ନିଲାମ ହେଲା ସୁନାର ମାସ୍କ, ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Share It

ଦକ୍ଷିଣ ଫ୍ରାନ୍ସରେ ଊନବିଂଶ ଶତାବ୍ଦୀର ଏକ କାଠ ଖୋଦିତ ମାସ୍କର ନିଲାମକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଗାବୋନିସ୍ ସମ୍ପ୍ରଦାୟର ଲୋକମାନେ ଏହି ମାସ୍କ ବିକ୍ରିକୁ ବିରୋଧ କରୁଛନ୍ତି। ସେ ନିଲାମ ସାଇଟକୁ ଯାଇ ହଙ୍ଗାମା ସୃଷ୍ଟି କରିଥିଲେ, କିନ୍ତୁ ମାସ୍କ ବିକ୍ରୟକୁ ରୋକି ପାରିନଥିଲେ। ଏହି ଅଦ୍ଭୁତ ଦେଖାଯାଉଥିବା ମାସ୍କକୁ ୪.୬ ମିଲିୟନ୍ ଡଲାରରେ ବିକ୍ରି କରାଯାଇଛି।

ସୂଚନା ଅନୁଯାୟୀ, ଫ୍ରାନ୍ସର ମଣ୍ଟପେଲିଅର୍ ସହରରେ କାର୍ଯ୍ୟକର୍ତ୍ତାମାନେ ନିଲାମ ହେଉଥିବା ସ୍ଥାନରେ ଯାଇ କହିଥିଲେ, ଯିଏ ବି ଏହି ମାସ୍କ କିଣିବେ ସେ ଚୋରି ସାମଗ୍ରୀ ପାଇବେ। ଏହି ବିରଳ କାଠ ମାସ୍କ ଗାବୋନର ଫାଙ୍ଗ ଅନୁସୂଚିତ ଜନଜାତିଙ୍କ ଦ୍ୱାରା ଧାର୍ମିକ ସମାରୋହରେ ବ୍ୟବହୃତ ହୁଏ।

ମଣ୍ଟପେଲିଅରର ଗାବୋନିସ୍ ସମ୍ପ୍ରଦାୟର ସଦସ୍ୟ ବୋଲି ଦାବି କରୁଥିବା ଜଣେ ଯୁବକ କହିଥିଲେ, ଏହା ଚୋରି ଜିନିଷ। ଆମେ ଏହା ଉପରେ ଅଭିଯୋଗ କରିବୁ ଏବଂ ଆମର ମାସ୍କକୁ ହାସଲ କରି ରହିବୁ। କିଛି ସମୟ ପରେ ନିଲାମ ସାଇଟର ସୁରକ୍ଷାକର୍ମୀମାନେ ବିକ୍ଷୋଭକାରୀଙ୍କୁ ବାହାର କରିଦେଲେ, କିନ୍ତୁ ସେମାନଙ୍କର ପ୍ରଦର୍ଶନ ଜାରି ରହିଲା। ଏହି ମାସ୍କର ମୂଳ ମୂଲ୍ୟ ୩୦୦,୦୦୦-୪୦୦,୦୦୦ ୟୁରୋରେ ସ୍ଥିର କରାଯାଇଥିଲା। କେହି ଆଶା କରିନଥିଲେ ଯେ ମାସ୍କର ମୂଲ୍ୟ ଏତେ ଟଙ୍କା ହେବ।

ନିଲାମ ଇନ୍-ଚାର୍ଜ ଜିନ୍-କ୍ରିଷ୍ଟୋଫ୍ ଜିଉସେପି କହିଛନ୍ତି, ଏହି ବିରଳ ମାସ୍କଟି ନିଗିଲ୍ ଭିଜିଲାଣ୍ଟସ୍ ର ଗୁପ୍ତ ସମାଜର। ସଙ୍କଟକୁ ଦୂର କରିବା ପାଇଁ ସମ୍ପ୍ରଦାୟର ଲୋକମାନେ ଏହାକୁ ପିନ୍ଧି ଗାଁ ଗାଁ ବୁଲୁଥିଲେ ।


Share It

Comments are closed.