ରେଭରି ଏବଂ ମୁଲ ପକ୍ଷରୁ ଉତ୍କଳ ଦିବସ ହ୍ୟାକାଥନ୍ ଯନ୍ତ୍ରଯୁଗ ‘୨୨ର ଉପସ୍ଥାପନା
ଭୁବନେଶ୍ୱର, ଓଡ଼ିଶା-ଶୁକ୍ରବାର- ଚଳିତବର୍ଷ ଓଡ଼ିଶାର ୮୬ ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ମୁଲ ଇନୋଭେସନ ଲ୍ୟାବ ଓ ରେଭରି ଲାଙ୍ଗୁଏଜ ଟେକ୍ନୋଲୋଜି ପକ୍ଷରୁ ମିଳିତ ଭାବେ “ଯନ୍ତ୍ରଯୁଗ’୨୨: ଉତ୍କଳ ଦିବସ ହ୍ୟାକାଥନ୍” ର ଆୟୋଜନ କରାଯାଉଛି । ଏପର୍ଯ୍ୟନ୍ତ ଯନ୍ତ୍ରଯୁଗ ପାଇଁ ୩୪ ଟି ଦଳ ପଞ୍ଜୀକରଣ କରିସାରିଛନ୍ତି ।
ଏହି ହ୍ୟାକାଥନ୍ ର ଉଦ୍ଦେଶ୍ୟ ହେଉଛି ଏଭଳି କଠିନ ସମୟରେ ପ୍ରଚଳିତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ “ଓଡ଼ିଶା ପାଇଁ ନିର୍ମାଣ, ଓଡ଼ିଶାରୁ ନିର୍ମାଣ” ପାଇଁ ଟେକ୍ନେ୍ାଲୋଜିର ଉପଯୋଗ କରିବା ଲାଗି ଓଡ଼ିଶାର ଯୁବା ଏବଂ ଉଦୀୟମାନ ଛାତ୍ର ବିକାଶକାରୀ ସମୂହଙ୍କୁ ଏକତ୍ରୀତ କରିବା ।
ଏହି ୨୪ ଘଂଟିଆ ଫର୍ମାଟ ହ୍ୟାକାଥନ୍ ର ଅନ୍ତିମ ପର୍ଯ୍ୟାୟ ଚଳିତବର୍ଷ ଏପ୍ରିଲ ୨ ଏବଂ ୩ ତାରିଖରେ ରେ ଭୁବନେଶ୍ୱର, ଗୋଠପାଟଣା, ସଫ୍ଟୱେର୍ ଟେକ୍ନୋଲୋଜି ପାର୍କସ ଅଫ ଇଣ୍ଡିଆ ପରିସରରେ ଆୟୋଜିତ ହେବ । ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି ।
ଏହି ହ୍ୟାକାଥନ୍ ର ଅଂଶଗ୍ରହଣକାରୀ ମାନେ କେବଳ ନଗଦ ପୁରସ୍କାର ଜିତିବାର ସୁଯୋଗ ପାଇବେନାହିଁ ବରଂ ସେମାନଙ୍କ ପ୍ରସ୍ତାବକୁ ସମ୍ପୂର୍ଣ୍ଣରୂପେ ବିକଶିତ କରିବା ଏବଂ ହୃଦୟଙ୍ଗମ କରିବାକୁ ଶିଳ୍ପ ପରାମର୍ଶଦାତାଙ୍କ ଠାରୁ ମାର୍ଗଦର୍ଶନ ମଧ୍ୟ ପାଇବେ । ଆଶାଜନକ ଆବେଦନକାରୀମାନଙ୍କ ପାଇଁ ଏହି ହ୍ୟାକାଥନ୍ ରେଭରି ଏବଂ ମୁଲ ରେ କାର୍ଯ୍ୟଶିକ୍ଷା ନିଯୁକ୍ତି ସୁଯୋଗ ଖୋଜିବା ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରୁଛି ।
“ଓଡ଼ିଶାର ଯୁବପିଢ଼ି ରାଜ୍ୟର ଜନସାଧାରଣଙ୍କୁ ଘେରି ରହିଥିବା ସାଧାରଣ ଏବଂ ବାରମ୍ବାର ଅବହେଳା ହେଉଥିବା ଆହ୍ୱାନ ଗୁଡ଼ିକ ବିଷୟରେ ଅବଗତ ହେବା ଜରୁରି ଅଟେ, ଯାହାକି ଓଡ଼ିଆରେ ଭାଷା ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ସହଜରେ ସମାଧାନ ହୋଇପାରିବ ।” ବୋଲି ରେଭରି ଲାଙ୍ଗୁଏଜ ଟେକ୍ନୋଲୋଜି ର ସହ-ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ଅରବିନ୍ଦ ପାଣି କହିଛନ୍ତି ।
ସେହିଭଳି ମୁଲ ଇନୋଭେସନ ଲ୍ୟାବ୍ସ ର ସହ-ପ୍ରତିଷ୍ଠାତା ଶୁଭଶ୍ରୀ ମିଶ୍ର କହିଛନ୍ତି ଯେ, “ଆର୍ଥିକ ଅନ୍ତର୍ଭୁକ୍ତିକରଣର ବିଭିନ୍ନ କ୍ଷେତ୍ର, ସ୍ୱାସ୍ଥ୍ୟସେବା ଆଧୁନିକୀକରଣ, ଭାଷା ସ୍ଥାନୀୟକରଣ, ସୁଗମ୍ୟ ଶିକ୍ଷା ଇତ୍ୟାଦିରେ ରାଜ୍ୟର ସମସ୍ୟାଗୁଡ଼ିକ ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଇବାକୁ ଏବଂ ଅଭିନବ ସମାଧାନ ନିର୍ମାଣ କରିବାରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ହ୍ୟାକାଥନ୍ ହେଉଛି ଏକ ଉତମ ଉପାୟ । ଯାହାକି ଏକ ଡିିଜିଟାଲ୍ ଓଡ଼ିଶାର ମୁଳଦୂଆ ପକାଇବ ।”
Comments are closed.