ଭାରତର ରାଫେଲକୁ ସାମ୍ନା କରିବା ପାଇଁ ଚୀନ ଠାରୁ J-10C ଫାଇଟର ଜେଟ କିଣିଲା ପାକିସ୍ତାନ

Share It

ପାକିସ୍ତାନ ଏହାର ବାୟୁସେନାରେ J-10C ଫାଇଟର ଜେଟ୍ ଅନ୍ତର୍ଭୁକ୍ତ କରିଛି, ଯାହା ଏହାର ସାମରିକ ଶକ୍ତିକୁ ବୃଦ୍ଧି କରିବ । ଚୀନ୍‌ରୁ ପାକିସ୍ତାନ ଏହି ଯୁଦ୍ଧ ବିମାନ କିଣିଛି । ତେବେ ଏହା ମଧ୍ୟ କୁହାଯାଉଛି ଯେ ଭାରତର ଯୁଦ୍ଧ ବିମାନ ରାଫେଲକୁ ମୁକାବିଲା କରିବା ପାଇଁ ପାକିସ୍ତାନ ଚୀନ୍‌ରୁ J-10C ଯୁଦ୍ଧ ବିମାନ କିଣିଛି ।

ତେବେ କେତେ ସଂଖ୍ୟାରେ ଚୀନ୍ ପାକିସ୍ତାନକୁ ଏହି ଯୁଦ୍ଧ ବିମାନ ଯୋଗାଇଛି ତାହା ଜଣାପଡିନାହିଁ । ଶୁକ୍ରବାର ଦିନ, ବାୟୁସେନାରେ ଜେ -10 ସି ଯୁଦ୍ଧ ବିମାନ ସାମିଲ୍ କରାଇବା ଅବସରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପଞ୍ଜାବର ଅଟୋକ ଜିଲ୍ଲାର ବାୟୁସେନା ବେସ ମିନହସ କାମ୍ରା ଠାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି ।

ଫ୍ରାନ୍ସରୁ ଭାରତର ରାଫେଲ ଯୁଦ୍ଧ ବିମାନ କ୍ରୟ ବିଷୟରେ ଇମ୍ରାନ ଖାନ କହିଛନ୍ତି ଯେ ଦୁର୍ଭାଗ୍ୟବଶତ ଏହି ଅଞ୍ଚଳରେ ଅସନ୍ତୁଳନ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି ଏବଂ ଏହାର ସମାଧାନ ପାଇଁ ଆଜି ଆମର ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଶକ୍ତି ସାମିଲ୍ ହୋଇଛି ।

ପ୍ରାୟ ଦୀର୍ଘ ୪୦ ବର୍ଷ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହାକୁ ପାକିସ୍ତାନ ପାଇଁ ଏକ ପ୍ରମୁଖ ସଫଳତା ବୋଲି କହିଥିଲେ । ଏହା ପୂର୍ବରୁ ଆମେରିକା ଦ୍ୱାରା ପ୍ରଦାନ କରାଯାଇଥିବା F-16 ଯୁଦ୍ଧ ବିମାନ ପାକିସ୍ତାନୀ ବାୟୁସେନାରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ଆଠ ମାସର ସ୍ୱଳ୍ପ ସମୟ ମଧ୍ୟରେ ବିମାନ ଯୋଗାଇ ଦେଇଥିବାରୁ ସେ ଚୀନ୍‌କୁ ଧନ୍ୟବାଦ ଜଣାଇଥିଲେ । ତେବେ ଏଭଳି ଆଧୁନିକ ଯୁଦ୍ଧ ବିମାନ ପାଇବାକୁ ଅନେକ ବର୍ଷ ଲାଗିଥାଏ ବୋଲି ସେ କହିଥିଲେ । ଇମ୍ରାନ ଖାନ କହିଛନ୍ତି ଯେ ପାକିସ୍ତାନ ଆଡକୁ ଆକ୍ରମଣାତ୍ମକ ଗତି କରିବା ପୂର୍ବରୁ କୌଣସି ଦେଶକୁ ଦୁଇଥର ଚିନ୍ତା କରିବାକୁ ପଡ଼ିବ । କୌଣସି ଆହ୍ବାନର ସମ୍ମୁଖୀନ ହେବାକୁ ସେନା ପ୍ରସ୍ତୁତ ଅଛି ।


Share It

Comments are closed.