ୟୁକ୍ରେନ୍କୁ ସାଥ ଦେଉଥିବା ଦେଶମାନଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେଲେ ପୁଟିନ୍
ୟୁକ୍ରେନ୍ ଓ ଋଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧସ୍ଥିତିରେ ଆଉ କାହାର ହସ୍ତକ୍ଷେପକୁ ପସନ୍ଦ କରୁନି ଋଷ। ଧମକ ଦେଲେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ଯୁଦ୍ଧରେ ହସ୍ତକ୍ଷେପ କରୁଥିବା ଦେଶ ଗୁଡ଼ିକ ଉପରେ ଋଷ ତତ୍କାଳ ଆକ୍ରମଣ କରିବ ବୋଲି ଭ୍ଲାଦିମିର୍ ପୁଟିନ୍ ଚେତାବନୀ ଦେଇଛନ୍ତି।
ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଯେ, ଯେଉଁ ଦେଶମାନେ ଏହି ଯୁଦ୍ଧରେ ହସ୍ତକ୍ଷେପ କରୁଛନ୍ତି ସେମାନଙ୍କ ଉପରେ ତତ୍କାଳ ଆକ୍ରମଣ କରିବାକୁ ଋଷ ନିକଟରେ ସାଧନ ରହିଛି। ୟୁକ୍ରେନ୍କୁ ଅସ୍ତ୍ର ପଠାଇବା ବନ୍ଦ କରୁ ଆମେରିକା। ପଶ୍ଚିମ ଦେଶ ଗୁଡ଼ିକ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଏହି ଯୁଦ୍ଧକୁ ଆହୁରି ଭ୍ରମିତ କରୁଛନ୍ତି। ସେମାନେ ଋଷକୁ ଭାଗ ଭାଗରେ ବିଭକ୍ତ କରିବାକୁ ଚାହୁଁଛନ୍ତି। ସେମାନେ ଋଷ ସହ ଯୁଦ୍ଧ କରିବାକୁ ୟୁକ୍ରେନ୍କୁ ଠେଲୁଛନ୍ତି। ତେଣୁ ଯଦି କୌଣସି ଦେଶ ଏହି ଯୁଦ୍ଧରେ ହସ୍ତକ୍ଷେପ କରେ ତାହାକୁ ଋଷ ସ୍ଵୀକାର କରିବ ନାହିଁ। ଏଭଳି ହେଲେ ସେହି ଦେଶ ଗୁଡ଼ିକ ବିରୋଧରେ ଋଷ ଜବାବମୂଳକ କାର୍ଯ୍ୟାନୁଷ୍ଠାନ ନେବ। ଏଥିପାଇଁ ଆମ ନିକଟରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଅଛି। ହେଲେ ଏଥିପାଇଁ ଆମେ ଗର୍ବ କରୁନାହୁଁ, କିନ୍ତୁ ଆବଶ୍ୟକ ପଡ଼ିଲେ ଆମେ ଏହାର ବ୍ୟବହାର କରିବୁ।
ଫେବୃଆରୀ ୨୪ ଠାରୁ ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏଯାବତ୍ ପ୍ରାୟ ୫୦ ଲକ୍ଷ ଲୋକ ୟୁକ୍ରେନ୍ ଛାଡ଼ି ଯାଇସାରିଲେଣି। ସେପଟେ ଋଷ ସେନା ୟୁକ୍ରେନ୍ ଉପରେ ଘନଘନ ମିଶାଇଲ୍ ମାଡ଼ କରି ସହର ଗୁଡ଼ିକୁ ଧ୍ଵଂସ ବିଧ୍ଵଂସ କରିସାରିଲେଣି।
Comments are closed.