ତୁରନ୍ତ ଲୋନ୍‌ ଦେଉଥିବା ଆପ୍‌ ଉପରେ ଲାଗିବ ଅଙ୍କୁଶ, ଆରବିଆଇ ଆଣୁଛି ନୂଆ ପଲିସି

Share It

ଗତ ଦୁଇ-ତିନି ବର୍ଷରେ ଦେଶରେ ଫଟାଫଟ ଲୋନ୍ ଦେଉଥିବା ଆପ୍ ସଂଖ୍ୟା ଖୁବ୍ ବୃଦ୍ଧି ଘଟିଛି। ଏହି ଆପ୍‌ ଗ୍ରାହକଙ୍କୁ କିଛି ମିନିଟ୍‌ରେ ଲୋନ୍‌ ଦେଇଥାଏ। କିନ୍ତୁ ପରେ ଆଦାୟ କରିବା ସମୟରେ ଗ୍ରାହକଙ୍କୁ ଖରାପ ବ୍ୟବହାର ଦେଖାଇଥାଏ। ଗ୍ରାହକଙ୍କ ପକ୍ଷରୁ ସେମାନଙ୍କର ମନମାନୀ ନେଇ ଅନେକ ଅଭିଯୋଗ ମିଳୁଛି। ଏସବୁ ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଡିଜିଟାଲ ଲୋଡିଂକୁ ନେଇ ନୂଆ ପଲିସି ନେଇକି ଆସିଛି।

ଆରବିଆଇ ଗର୍ଭନର ଶକ୍ତିକାନ୍ତ ଦାସ ନିକଟରେ ମୁଦ୍ରା ନୀତିର ବୈଠକ ନେଇ ନିଷ୍ପତ୍ତିର ସୂଚନା ଦେଇ କହିଛନ୍ତି, ଡିଜିଟାଲା ଲ୍ୟାଣ୍ଡିଂ ସମ୍ପର୍କିତ ଗାଇଡଲାଇନ୍‌ ଆଗାମୀ ଦୁଇ ମାସରେ ଜାରି କରିଦିଆଯିବ। ଏଥିରେ ଫଟାପଟ ଲେଣଦେଣ କରୁଥିବା ଆପ୍ କମ୍ପାନୀର ମନମାନୀ ଉପରେ ଲଗାମ ଲଗାଇବ। ଦାସ କହିଛନ୍ତି, ଡିଜିଟାଲ ଲୋଡିଂ ନେଇ ମିଳିଥିବା ସୁପାରିଶର ପରୀକ୍ଷଣ କାର୍ଯ୍ୟ ପୂରଣ ହୋଇସାରିଛି। ଖୁବ୍ ଶୀଘ୍ର ଏହା ଉପରେ ଆଭ୍ୟନ୍ତରୀଣ ଚର୍ଚ୍ଚା ହେବ। ଏହାପରେ ଗାଇଡଲାଇନକୁ ଅନ୍ତିମ ରୂପରେଖ ଦିଆଯିବ।

ଆରବିଆଇ ବ୍ୟାଙ୍କିଙ୍ଗ ଗ୍ରୁପର ମତରେ କେବଳ କେବଳ ଯାଞ୍ଚ ହୋଇଥିବା ଫିଣ୍ଟେକ୍ କମ୍ପାନୀଗୁଡିକୁ ଲୋନ୍‌ ଦେବାକୁ ଅନୁମତି ଦିଆଯିବା ଦରକାର। ବାଏ-ନାଓ-ଆଣ୍ଡ ପେ ଲେଟର ସହିତ ସମସ୍ତ ଫିନଟେକ୍ କମ୍ପାନୀକୁ ଆରବିଆଇର ଗାଇଡଲାଇନ୍ସ ଅନୁସାରେ ଆସିବା ଦରକାର। ଆରବିଆଇର ଗାଇଡଲାଇନ୍ ପରେ ଆପ୍‌ ଉପରେ ରୋକ୍ ଲଗାଯିବ। ଏହି ଗାଇଡ ଲାଇନ୍ କ୍ୟାପିଟାଲ ଫ୍ଲୋଟ୍, ସ୍ଲାଇସ୍, ଜେଷ୍ଟମନି, ପେଟିଏମ୍, ଭାରତପେ ଓ ୟୁଏନ୍ଆଇ ଭଳି ବିଏନ୍‌ପିଏଲ ଉପରେ ମଧ୍ୟ ଲାଗୁ ହେବ।


Share It

Comments are closed.