ପାକିସ୍ତାନକୁ ଆତଙ୍କବାଦୀ ଦେଶ ଘୋଷଣା କରିବାକୁ ପ୍ରସ୍ତୁତି କରୁଛି ଆମେରିକା

Share It

ଆମେରିକାର ଜଣେ ବରିଷ୍ଠ ସାଂସଦ ପ୍ରତିନିଧି ସଭାରେ ପାକିସ୍ତାନ ବିରୋଧରେ ଏକ ବିଲ୍ ଆଗତ କରିଛନ୍ତି । ବିଲ୍ ଆଗତ କରି ପାକିସ୍ତାନକୁ ଆତଙ୍କବାଦକୁ ପ୍ରାୟୋଜିତ ଦେଶ ଘୋଷଣା କରିବାକୁ ଦାବି କରିଛନ୍ତି । ଶୁକ୍ରବାର ଦିନ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି ।

ପାକିସ୍ତାନର ଖବରକାଗଜ ଡନ୍‌ର ଖବର ଅନୁଯାୟୀ, ପେନସିଲଭାନିଆର ରିପବ୍ଲିକାନ ପାର୍ଟି ସାଂସଦ ସ୍କଟ ପ୍ୟାରୀ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପ ଉପରେ ଲଗାମ ଦେବାପାଇଁ ଏଭଳି ପ୍ରତିବନ୍ଧକ ଆଣିଛନ୍ତି । ଯାହା ବର୍ତ୍ତମାନ ଆମେରିକାର ଗୃହର ବୈଦେଶିକ ବ୍ୟାପାର କମିଟିକୁ ପଠାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଯଦି ଏହି ବିଲ୍ ପାରିତ ହୁଏ ତେବେ ପାକିସ୍ତାନ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇପାରିବ, ଯେପରିକି ବୈଦେଶିକ ସହାୟତା ଉପରେ ପ୍ରତିବନ୍ଧକ, ପ୍ରତିରକ୍ଷା ଆମଦାନୀ ଉପରେ ପ୍ରତିବନ୍ଧକ ଏବଂ ଦ୍ୱୈତ ବ୍ୟବହାର ସାମଗ୍ରୀ ରପ୍ତାନି ଉପରେ ନିୟନ୍ତ୍ରଣ ମଧ୍ୟ ସାମିଲ ହେବ ।

ଏହି ବିଲ୍ ଅନୁଯାୟୀ, ଏହି ନିୟମ ଲାଗୁ ହେବା ପରେ ପାକିସ୍ତାନକୁ ଆନ୍ତର୍ଜାତୀୟ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶ ଭାବେ ବିବେଚନା କରାଯିବ । ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ କେବଳ ଚାରିଟି ଦେଶ ଆତଙ୍କବାଦର ପ୍ରାୟୋଜକ ଘୋଷିତ ହୋଇଛନ୍ତି । ଏଥିମଧ୍ୟରେ କ୍ୟୁବା, ଉତ୍ତର କୋରିଆ, ଇରାନ ଏବଂ ସିରିଆ ଅନ୍ତର୍ଭୁକ୍ତ ।


Share It

Comments are closed.