ପେଟର ଚର୍ବି କମାଇବା ପାଇଁ କରନ୍ତୁ ପବନମୁକ୍ତାସନ ଆସନ
ବର୍ତ୍ତମାନ ସମୟରେ ପେଟରେ ଚର୍ବି ବଢ଼ିବା ସହ ଓଜନ ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଉଛି। ସେଥିପାଇଁ ଆଜି ଆମେ ନେଇ ଆସିଛୁ ପବନମୁକ୍ତାସନର ଉପକାର। ଏହା କରିବା ଦ୍ୱାରା ଖୁବ୍ ଶୀଘ୍ର ପେଟର ଚର୍ବି କମେଇବା ସହ ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ, ସ୍ନାୟୁ ପ୍ରଣାଳୀକୁ ଷ୍ଟିମୁଲେଟ କରିବାରେ ଏବଂ ପେଟରୁ ଗ୍ୟାସ୍ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ସହିତ ଏଭଳି କରିବା ଦ୍ୱାରା ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥ ମଧ୍ୟ ବାହାର କରିଥାଏ । ଆସନ୍ତୁ ଜାଣିବା ପବନମୁକ୍ତାସନ ଅଭ୍ୟାସ କରିବା ଦ୍ୱାରା ଏହାର ଫାଇଦା ଓ ଏହା କରିବାର ଉପାୟ।
ପବନମୁକ୍ତାସନ କଣ ?
ପବନମୁକ୍ତାସନ ସଂସ୍କୃତର ଦୁଇଟି ଶବ୍ଦ ପବନ ଓ ମୁକ୍ତିରୁ ଆସିଛି। ଏଥିରେ ପବନର ଅର୍ଥ ହେଉଛି ‘ବାୟୁ’ ଏବଂ ମୁକ୍ତିର ଅର୍ଥ ହେଉଛି ‘ମୁକ୍ତି’ ପାଇବା। ପବନମୁକ୍ତାସନ ଏକ ଆରାମଦାୟକ ଆସନ, ଯାହା ସମସ୍ତଙ୍କ ପାଇଁ ଉପଯୁକ୍ତ।
ପବନମୁକ୍ତାସନ କରିବାର ତରିକା
ଏହି ଯୋଗାସନ କରିବା ପାଇଁ, ଆପଣ ପ୍ରଥମେ ପିଠି ଉପରେ ଶୋଇ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ।
ବର୍ତ୍ତମାନ ପାଦର ଆଣ୍ଠୁକୁ ବଙ୍କା କରି ଦୁଇ ହାତର ଆଙ୍ଗୁଠିକୁ କିଛି ଦୂରରେ ରଖ।
ଏହାପରେ ଆପଣଙ୍କ ଆଣ୍ଠୁକୁ ପେଟ ପାଖକୁ ନିଅନ୍ତୁ।
ଏବେ ନିଶ୍ୱାସ ଛାଡ଼ିବା ସମୟରେ ଆଣ୍ଠୁକୁ ଆପଣଙ୍କ ଛାତି ପାଖକୁ ନେଇଯାଆନ୍ତୁ।
ଏହାପରେ ତୁମର ଜଙ୍ଘକୁ ପେଟକୁ ପାଖକୁ ଆଣ ଏବଂ ହାତରେ ଦବାନ୍ତୁ।
୧୦ ସେକେଣ୍ଟ ଯାଏ ନିଶ୍ୱାସ ରୋକିବା ପରେ ଗୋଡ଼କୁ ସିଧା କରନ୍ତୁ।
ସେହିଭଳି ଦ୍ୱିତୀୟ ଗୋଡ଼େ ମଧ୍ୟ ଏଭଳି କରନ୍ତୁ।
ଏହିପରି ଦୁଇରୁ ତିନି ଥର କରିବା ପରେ ବିଶ୍ରାମ ନିଅନ୍ତୁ।
ପବନମୁକ୍ତାସନ କରିବା ଦ୍ୱାରା ଫାଇଦା
ପବନମୁକ୍ତାସନ କରିବା ଦ୍ୱାରା ପେଟର ଚର୍ବି କମେଇଥାଏ।
ଏହା ଗର୍ଭାସୟ ସହ ଜଡ଼ିତ ସମସ୍ୟାକୁ ଦୂର କରିଥାଏ।
ଅଣ୍ଟାରେ ଦରଦ ଥିଲେ ଏହି ଆସନ ନିଶ୍ଚତ କରନ୍ତୁ ।
ହୃଦଘାତ ଓ ଏସିଡିଟି ଭଳି ସମସ୍ୟା ଦୂର କରିଥାଏ।
ଏହି ଆସନ କରିବା ଦ୍ୱାରା ଆପଣଙ୍କର ଲିଭର ସମସ୍ୟା ମଧ୍ୟ ଦୂର ହେବ।
Comments are closed.