‘ଦ କାଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଧମକ
କାଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ଆଧାରିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ’ ଆଜିକାଲି ବେସ୍ ଚର୍ଚ୍ଚାରେ ରହିଛି । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଗୋଟିଏ ପଟେ ଲୋକମାନେ ଏହି ଚଳଚ୍ଚିତ୍ରକୁ ପସନ୍ଦ କରୁଥିବାବେଳେ ଅନେକ ଲୋକ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିବେକ ଅଗ୍ନିହୋତ୍ରୀଙ୍କୁ ସରକାର ସମଗ୍ର ଭାରତରେ ସିଆରପିଏଫ ସୁରକ୍ଷା ସହିତ ‘Y’ କ୍ୟାଟାଗୋରୀ ସୁରକ୍ଷା ଦେଇଛନ୍ତି ।
Film director Vivek Agnihotri has been given 'Y' category security with CRPF cover pan India: Government Sources
(File photo) pic.twitter.com/63l1B0BlMz
— ANI (@ANI) March 18, 2022
୧୯୯୦ ମସିହାରେ କିଭଳି କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡ ହୋଇଥିଲା ତାହା ଏହି ଚଳଚ୍ଚିତ୍ରରେ ଚିତ୍ରିତ ହୋଇଛି । ଅଧିକାଂଶ ସହରର ସିନେମା ହଲରେ ଏହା ହାଉସଫୁଲ୍ ସୋ ହେଉଛି । ଚଳଚ୍ଚିତ୍ର ନିର୍ମାଣ କରି ବିବେକ ଅଗ୍ନିହୋତ୍ରୀ ଲୋକଙ୍କ ଘରେ ହିଂସାର କାହାଣୀ ଆଣିଛନ୍ତି । ଏଥିରେ କାଶ୍ମୀର ଆତଙ୍କବାଦୀ ବାହିନୀର ଖୁଲାସା ହୋଇଛି । ଯାହା ପରେ କାଶ୍ମୀରରେ କାଶ୍ମୀର ଏବଂ ଶାନ୍ତି ବିଷୟରେ କଥାବାର୍ତ୍ତା କରୁଥିବା ଦୁଇ ପକ୍ଷର ଲୋକ କ୍ରୋଧପରାୟଣ ହୋଇ ବିବେକ ଅଗ୍ନିହୋତ୍ରୀଙ୍କୁ ଧମକ ଦେଉଥିବା ଅଭିଯୋଗ ଆସିଛି ।
କାଶ୍ମୀର ଫାଇଲକୁ ନେଇ ସାରା ଦେଶରେ ଆଲୋଚନା ହୋଇଛି । କାଶ୍ମୀର ଫାଇଲରେ ଅନୁପମ ଖେର, ପଲ୍ଲଭି ଯୋଶୀ ଏବଂ ମିଥୁନ ଚକ୍ରବର୍ତ୍ତୀ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଟିକସମୁକ୍ତ ଘୋଷିତ ହୋଇଥିବା ବେଳେ କିଛି ଲୋକ ଏହାକୁ ସମଗ୍ର ଭାରତରେ ଟିକସମୁକ୍ତ କରିବାକୁ ଦାବି କରୁଛନ୍ତି । ଏହି ଚଳଚ୍ଚିତ୍ର ଦେଖୁଥିବା ଅଧିକାଂଶ ଲୋକ କୁହନ୍ତି ଯେ ଏହି ଚଳଚ୍ଚିତ୍ରରେ ୧୯୯୦ ଦଶକରେ କାଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଦର୍ଶାଯାଇଛି ।
Comments are closed.