ଇଣ୍ଡସଇଣ୍ଡ ବ୍ୟାଙ୍କ ସହିତ ଏୟାରଟେଲ ପେମେଂଟସ୍ ବ୍ୟାଙ୍କର ସହବନ୍ଧିତା

Share It

ଭୁବନେଶ୍ୱର: ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଇଣ୍ଡସଇଣ୍ଡ ବ୍ୟାଙ୍କ ସହବନ୍ଧିତାରେ ଫିକ୍ସଡ ଡିପୋଜିଟ (ଏଫଡି) ସୁବିଧାର ଶୁଭାରମ୍ଭ କରାଯାଇଛି । ଏହା ସହିତ ଏୟାରଟେଲ ପେମେଂଟ ବ୍ୟାଙ୍କ ନିଜର ଡିଜିଟାଲ ବ୍ୟାଙ୍କିଙ୍ଗ ପୋର୍ଟଫୋଲିଓ କୁ ଆହୁରି ସୁଦୃଢ଼ କରିଛି । ଗ୍ରାହକମାନେ ବର୍ତମାନ ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍ ରେ ଏକ ବାଧାରହିତ ଡିଜିଟାଲ ଯାତ୍ରା ମାଧ୍ୟମରେ ୫୦୦ ଟଙ୍କାର ରୁ ଆରମ୍ଭ କରି ୧,୯୦,୦୦୦ଟଙ୍କା ପର୍ଯ୍ୟନ୍ତର ଫିକ୍ସଡ ଡିପୋଜିଟ ବୁକ କରିପାରିବେ । ଏହି ସହବନ୍ଧିତା ସହିତ ଏୟାରଟେଲ ପେମେଂଟ ବ୍ୟାଙ୍କ ସଂଚୟ ଖାତାର ଗ୍ରାହକମାନେ ୬.୫% ପ୍ରତି ବର୍ଷ ପର୍ଯ୍ୟନ୍ତର ସୁଧ ହାର ପାଇବେ ଏବଂ ବରିଷ୍ଠ ନାଗରିକମାନେ ସମସ୍ତ ଫିକ୍ସଡ ଡିପୋଜିଟ ଉପରେ ୦.୫% ଅତିରିକ୍ତ ସୁଧ ପାଇବେ । ଗ୍ରାହକମାନେ ୧,୨ କିମ୍ବା ୩ ବର୍ଷର ଏକ ସ୍ଥାୟୀ ଅବଧି ପାଇଁ ଏକାଧିକ ଏଫଡି ବୁକ୍ କରିପାରିବେ । ଗ୍ରାହକମାନେ ଏୟାରଟେଲ ଥ୍ୟାଙ୍କସ୍ ଆପ୍ ମାଧ୍ୟମରେ ମାଚ୍ୟୁରିଟି ତାରିଖ ପୂର୍ବରୁ ଗୋଟିଏ ଏଫଡିକୁ ବାହାର ମଧ୍ୟ କରିପାରିବେ ଏବଂ ମାଚ୍ୟୋର ପୂର୍ବରୁ ପ୍ରତ୍ୟାହାର ଉପରେ କୌଣସି ଦଣ୍ଡ କିମ୍ବା ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରାଯିବ ନାହିଁ । ନିବେଶ କରାଯାଇଥିବା ରାଶିକୁ କିଛି ମିନିଟ ମଧ୍ୟରେ ଲିଙ୍କ ହୋଇଥିବା ଆକାଉଂଟକୁ ଫେରସ୍ତ କରାଯିବ ।

ଏହା ସମ୍ପର୍କରେ ଏୟାରଟେଲ ପେମେଂଟ ବ୍ୟାଙ୍କ ର ଚିଫ ଅପରେଟିଙ୍ଗ ଅଫିସର ଶ୍ରୀ ଗଣେଶ ଅନନ୍ତନାରାୟଣ କହିଛନ୍ତିଯେ, “ଆମ ଗ୍ରାହକଙ୍କୁ ଆମର ସୁବିଧାଜନକ ପେମେଂଟ ବ୍ୟାଙ୍କ ସହିତ ଏକ ଫିକ୍ସଡ ଡିପୋଜିଟ ସୁବିଧା ର ଆବଶ୍ୟକତା ରହିଥିଲା । ଫିକ୍ସଡ ଡିପୋଜିଟ ସୁବିଧା ପ୍ରଦାନ କରିବା ପାଇଁ ଇଣ୍ଡସଇଣ୍ଡ ବ୍ୟାଙ୍କ ସହିତ ସହଭାଗିତା କରି ଆମେ ବେଶ ଆନନ୍ଦିତ । ଏକ ସୁରକ୍ଷିତ ଏବଂ ବିପଦମୁକ୍ତ ନିବେଶ ଚାହୁଁଥିବା ଗ୍ରାହକଙ୍କ ପାଇଁ ଫିକ୍ସଡ ଡିପୋଜିଟ ଏକ ଭଲ ବିକଳ୍ପ ଏବଂ ଏହା ଆମର ବଢ଼ୁଥିବା ସରଳ, ସୁରକ୍ଷିତ ଏବଂ ପୁରସ୍କୃତ ଡିଜିଟାଲ ସମାଧାନ ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଅଟେ ।”

ସେହିଭଳି ଏହି ସହବନ୍ଧିତା ଉପରେ ମତ ରଖି ଇଣ୍ଡସଇଣ୍ଡ ବ୍ୟାଙ୍କର ଡିଜିଟାଲ ବ୍ୟାଙ୍କିଙ୍କ ଏବଂ ଷ୍ଟ୍ରାଟଜି ହେଡ ଶ୍ରୀ ଚାରୁ ମାଥୁର କହିଛନ୍ତି ଯେ, “ଇଣ୍ଡସଇଣ୍ଡ ବ୍ୟାଙ୍କରେ ଏକାଧିକ ଟଚ ପଏଂଟରେ ଗ୍ରାହକଙ୍କ ସହ ଯୋଗାଯୋଗ କରିବାକୁ ଆମେ କ୍ରମାଗତ ଭାବେ ଆମର ପ୍ରଯୁକ୍ତିଗତ କୌଶଳ ଉପରେ ଧ୍ୟାନ ଦେଇଥାଉ । ଏହାକୁ ଧ୍ୟାନରେ ରଖି ଆମେ ଏୟାରଟେଲ ପେମେଂଟ ବ୍ୟାଙ୍କ ସହ ସହବନ୍ଧିତା କରି ଅତ୍ୟନ୍ତ ଆନନ୍ଦିତ । ଯାହାଦ୍ୱାରା ଏୟାରଟେଲ ଥ୍ୟାଙ୍କ୍‌ସ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ଫିକ୍ସଡ ଡିପୋଜିଟ ବୁକିଙ୍ଗ କରିବାର ଏକ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟାକୁ ଆଗକୁ ବଢ଼ାଯାଇପାରିବ । ଏହି ସହବନ୍ଧିତା ସହିତ ଆମେ ବର୍ତମାନ ଏକ ତୃତୀୟ ଫାଇଦା ପ୍ରଦାନ କରିବୁ ଯାହାକି ହେଉଛି ଏକ ବାଧାରହିତ ଆପ୍ଲିକେସନ ଯାତ୍ରା ।”


Share It

Comments are closed.