ୟୁକ୍ରେନ ଏୟାରପୋର୍ଟ ନିକଟରେ ଋଷର ମିଜାଇଲ୍ ମାଡ଼
ୟୁକ୍ରେନର ପଶ୍ଚିମ ପଟରେ ଥିବା ଲେଭିଭ୍ ଏୟାରପୋର୍ଟ ନିକଟରେ ଶୁକ୍ରବାର ଦିନ ଋଷିଆର ମିଜାଇଲ୍ ମାଡ଼ ହୋଇଛି। ତେବେ ଏୟାରପୋର୍ଟର କିଛି କ୍ଷୟକ୍ଷତି ହୋଇନଥିବା କହିଛନ୍ତି ମେୟର ଆଣ୍ଡ୍ରି ସାଡୋଭି ।
ସ୍ଥାନୀୟ କର୍ତ୍ତୃପକ୍ଷ ସ୍ଥିତି ଉପରେ ନଜର ରଖିଥିବା ନେଇ ସେ ପ୍ରକାଶ କରିଛନ୍ତି। ତେବେ ପୂର୍ବରୁ ୩ଟି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିବା ନେଇ ସୂଚନା ଦେଇଥିଲା ଟେଲିଭିଜନ୍ ଷ୍ଟେସନ୍ ୟୁକ୍ରେନ୍ ୨୪। ଅନ୍ୟଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଲେଭିଭ୍ ଉପରେ ୬ଟି କ୍ରୁଜ୍ ମିଜାଇଲ୍ ପକା ହୋଇଛି । ଯେଉଁଥିରୁ ଦୁଇଟିକୁ ୟୁକ୍ରେନର ରୋଧି ମିସାଇଲ୍ ଦ୍ୱାରା ନଷ୍ଟ କରାଯାଇଥିଲା । ୨୩ ଦିନର ଘମାଘୋଟ ଯୁଦ୍ଧ ପରେ ସୁଧୁରୁନି ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି। ଦିନକୁ ଦିନ ଅଧିକ ଭୟଙ୍କର ହେଉଛି ଏହି ସଂଘର୍ଷ। ଯୁଦ୍ଧରେ ଏବେସୁଦ୍ଧା ୭ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ରିପୋର୍ଟ ଦେଇଛି । କେବଳ ମାରିଉପୋଲରେ ୨୪ଲୋକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି । ଋଷ ସେନାକୁ ରୋକିବାକୁ ୟୁକ୍ରେନ ଯଥାସମ୍ଭବ ଚେଷ୍ଟା ଚଳାଇଥିବା ବେଳେ ଆଟାକକୁ ଆହୁରି ଜୋରଦାର କରିଛି ମସ୍କୋ ।
Russian forces strike Lviv airport area in west Ukraine: AFP News Agency #RussiaUkraineConflict
— ANI (@ANI) March 18, 2022
ଅନ୍ୟପକ୍ଷରେ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ଉପରେ ଚାପ ପକାଇବାକୁ ଖୁବ୍ ଚେଷ୍ଟା କରିଥିବା ବେଳେ ଆଜି ବାଇଡେନ୍ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି। ଯାହା ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ପୂର୍ବରୁ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ଅପରାଧୀ, ହତ୍ୟାକାରୀ, ଏକଛତ୍ରବାଦୀ ଶାସକ ଓ ଠକ ଭାବେ ଅବିହିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ। ଅପରପକ୍ଷରେ ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ୟୁକ୍ରେନ ସେନା ସହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଋଷ ସୈନ୍ୟ । କିଭରେ ମିସାଇଲ ଆକ୍ରମଣର ଶିକାର ହୋଇଛନ୍ତି ୟୁକ୍ରେନ ୬୭ ବର୍ଷୀୟ ଥିଏଟର ଅଭିନେତ୍ରୀ ଓକସାନା ସଭେତ। ଋଷର ମିଜାଇଲ ଆକ୍ରମଣ ଯୋଗୁଁ ପ୍ରାଣ ହରାଇଛନ୍ତି ଏହି ଅଭିନେତ୍ରୀ ଜଣକ। କିଭରେ ଥିବା ଏକ ଥିଏଟରରେ ମାଡ଼ ହୋଇଥିଲା ଋଷର ମିଜାଇଲ ।
Comments are closed.