ଏପ୍ରିଲ ୨୭ ରେ ମୀନ ରାଶିରେ ପ୍ରବେଶ କରିବେ ଶୁକ୍ର, ଏହି ରାଶିର ବ୍ୟକ୍ତିଙ୍କୁ ରହିବାକୁ ହେବ ସତର୍କ

Share It

ଶୁକ୍ର ଏପ୍ରିଲ ୨୭ ରେ ମୀନ ରାଶିରେ ପ୍ରବେଶ କରିଛନ୍ତି। ଶୁକ୍ରଙ୍କ ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ପଡିବ। ଜ୍ୟୋତିଷଙ୍କ ଅନୁଯାୟୀ, ଏହି ସମୟରେ ଅନେକ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳାଫଳ ମିଳିବ। ଆଉ କିଛି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡିବ। ତେବେ ଶୁକ୍ର ରାଶି ପରିବର୍ତ୍ତନ ସମୟରେ କେଉଁ ରାଶିର ବ୍ୟକ୍ତି ସତର୍କ ରହିବା ଉଚିତ୍ ଆସନ୍ତୁ ଜାଣିବା।

ମେଷ- ଶୁକ୍ର ଆପଣଙ୍କ ରାଶିର ଦ୍ୱାଦଶ ଘରେ ପ୍ରବେଶ କରିଛନ୍ତି। ଆପଣଙ୍କୁ ଜୀବନରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ।

ବିଛା- ଶୁକ୍ର ଆପଣଙ୍କ ରାଶିର ପଞ୍ଚମ ଘରେ ପ୍ରବେଶ କରିଛନ୍ତି। କ୍ୟାରିୟର, ଶିକ୍ଷା ଏବଂ ଚାକିରିରେ ଅଗ୍ରଗତି ହୋଇପାରେ, କିନ୍ତୁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ଦରମା ବୃଦ୍ଧି ହେବାର ସମ୍ଭାବନା ରହିବ। ଛାତ୍ରମାନେ ସଫଳତା ପାଇପାରନ୍ତି। ଜୀବନସାଥୀ ସହିତ ସମ୍ପର୍କ ଭଲ ରହିବ। ବିନିଯୋଗ ପାଇଁ ଏହା ଏକ ଭଲ ସମୟ।

ସିଂହ- ଶୁକ୍ର ଆପଣଙ୍କ ରାଶିର ଅଷ୍ଟମ ଘରେ ପ୍ରବେଶ କରିଛନ୍ତି। ଏହି ସମୟରେ ଆପଣଙ୍କୁ କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ। ଚାକିରୀ କରୁଥିବା ବ୍ୟକ୍ତି ବିବାଦରୁ ଦୂରେଇ ରହିବା ରହିବେ।

ତୁଳା- ଶୁକ୍ର ତୁଳା ରାଶିର ଷଷ୍ଠ ଘରେ ପ୍ରବେଶ କରିଛନ୍ତି। ଏହି ସମୟରେ ଆପଣ ମିଶ୍ରିତ ଫଳାଫଳ ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତି ବିବାଦରୁ ଦୂରେଇ ରହିବେ। ପରିବାରରେ ଝଗଡା ଠାରୁ ଦୂରେଇ ରହିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବେ। ସ୍ୱାସ୍ଥ୍ୟର ଯତ୍ନ ନେବେ।

ମକର- ଶୁକ୍ର ମକର ରାଶିର ତୃତୀୟ ଘରେ ପ୍ରବେଶ କରିଛନ୍ତି। ଭାଇ-ଭଉଣୀଙ୍କର ସହଯୋଗ ମିଳିବ। ଚାକିରିରେ ସକାରାତ୍ମକ ଫଳାଫଳ ପାଇବେ। ବ୍ୟବସାୟରେ ବିନିଯୋଗର ଲାଭବାନ ହେବେ। ଭାଗ୍ୟର ସମର୍ଥନ ପାଇବେ।


Share It

Comments are closed.