ମୋଦିଙ୍କୁ ଚିଠି ଲେଖି ନିଜ ଦେଶରେ ଅଡୁଆରେ ପଡିଲେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ

Share It

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏବେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ୍ ସରିଫ୍ ଅଡୁଆ​‌ରେ ପଡିଛନ୍ତି। ମୋଦିଙ୍କୁ ଲେଖିଥିବା ଚିଠିରେ ଶାହବାଜ୍ ଲେଖିଥିଲେ ଦୁଇ ଦେଶର ଶାନ୍ତି ଓ ବିକାଶ ପାଇଁ ଜମ୍ମୁ-କାଶ୍ମୀର ଓ ଅନ୍ୟ ବିବାଦୀୟ ପ୍ରସଙ୍ଗର ସମାଧାନ କରାଯିବା ଦରକାର। ଚିଠିକୁ ନେଇ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଓ ଭାବରେ ପାକିସ୍ତାନର ହାଇକମିଶନର ଥିବା ଅବଦୁଲ ବାସିତ୍ ଏବେ ସରିଫ୍‌ଙ୍କୁ ଚିଠି ଲେଖି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏହା ଖୁବ୍ ଦୁର୍ବଳ ପ୍ରତିକ୍ରିୟା।
ଉଲ୍ଲେଖନୀୟ ଯେ, ଶାହାବାଜ୍ ସରିଫ୍ ଏହି ଚିଠି ରବିବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛାର ପ୍ରତି ଉତ୍ତରରେ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଶାହାବାଜ୍ସ ରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ହେବା ନେଇ ଟ୍ୱିଟରରେ ଅଭିନନ୍ଦନ ଜଣାଇଥିଲେ। ଏହାର ଉତ୍ତରରେ ମୋଦିଙ୍କୁ ଶାହବାଜ ଚିଠି ଲେଖିଥିଲେ। ତେବେ ଶାହବାଜଙ୍କ ଏହି ଚିଠିକୁ ନେଇ ଅବଦୁଲ ବାସିତ୍ ତାଙ୍କୁ ସମାଲୋଚନା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, କାଶ୍ମୀର କୌଣସି ପ୍ରସଙ୍ଗ ନୁହେଁ, ଏହା ଏକ ବିବାଦ। ପ୍ରଧାନମନ୍ତ୍ରୀ ମୋଦି ନିଜର ଶୁଭେଚ୍ଛାରେ ଆତଙ୍କବାଦ ନେଇ ଆଲୋଚନା କରିଥିଲେ, କିନ୍ତୁ କାଶ୍ମୀରରେ ଭାରତର ରାଜ୍ୟ ଘୋଷିତ ଆତଙ୍କବାଦ କ’ଣ ଓ କମ୍ପାଣ୍ଡର କୁଳଭୂଷଣ ଯାଦବଙ୍କ କ’ଣ ? ପାକିସ୍ତାନକୁ ଏଭଳି କ୍ଷମା ମାଗିଗା ଦରକାର ନାହିଁ।
ଅବଦୁଲ ବାସିତଙ୍କ ଟ୍ୱିଟର ଜବାବ୍‌ରେ ଜଣେ ୟୁଜର ପଚାରିଛନ୍ତି, ତେବେ ପୁଣିଥରେ କ’ଣ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ନିଜର ପ୍ରଥମ କଥାବାର୍ତ୍ତାରେ ଭାରତ ସହିତ ଯୁଦ୍ଧ ଘୋଷଣା କରିଦେବା ଠିକ୍ ଥିଲା? ଜବାବ୍‌ରେ ବାସିତ କହିଛନ୍ତି,ମୋର କହିବାର ଅର୍ଥ କେବଳ ଏତିକି ଥିଲା ​ଭାରତରକୁ ଆହୁରି ଭଲ ଢଙ୍ଗରେ ଉତ୍ତର ଦେଇ ପାରିଥାନ୍ତେ। ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦି ପାକ୍‌ ର ନୂତନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କୁ ଶୁଭେଚ୍ଛା ଜଣାଇ ଟ୍ୱିଟ କରିଥିଲେ। ଏହାପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ଉତ୍ତରରେ ମୋଦିଙ୍କୁ ଚିଠି ଲେଖିଥିଲେ।


Share It

Comments are closed.