ପୁଷ୍କର ସିଂହ ଧାମି ଲଗାତାର ଦ୍ୱିତୀୟ ଥର ପାଇଁ ହେଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ
ଲଗାତାର ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ବୁଧବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ୍ ସିଂହ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ପୁଷ୍କର ସିଂହ ଧାମି ଉତ୍ତରାଖଣ୍ଡର ଦ୍ୱାଦଶତମ ମୁଖ୍ୟମନ୍ତ୍ରୀ। ସେ ଲଗାତାର ଦ୍ୱିତୀୟ ଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରଥମ ନେତା। ଡେରାଡୁନ୍ର ପରେଡ୍ ଗ୍ରାଉଣ୍ଡରେ ହୋଇଥିବା ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ଥିଲେ।
ପୁଷ୍କର ସିଂହ ଧାମିଙ୍କ ସହିତ ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେମାନେ ହେଲେ ଚନ୍ଦନ ରାମ ଦାସ, ରିତୁ ଖଣ୍ଡୁରି(ବାଚସ୍ପତି), ସତପାଲ ମହାରାଜ, ସୁବୋଧ ୟୁନିୟାଲ, ରେଖା ଆର୍ଯ୍ୟା, ଗଣେଶ ଯୋଶୀ, ବିନୋଦ କଡାରି, ସୌରଭ ବହୁଗୁଣା, ଧନସିଂହ ରାଓ୍ବତ ପ୍ରମୁଖ ନେତା ଧାମିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି।
Comments are closed.