ବାହାର ରାଜ୍ୟରେ ବଢୁଛି ସଂକ୍ରମଣ, ବୁଷ୍ଟର ଡୋଜ୍ ନେବା ପାଇଁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

Share It

ବୁଷ୍ଟର ଡୋଜ୍ ନେଇ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟରେ ଏବେ ସଂକ୍ରମଣ କମୁଥିବାରୁ ଲୋକେ ବୁଷ୍ଟର ଡୋଜ୍ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏବେ ବାହାର ରାଜ୍ୟରେ ସଂକ୍ରମଣ ପୁଣି ବଢ଼ୁଛି। ତେଣୁ ବୁଷ୍ଟର ଡୋଜ୍ ନେବାକୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ଲୋକଙ୍କୁ ଅନୁରୋଧ କରିଛନ୍ତି।

ପରିବାର କଲ୍ୟାଣ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ରାଜ୍ୟରେ ସମୁଦାୟ ୬ କୋଟି ୪୮ ଲକ୍ଷ ୮୧ ହଜାର ଲୋକ କରୋନା ଟିକା ନେଇଛନ୍ତି। ୯୬ ପ୍ରତିଶତ ପ୍ରଥମ ଡୋଜ୍ ନେଇଥିବା ବେଳେ ୯୧ ପ୍ରତିଶତ ଦ୍ଵିତୀୟ ଡୋଜ୍ ନେଇଛନ୍ତି । ସେହିପରି ୧୭ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି । ଏବେବି ୩ ହଜାର ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି ।


Share It

Comments are closed.