ୟୁକ୍ରେନ୍‌-ରୁଷ ଯୁଦ୍ଧରେ ଗଲାଣି ୧୭୬୧ ସାଧାରଣ ଲୋକଙ୍କ ଜୀବନ

Share It

ଜାରି ରହିଛି ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୭୬୧ ସାଧାରଣ ଲୋକ ମୃତାହତ ହୋଇଛନ୍ତି । ୧୭୬୧ ସାଧାରଣ ନାଗରିକ ମୃତାହତ ହୋଇଥିବା ନେଇ ଜାତିସଂଘ ସୂଚନା ଦେଇଛି । ଜାତିସଂଘର ସୂଚନା ମୁତାବକ ଯୁଦ୍ଧରେ ୬୩୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୨୫ ଜଣ ନାଗରିକ ଆହତ ହୋଇଛନ୍ତି । ଅନ୍ୟପଟେ ଯୁଦ୍ଧକୁ ନେଇ ବସୁଛି ବାରମ୍ବାର ବୈଠକ । ଯୁଦ୍ଧ ସମ୍ପର୍କରେ ଦୁଇ ଦେଶର ପ୍ରତିନିଧି ଦଳ ୪ ଥର ବୈଠକ କରିସାରିଲେଣି ହେଲେ କୌଣସି ସୁଫଳ ମିଳିପାରୁନାହିଁ ।
ଆଜି ମଧ୍ୟ ଦୁଇ ଦେଶର ପ୍ରତିନିଧି ଦଳ ଯୁଦ୍ଧକୁ ନେଇ ବୈଠକ କରିବେ । ଆଜିର ଆଲୋଚନାରେ କିଛି ସମାଧାନର ବାଟ ବାହାରିବ ବୋଲି ଅନୁମାନ କରାଯାଉଛି । ସେପଟେ ଆଜି ବି ୟୁକ୍ରେନ-ରୁଷ ମଧ୍ୟ​ରେ ଘମାଘୋଟ ଲଢ଼େଉ ଜାରି ରହିଛି । ୟୁକ୍ରେନ୍‌ ଉପରେ ମିଶାଇଲ ମାଡ଼ କରୁଛି ରୁଷ । ୟୁକ୍ରେନ୍‌ ମଧ୍ୟ ରୁଷକୁ କଡ଼ା ଜବାବ ଦେଉଛି । ରୁଷର ୧୦୦ ସୈନିକଙ୍କୁ ହତ୍ୟାକରିଛି ବୋଲି ୟୁକ୍ରେନ୍‌ ଆଜି ତାର ଦାବି ରଖିଛି ।


Share It

Comments are closed.