ଆଶା ଭୋସଲେଙ୍କ ପୁଅ ଆନନ୍ଦ ହସ୍ପିଟାଲରେ ଭର୍ତ୍ତି
ଗାୟିକା ଆଶା ଭୋସଲେଙ୍କ ପୁଅ ଆନନ୍ଦଙ୍କୁ ଦୁବାଇର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ହଠାତ୍ ବେହୋଶ ହୋଇ ତଳେ ପଡ଼ିଯାଇଥିଲେ। ଯାହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ବର୍ତ୍ତମାନ ବିପଦରୁ ବାହାରି ଜେନେରାଲ୍ ୱାର୍ଡକୁ ସିପ୍ଟ ହୋଇଛନ୍ତି। ଆଶା ଭୋସଲେ ବର୍ତ୍ତମାନ ପୁଅ ଆନନ୍ଦଙ୍କ ସହ ଅଛନ୍ତି।
ସୂଚନା ଅନୁଯାୟୀ, ହଠାତ୍ ଆନନ୍ଦ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। କେହି କିଛି ବୁଝିପାରିଲେ ନାହିଁ ଏବଂ ପରିବାର ସଦସ୍ୟ ସମସ୍ତେ ଭୟଭୀତ ହୋଇଯାଇଥିଲେ। ମୁମ୍ବାଇରେ ଉପସ୍ଥିତ ଥିବା ଅନ୍ୟ ପରିବାର ସଦସ୍ୟ ନିରନ୍ତର ସମ୍ପର୍କରେ ରହି ଆନନ୍ଦଙ୍କ ହାଲଚାଲ ନେଉଛନ୍ତି।
Comments are closed.