ଜେଏନ୍ୟୁ ଗେଟ୍ରେ ହିନ୍ଦୁ ସେନା ଲଗାଇଲା ପତାକା,ପୋଷ୍ଟରରେ ଲେଖିଲା ‘ଭଗୱା ଜେଏନ୍ୟୁ’
ଗତ କିଛି ଦିନ ହେବ ଜେଏନ୍ୟୁରେ ବିବାଦ ସୃଷ୍ଟି ହୋଇଛି। ନିକଟରେ ଦୁଇ ଛାତ୍ର ସଂଗଠନ ଭିତରେ ହୋଇଥିବା ହିଂସକାଣ୍ଡ ଓ ସଂଘର୍ଷ ପରେ ଏକ ଏକ ନୂଆ ମାମଲା ସାମନାକୁ ବସିଛି। ସୂଚନା ଅନୁସାରେ, ଜେଏନ୍ୟୁ କ୍ୟାମ୍ପସ୍ ଆଖପାଖରେ ଗେରୁଆ ରଙ୍ଗର ପତାକା ଲଗାଯିବାର ମାମଲା ସାମନାକୁ ଆସିଛି। ଉଲ୍ଲେଖନୀୟ ଯେ, ଗେରୁଆ ରଙ୍ଗର ଏହି ପତାକା ହିନ୍ଦୁ ସେନା ପକ୍ଷରୁ ଲଗାଯାଇଛ। ଏହା ସହିତ କିଛି ପୋଷ୍ଟର ମଧ୍ୟ ଲଗାଯାଇଛି। ଏହି ପୋଷ୍ଟରରେ ଭଗୱା ଜେଏନ୍ୟୁ ଲେଖାଯାଇଛି। ତେବେ ପରେ ଏହାକୁ ହଟାଇ ଦିଆଯାଇଛି।
ଜେଏନ୍ୟୁ କ୍ୟାମ୍ପସ୍ ଆଖପାଖରେ ମଧ୍ୟ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରରେ ‘ଭଗୱା ଜେଏନ୍ୟୁ’ ଲେଖାଯାଇଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିସିପି କହିଛନ୍ତି, ଆଜି ସକାଳେ ଜେଏନ୍ୟୁର ଆଖପାଖ ଅଞ୍ଚଳରେ ପତାକା ଓ ବ୍ୟାନର ଲଗାଯିବା ନେଇ ସୂଚନା ମିଳିଛି। ନିକଟରେ ଘଟିଥିବା ଘଟଣାକୁ ଦେଖି ଏହାକୁ ତୁରନ୍ତ ହଟାଇ ଦିଆଯାଇଛି। ଏହା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉଛି।
ଉଲ୍ଲେଖନୀୟ ଯେ, ରାମନବମୀ ଅବସରରେ ଜେଏନ୍ୟୁ ୟୁନିଭର୍ସିଟି ଛାତ୍ର ସଂଗଠନ ଏବିଭିପି ଓ ବାମପନ୍ଥୀ ଛାତ୍ର ସଂଗଠନ ଭିତରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ୟୁନିଭର୍ସିଟିର କାବେରି ହସ୍ପିଟାଲରେ ହୋଇଥିଲା। ବିବାଦ ରାମନବମୀର ପୂଜା ଓ ଆମିଷ ଖାଇବାକୁ ନେଇ ବିବାଦ ହୋଇଥିଲା। ଏହି ସମୟରେ ବହୁ ଛାତ୍ର ଆହତ ହୋଇଥିଲେ।
Comments are closed.