ୍ଭୀର ନିଜକୁ କାବୁ କରିପାରିନଥିଲେ, ଯେଉଁଥି ପାଇଁ ଏପରି ଘଟଣା ଘଟିଥିଲା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
Comments are closed.