ଲତା ମଙ୍ଗେଶକରଙ୍କ ସାନ ଭାଇ ହୃଦୟନାଥ ହସ୍ପିଟାଲରେ ଭର୍ତ୍ତି
ଲତା ମଙ୍ଗେଶକର ଏବଂ ଆଶା ଭୋସଲେଙ୍କ ସାନଭାଇ ହୃଦୟନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ହୃଦୟନାଥଙ୍କ ପୁଅ ଆଦିନାଥ ମଙ୍ଗେଶକର ଏହି ସୂଚନା ଦେଇଛନ୍ତି। ଦଶ ଦିନ ମଧ୍ୟରେ ତାଙ୍କ ବାପାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଆଦିନାଥ କହିଛନ୍ତି। ତେବେ ହୃଦୟନାଥଙ୍କୁ କାହିଁକି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସେ ସ୍ପଷ୍ଟ କରି ନାହାଁନ୍ତି।
ଲତା ଦିନନାଥ ମଙ୍ଗେଶକର ପୁରସ୍କାର ସମାରୋହରେ ଆଦିନାଥ ସମାବେଶକୁ ସମ୍ବୋଧିତ କରି କହିଛନ୍ତି, ତାଙ୍କ ବାପା ଏହି ଅବସରରେ ସ୍ୱାଗତ ଭାଷଣ ଦେଉଥିଲେ ଏବଂ ଟ୍ରଷ୍ଟ ବିଷୟରେ ସୂଚନା ଦେଉଥିଲେ କିନ୍ତୁ ଚଳିତ ବର୍ଷ ସେ ତାହା କରିପାରୁ ନାହାଁନ୍ତି। କାରଣ ସେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି।
ଆଦିନାଥ ଆହୁରି କହିଛନ୍ତି, ଭଗବାନଙ୍କ କୃପାରୁ ସେ ଆସନ୍ତା ୮-୧୦ ଦିନରେ ଘରକୁ ଫେରିଆସିବେ। ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ପ୍ରଥମେ ଲତା ଦିନନାଥ ମଙ୍ଗେଶକର ପୁରସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ଥିଲେ। ସେ ହୃଦୟନାଥ ମଙ୍ଗେଶକରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
Comments are closed.