ଆଜି ଚେନ୍ନାଇ-ପଞ୍ଜାବ ମଧ୍ୟରେ ଦେଖିବାକୁ ମିଳିବ ଜୋରଦାର ଫାଇଟ
ଚଳିତ ଆଇପିଏଲ୍ର ୩୮ତମ ଲିଗ୍ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ରଦର୍ଶନକୁ ଭୁଲି ଉଭୟ ଦଳ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ପଞ୍ଜାବ କିଙ୍ଗ୍ସ ମୋଟ ୬ ପଏଣ୍ଟ ସହ ଅଷ୍ଟମ ଓ ସୁପରକିଙ୍ଗ୍ସ ୪ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ସୋମବାର ମ୍ୟାଚ୍ ଜରିଆରେ ଉଭୟ ଦଳ ପଏଣ୍ଟ ତାଲିକାରେ ଉନ୍ନତି ଆଣିବାକୁ ପ୍ରୟାସ କରିବେ ।
ଲିଗ୍ ପର୍ଯ୍ୟାୟର ଅଷ୍ଟମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଓ ସୁପରକିଙ୍ଗ୍ସ ସାମ୍ନାସାମ୍ନି ହୋଇଥିଲେ । ଏହି ମ୍ୟାଚ୍ରେ ସୁପରକିଙ୍ଗ୍ସ ୫୪ରନ୍ରେ ପରାଜିତ ହୋଇଥିଲା । ରବୀନ୍ଦ୍ର ଜାଡ଼େଜାଙ୍କ ନେତୃତ୍ୱାଧିନ ସୁପରକିଙ୍ଗ୍ସ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଶେଷ ଲିଗ୍ରେ ଦଳ ରୋମାଞ୍ଚକର ବିଜୟ ହାସଲ କରିଥିଲା । ମହେନ୍ଦ୍ର ସିଂହ ଧୋନି (ଅପରାଜିତ ୨୮) ଅନ୍ତିମ ବଲ୍ରେ ଚୌକା ମାରି ଦଳକୁ ଜିତାଇଥିଲେ । ଏହି ବିଜୟ ଦଳର ମନୋବଳ ଦ୍ୱିଗୁଣିତ କରିଛି । ଧୋନି ଓ ଅଲରାଉଣ୍ଡର ଶିବମ ଦୁବେଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ମୟଙ୍କ୍ ଅଗ୍ରୱାଲଙ୍କ ନେତୃତ୍ୱାଧିନ ପଞ୍ଜାବ କିଙ୍ଗ୍ସ ସୁପରକିଙ୍ଗ୍ସ ବିପକ୍ଷରେ ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିବ । ଏହି ମ୍ୟାଚ୍ରେ ଷ୍ଟାର୍ ବ୍ୟାଟର ଲାଏମ୍ ଲିଭିଙ୍ଗ୍ଷ୍ଟୋନ୍ଙ୍କ ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ । ସେ ପୂର୍ବ ମ୍ୟାଚ୍ରେ ଅଲରାଉଣ୍ଡ୍ ପ୍ରଦର୍ଶନ କରି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଲିଭିଙ୍ଗ୍ଷ୍ଟୋନ୍ ୬୦ ରନ୍ କରିବା ସହ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ସୋମବାର ଓଡେନ ସ୍ମିଥ୍ ଓ ଭାନୁକା ରାଜପାକ୍ସା ଏକାଦଶକୁ ଫେରିବା ସମ୍ଭାବନା ରହିଛି ।
Comments are closed.