ସୁପ୍ରିୟା ସୁଲେଙ୍କ ସହ କଥା ହେବା ସମୟର ଭାଇରାଲ ଭିଡିଓ ନେଇ ମୁହଁ ଖୋଲିଲେ ଥରୁର

Share It

କଂଗ୍ରେସ ନେତା ଶଶି ଥରୁର ନିଜର ଏକ ଭିଡିଓକୁ ନେଇ ଆଜିକାଲି ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଭିଡିଓରେ ସେ ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ସହିତ ଲୋକସଭାରେ କଥା ହେଉଥିବାର ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଥିଲେ। ଏବେ ଏହାକୁ ନେଇ ଶଶି ଥରୁର ଜବାବ୍ ରଖିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ସେ ଓ ସୁପ୍ରିୟା ସୁଲେ କ’ଣ କଥା ହେଉଥିଲେ।

ଯେଉଁ ଭିଡିଓକୁ ନେଇ ଥରୁରୁ ସୋସିଆଲ ମିଡିଆର ଚର୍ଚ୍ଚାରେ ରହିଛନ୍ତି, ସେଥିରେ ସେ ଓ ସୁପ୍ରିୟା ସୁଲେ ଲୋକସଭାରେ ନିଜ ନିଜ ସିଟ୍‌ରେ ବସି କଥା ହେଉଥିବାର ଦେଖିବାକୁ ମିଳିଥିଲେ। ଯେଉଁ ସମୟରେ ନ୍ୟାସନାଲ କନଫ୍ରେନ୍ସର ନେତା ଫାରୁକ ଅବଦୁଲା ଗୃହରେ ନିଜର ବକ୍ତବ୍ୟ ଦେଉଥିଲେ। ସେତେବେଳେ ତାଙ୍କ ପଛରେ ସୁଲେ ଓ ଶଶି ଥରୁର ପରସ୍ପର ସହିତ ଆଲୋଚନା କରୁଥିଲେ। ଭିଡିଓ ସାମନାକୁ ଆସିବା ପରେ ଲୋକମାନେ ଏହାକୁ ନେଇ ମଜାଳିଆ ଅନ୍ଦାଜରେ ମିମ୍ସ ସେୟାର କରିଛନ୍ତି।

ଭିଡିଓ ଭାଇରାଲ ହେବାପରେ ଥରୁର ଟ୍ବିଟ୍ କରିଛନ୍ତି, ଯେଉଁ ଲୋକମାନେ ଲୋକସଭାରେ ମୋ ଏବଂ ସୁପ୍ରିୟା ସୁଲେଙ୍କ ମଧ୍ୟରେ ସଂକ୍ଷିପ୍ତ ବାର୍ତ୍ତାଳାପକୁ ନେଇ ପରିହାସ କରୁଛନ୍ତି, ତାଙ୍କୁ ମୁଁ କହିବାକୁ ଚାହେଁ ସେ ମୋଠାରୁ ଏକ ନୀତିଗତ ପ୍ରଶ୍ନ ପଚାରୁଥିଲେ, କାରଣ ସେ ଆଗାମୀ ବକ୍ତାଥିଲେ। ସେ(ସୁପ୍ରିୟା) ଧୀରେ ଧୀରେ କହୁଥିଲେ ଯାହାଫଳରେ ଯେପରି ଫାରୁକଙ୍କୁ କହିବା ଅନୁସାରେ ସମସ୍ୟା ନହୁଏ। ତେଣୁ ମୁଁ ତାଙ୍କ କଥାକୁ ଶୁଣିବା ପାଇଁ ପାଖକୁ ନଇ ଯାଇଥିଲି।
ଟ୍ବିଟରରେ ସୁପ୍ରିୟା ସୁଲେଙ୍କୁ ଟ୍ୟାଙ୍କ କରି ଥରୁର ଏକ ଟ୍ୱିଟ କରିଛନ୍ତି। ଯେଉଁଥିରେ ଯେ ଏକ ଗୀତର କିଛି ଲାଇନ୍ ଲେଖିଛନ୍ତି। ତାହା ହେଲା କୁଛ ତୋ ଲୋଗ୍‌ କହେଙ୍ଗେ….। ଏହାପରେ ସେ ଲେଖିଛନ୍ତି ମା’ ସୀତା ବି ଏଠି ବଦନାମ ହୋଇଛନ୍ତି…।


Share It

Comments are closed.