ଭାରତର ୧୦୦ ଶକ୍ତିଶାଳୀ ଲୋକଙ୍କ ଭିତରେ ଶୀର୍ଷରେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଲଗାତାର ବଢିବାରେ ଲାଗିଛି ଓ ଦେଶର ୧୦୦ ସବୁଠାରୁ ଶକ୍ତିଶାଳୀ ଲୋକଙ୍କ ଲିଷ୍ଟରେ ସେ ଏବେ ନମ୍ବର ୧ ସ୍ଥାନରେ ଅଛନ୍ତି। ଏହି ଲିଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମୋହନ ଭାଗବତ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ରହିଛନ୍ତି।
ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ଜାରି ୧୦୦ ଶକ୍ତିଶାଳୀ ଲୋକଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ଶୀର୍ଷରେ ରହିଛନ୍ତି। କରୋନା ମହାମାରୀରୁ ସୃଷ୍ଟି ହୋଇଥିବା ସଙ୍କଟ ଓ ଟିକା ବ୍ୟବସ୍ଥା, ବିଧାନସଭା ନିର୍ବାଚନରେ ବିଜେପିର ମଜବୁତ ହେବାର ସ୍ଥିତିରେ ମୋଦିଙ୍କର ଛବି ସୁଧୁରିଛି। ଏହାଛଡା ନିକଟରେ ଯୁଦ୍ଧଗସ୍ତ ୟୁକ୍ରେନ୍ରୁ ୨୨୦୦୦ରୁ ଅଧିକ ଯୁବ ଭାରତୀୟଙ୍କୁ ଏୟାରଲିଫ୍ଟ କରି ସ୍ବଦେଶ ଆଣିବାରେ ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ବାସ୍ତବିକ ନେତା ଭାବରେ ଠିଆ ହୋଇଛନ୍ତି।
ଶକ୍ତିଶାଳୀ ଲୋକଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଦ୍ବିତୀୟ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରହିଛନ୍ତି। ସେଭଳି ଲିଷ୍ଟର ତୃତୀୟ ସ୍ଥାନରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ଓ ଚତୁର୍ଥ ନମ୍ବରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟଧ ଜେପି ନଡ୍ଡା ରହିଛନ୍ତି। ୯୬ ବିଲିୟନ ଡଲର (ଫୋବର୍ସର ଅନୁସାରେ) ମୋଟ ସମ୍ପତ୍ତି ସହିତ ସବୁଠାରୁ ଧନୀ ଭାରତୀୟ ମୁକେଶ ଅମ୍ବାନୀ ସବୁଠାରୁ ଶକ୍ତିଶାଳୀ ତାଲିକାରେ ୫ ନମ୍ବରରେ ରହିଛନ୍ତି।
ନିକଟରେ ସରିଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦମଦାର ବିଜୟ ପରେ ଯୋଗୀ ଆଦିତ୍ୟନାଥ ୧୦୦ ସବୁଠାରୁ ଶକ୍ତିଶାଳୀ ଲୋକଙ୍କ ଲିଷ୍ଟରେ ଷଷ୍ଟ ସ୍ଥାନରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପରେ ଏହି ଲିଷ୍ଟରେ ସପ୍ତମ ସ୍ଥାନରେ ଗୌତମ ଆଡାନୀ, ଅଷ୍ଟମରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ନବମ ସ୍ଥାନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଦଶମ ସ୍ଥାନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରହିଛନ୍ତି।। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୧ ତମ ସ୍ଥାନ, ପ୍ରତିରକ୍ଷା ମନ୍ତ୍ରୀ ୧୩, ଉଦ୍ଧବ ଠାକରେ ୧୬, ଶରଦ ପାଓ୍ବାର ୧୭, ସୋନିଆ ଗାନ୍ଧି ୨୭, ରାହୁଲ ଗାନ୍ଧି ୫୧ ଓ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୫୬ ତମ ସ୍ଥାନରେ ରହିଛନ୍ତି ।
Comments are closed.