ଟ୍ୱିଟରକୁ ଏଲନ୍ ମସ୍କ କିଣିବା ପରେ ବିଦା ହୋଇପାରନ୍ତି ସିଇଓ ପରାଗ ଅଗ୍ରୱାଲ

Share It

ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଏହା ସହିତ ୨୦୧୩ ରୁ ଚାଲୁଥିବା ଏହି କମ୍ପାନୀ ଏବେ ପ୍ରାଇଭେଟ୍ ହୋଇଛି। ଟ୍ବିଟର ବିକ୍ରି ହେବାପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କୁ ବାହାର କରିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଏଲନ୍ ମସ୍କ ଟ୍ୱିଟର କିଣିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରକାର ଆଶଙ୍କା କରାଯାଉଛି। ସେଭଳି ପରାଗ ଅଗ୍ରୱାଲ ଏହି ଡିଲ୍‌କୁ ନେଇ ହୋଇଥିବା ବୈଠକରେ ନିଜର କର୍ମଚାରୀଙ୍କୁ କହିଛନ୍ତି, ମସ୍କଙ୍କ ଲିଡରସିପ୍‌ରେ ଟ୍ୱିଟରର ଭବିଷ୍ୟତ ଏବେ ଅନ୍ଧକାର।କମ୍ପାନୀ ଏବେ କିଭଳି ଆଗକୁ ଯିବା ତାହା କହିବା ଏବେ କଷ୍ଟକର ।

ରିସର୍ଚ୍ଚ ଫାର୍ମ ଇକ୍ବିଭେଲର ଅନୁସାରେ, ଟ୍ୱିଟର ଇଙ୍କର ସିଇଓ ପରାଗ ଅଗ୍ରୱାଲ ଯଦି ଟ୍ୱିଟର ଇଙ୍କରୁ ହଟିଯାଆନ୍ତି ତେବେ ତାଙ୍କୁ ୪୨ ମିଲିୟନ ଡଲାର ଅର୍ଥାତ ୩୨୧ କୋଟି ଟଙ୍କା ଦେବାକୁ ହେବ। କାରଣରୁ ପରାଗ ଅଗ୍ରୱାଲଙ୍କୁ ଆସିବାର ମାତ୍ର ୫ ମାସ ହୋଇଛି। ଏଭଳି ସ୍ଥିତିରେ କମ୍ପାନୀର ନିୟମ ଅନୁସାରେ, ୧୨ ମାସ ଭିତରେ କାର୍ଯ୍ୟକାଳ ଶେଷ ହେଲେ ଟ୍ୱିଟର ଇଙ୍କ ପରାଗ ଅଗ୍ରୱାଲଙ୍କୁ ୪୨ ମିଲିୟନ ଡଲାର ଦେବାକୁ ପଡିବ। ମସ୍କ ପୂର୍ବରୁ ମଧ୍ୟ କହିସାରିଛନ୍ତି ତାଙ୍କୁ ଟ୍ୱିଟରର ମ୍ୟାନେଜମେଣ୍ଟ ଉପରେ ଭରସା ନାହିଁ। ସେଥିପାଇଁ ପରାଗ ଅଗ୍ରୱାଲଙ୍କୁ ବାହାର କରାଯିବାର ଆଶଙ୍କା କରାଯାଉଛି। ଉଲ୍ଲେଖନୀୟ ଯେ, ପରାଗ ଅଗ୍ରୱାଲ ଟ୍ୱିଟର ର ଚିଫ୍ ଟେକ୍ନୋଲୋଜି ଅଫିସର ଥିଲେ, ଗତ ବର୍ଷ ନଭେମ୍ବରରେ ତାଙ୍କୁ ଟ୍ୱିଟର ର ସିଇଓ କରାଯାଇଥିଲା।


Share It

Comments are closed.