ଆସନ୍ତା ୨୪ରେ ପୌର ନିର୍ବାଚନ, ସକାଳ ୮ଟାରୁ ଭୋଟ୍ ଗ୍ରହଣ

Share It

ପୌର ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ନିର୍ବାଚନ କମିଶନର। ଏଥର ମୁନିସିପାଲଟି ପାଇଁ ୧୬୭୨ଏବଂ ମହାନଗର ପାଇଁ ୧୬୫ଟି ୱାର୍ଡରେ ନିର୍ବାଚନ ହେବ। ମୁନିସିପାଲିଟିରେ ୨୯୮୯ ବୁଥ୍ ଓ ମହଙ୍ଗରରେ ୧୩୯୪ ବୁଥ୍‌ରେ ଭୋଟ ଗ୍ରହଣ ହେବ। ଆସନ୍ତା ୨୪ ତାରିଖରେ ସକାଳ ୮ ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ୨୨ ହଜାର ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ତେବେ ବ୍ରହ୍ମପୁର ମହାନଗର ନିଗମର ତିନୋଟି ୱାର୍ଡ, ମୁନିସିପଲଟି ଏବଂ ଏନଏଏସି ୫୮ ୱାର୍ଡରେ ମନୋନୟନ ଦାଖଲ କରିଥିବା ପ୍ରାର୍ଥୀମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ରାଜ୍ୟ ନିର୍ବାଚନ କମିଶନର ପୁଣି କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଭୁବନେଶ୍ୱରରେ ୩୦ ପ୍ଲାଟୁନ, କଟକ ପାଇଁ ୨୦, ବ୍ରହ୍ମପୁର ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୩୦୦ ମୋବାଇଲ ପାର୍ଟି ନିୟୋଜିତ କରାଯାଇଛି। ପ୍ରତି ବୁଥ୍‌ରେ ଜଣେ କନେଷ୍ଟେବଳ କିମ୍ବା ହାବିଲଦାର କିମ୍ବା ସଶସ୍ତ୍ର ପୋଲିସ ରହିବେ। ସଦର ମହକୁମାରେ ପୋଲିସ ଷ୍ଟେସନରେ ଜରୁରୀ ସ୍ଥିତି ପାଇଁ ଗୋଟିଏ କିମ୍ଵା ଦୁଇ ଜଣ ପୋଲିସ ଫୋର୍ସ ରହିବେ। ୫ ଟି ସ୍ଥାନରେ ବାର୍ଡର ସିଲିଂ ପଏଣ୍ଟ ରହିବ। ସେଠି ଜଣେ ଇନ୍ସପେକ୍‌ଟର , ୩ ଜଣ ଅଫିସର ଏବଂ ପୋଲିସ କର୍ମଚାରୀ ୨୪ ଘଣ୍ଟିଆ ପ୍ରହରା ଦେବେ।

କ୍ଲସ୍ଟର ବୁଥ୍‌ରେ ଜଣେ ପୋଲିସ ଅଫିସର ସହ ୱାନ ଫୋର୍‌ଥ ଫୋର୍ସ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ରହିବେ । ୫ଟି ସ୍ଥାନରେ ବଡର ସିଲି ପଏଣ୍ଟ ରହିବ । ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୋଲିଂ ଅଫିସର ରହିବେ । ସମୁଦାୟ ୧୭୩୭ ୱାର୍ଡରେ ପୌର ପରିଷଦ ନିର୍ବାଚନ ହେବ । ୪୩୭୩ ବୁଥ୍‌ରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ସମୁଦାୟ ୫୮ଟି ୱାର୍ଡରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।


Share It

Comments are closed.