ଯୁଦ୍ଧରେ ଋଷର ସ୍ଥିତି ଖରାପ, ଚୀନ୍କୁ ମାଗିଲା ସାହାଯ୍ୟ : ସେପଟେ ଡ୍ରାଗନକୁ ଚେତାବନୀ ଦେଲା ଆମେରିକା
ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହାମଧ୍ୟରେ ଋଷ ଚୀନଠୁ ଆର୍ଥିକ ସହାୟତା ମାଗିଛି । ୧୮ ଦିନ ଧରି ଚାଲିଥିବା ଯୁଦ୍ଧରେ ଋଷର ଆର୍ଥିକ ସ୍ଥିତି ବିଗିଡି ଯାଇଛି। ଏପରିକି ବିଭିନ୍ନ ଦେଶ ଦ୍ୱାରା ଲଗାଯାଇତିବା ପ୍ରତିବନ୍ଧକ କାରଣରୁ ଋଷର ଅବସ୍ଥା ଶୋଚନୀୟ ହୋଇଯାଇଛି । ତେଣୁ ଚୀନଠୁ ଡ୍ରୋନ ସହ ସୈନ୍ୟ ଓ ଆର୍ଥକି ସହାୟତା ମାଗିଛି ମସ୍କୋ ।
ଜଣେ ବରିଷ୍ଠ ଆମେରିକୀୟ ଏନେଇ ଦାବି କରିଛନ୍ତି । ଏହାସହ ଫାଇନାନସିଆଲ୍ ଟାଇମ୍ସ ଓ ନ୍ୟୁୟର୍କ ଟାଇମ୍ସ ନିଜ ରିପୋର୍ଟରେ ଦାବି କରିଛନ୍ତି ଯେ, ୧୮ ଦିନ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଲଢେଇ ଚାଲିଛି । ଯୁଦ୍ଧରେ ଋଷର ଆର୍ଥିକ ସ୍ଥିତି ବିଗିଡି ଯାଇଛି। ଏପରିକି ବିଭିନ୍ନ ଦେଶ ଦ୍ୱାରା ଲଗାଯାଇତିବା ପ୍ରତିବନ୍ଧକ କାରଣରୁ ଋଷର ଅବସ୍ଥା ଶୋଚନୀୟ ହୋଇଯାଇଛି । ତେଣୁ ଚୀନଠୁ ଡ୍ରୋନ ସହ ସୈନ୍ୟ ଓ ଆର୍ଥକି ସହାୟତା ମାଗିଛି ।
ସୂଚନାଯୋଗ୍ୟ, ଗୋଟିଏ ପଟେ ଯୁଦ୍ଧରେ ଋଷର ଅର୍ଥ ବ୍ୟବସ୍ଥା ଛାରଖାର ହୋଇଯାଇଛି । ଅନ୍ୟପଟେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନେକ ଋଷୀୟ ଅଧିକାରୀଙ୍କ ଆକାଉଣ୍ଟକୁ ବିଭିନ୍ନ ସଂସ୍ଥା ଫ୍ରିଜ୍ କରିଦେଇଛନ୍ତି । ତେବେ ଚୀନ ଋଷ ପାଇଁ ବାହାରିବ ନା ନାହିଁ ତାହା କହିହେବ ନାହିଁ ବୋଲି ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି । ତେବେ ଋଷକୁ ସାହାଯ୍ୟ ଦରକାର ଥିବା ଖବର ସେ ଜାଣନ୍ତି ନାହିଁ ବୋଲି ଚୀନ ରାଷ୍ଟ୍ରଦୂତ ପେଙ୍ଗ୍ୟୁ କହିଛନ୍ତି ।
ସେପଟେ ଚୀନକୁ ଚେତାବନୀ ଦେଇଛି ଆମେରିକା । ୟୁଏସ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସଲବୀନ୍ କହିଛନ୍ତି ଯେ, ଋଷକୁ ସାହାଯ୍ୟ କଲେ ଚୀନ ଭୟଙ୍କର ପରିଣାମ ଭୋଗିବ । ଚୀନକୁଏହା ଭାରି ପଡିବ ବୋଲି ସେ ଚେତାଇ ଦେଇଛନ୍ତି ।
Comments are closed.