କିମ ଜୋଙ୍ଗ୍‌ ଭଉଣୀଙ୍କ ଖୋଲା ଧମକ, ଆମ ପରମାଣୁ ଅସ୍ତ୍ର ଦକ୍ଷିଣ କୋରିଆକୁ କରିଦେବ ଧ୍ୱଂସ

Share It

ଉତ୍ତର କୋରିଆର ସେନା ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆକୁ ଦେଲେ ଧ୍ୱଂସ କରିବାକୁ ଧମକ । ସେ କହିଛନ୍ତି କି ଯଦି ଉତ୍ତର କୋରିଆକୁ ଆକ୍ରମଣ କରିବାକୁ ସାହସ କଲେ ଦକ୍ଷିଣ କୋରିଆକୁ ଆଣବିକ ଅସ୍ତ୍ରରେ ଧ୍ୱଂସ କରିଦିଆଯିବ। ତିନି ଦିନ ମଧ୍ୟରେ ଏହା କିମ ୟୋଙ୍କର ଦ୍ୱିତୀୟ ଧମକ ।

ଗତ ସପ୍ତାହରେ ଦକ୍ଷିଣ କୋରିଆର ପ୍ରତିରକ୍ଷା ମୁଖ୍ୟ ସୁହ ୱୁକ୍ ଉତ୍ତର କୋରିଆ ଦ୍ୱାରା ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣ ବିଷୟରେ ଚେତାବନୀ ଦେଇଛନ୍ତି। କିମ ୟୋଙ୍ଗ ମଙ୍ଗଳବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କେସିଏନ୍ଏକୁ କହିଛନ୍ତି ଯେ ‘ପାଗଳ ବ୍ୟକ୍ତି’ ସୁହଙ୍କ ଆମ ଭଳି ପରମାଣୁ ଶକ୍ତି ସମୃଦ୍ଧ ଦେଶ ବିରୁଦ୍ଧରେ ଆକ୍ରମଣର ଚେତାବନୀ ଏକ ବଡ ଭୁଲ । ତାଙ୍କ ଦେଶର ମୁଖ୍ୟ ନୀତି ପରାମର୍ଶଦାତା କିମ ୟୋଙ୍ଗ ଏବଂ ଭାଇ କିମ ଜୋଙ୍ଗ ଉନ କହିଛନ୍ତି ଯେ ଯଦି ଦକ୍ଷିଣ କୋରିଆ ସାମରିକ ବିବାଦ ଆରମ୍ଭ କରେ ତେବେ ଆମର ପରମାଣୁ ଶକ୍ତି ନିଶ୍ଚିତ ଭାବରେ ଏହାର ଦାୟିତ୍ୱ ପୂରଣ କରିବ।

ସୁହ ଶୁକ୍ରବାର କହିଛନ୍ତି ଯେ, ଦକ୍ଷିଣ କୋରିଆ ସୈନ୍ୟବାହିନୀ ନିକଟରେ ଏପରି କ୍ଷେପଣାସ୍ତ୍ର ଅଛି ଯାହା ଉତ୍ତର କୋରିଆର ଯେକୌଣସି ଟାର୍ଗେଟକୁ ଶୀଘ୍ର ଏବଂ ସଠିକ୍ ଭାବରେ ଭେଦ କରିପାରେ । ଯେତେବେଳେ ବି ଉତ୍ତର କୋରିଆର କ୍ଷେପଣାସ୍ତ୍ର ଆସୁଥିବା ଦେଖାଯାଏ, ଆମେ ପ୍ରତିପକ୍ଷ ଆକ୍ରମଣରେ ସମ୍ପୂର୍ଣ୍ଣ ସକ୍ଷମ ଅଟୁ ।

ସୁହଙ୍କ ଚେତାବନୀର ଜବାବରେ କିମ ୟୋ ଜୋଙ୍ଗ କହିଛନ୍ତି କି ଉତ୍ତର କୋରିଆର ପରମାଣୁ ଶକ୍ତିର ମୁଖ୍ୟ ଉଦ୍ଦେଶ୍ୟ ପରମାଣୁ ପ୍ରତିରୋଧକ କ୍ଷମତା ବଜାୟ ରଖିବା । କିନ୍ତୁ ଯଦି ଶଶସ୍ତ୍ର ସଂଘର୍ଷ ହୁଏ ତ ଆମର ଗୋଟିଏ ଝଟକାରେ ଶତ୍ରୁ ପକ୍ଷର ସେନାକୁ ଧ୍ୱଂସ କରିଦେବୁ ।


Share It

Comments are closed.