ଝୁଲଣ ଗୋସ୍ୱାମୀ ରଚିଲେ ଇତିହାସ, ମହିଳା ୱାର୍ଲଡକପରେ କଲେ ବିଶ୍ୱ ରେକର୍ଡ
ଭାରତୀୟ ମହିଳା କ୍ରିକେଟ ଟିମ୍ର ଦୃତ ବୋଲର ଝୁଲଣ ଗୋସ୍ୱାମୀ ନିଜ କ୍ୟାରିୟରରେ ନୂଆ ସଫଳତା ହାସଲ କରିଛନ୍ତି। ସେ ଗୁରୁବାର ଇତିହାସ ରଚିଛନ୍ତି। ଏହି କୀର୍ତ୍ତିମାନ ସେ ଓସିସି ମହିଳା ୱାର୍ଲଡକପରେ ହାସଲ କରିଛନ୍ତି। ଝୁଲଣ ତାଙ୍କ କ୍ୟାରିୟର ଶେଷ ବିଶ୍ୱକପ ଖେଳିବାକୁ ଯାଉଛନ୍ତି।
୩୯ ବର୍ଷୀୟ ଝୁଲଣ ଗୋସ୍ୱାମୀ ବିଶ୍ବକପ୍ ଇତିହାସରେ ସବୁଠାରୁ ଅଧିକ ୱିକେଟ ନେଇଥିବା ଶୀର୍ଷ ଖେଳାଳି ହୋଇଯାଇଛନ୍ତି। ଝୁଲଣ ବର୍ତ୍ତମାନ ୱାର୍ଲଡକପରେ ୩୯ଟି ୱିକେଟ ନେଇଛନ୍ତି। ଏହି ମାମଲାରେ ସେ ଅଷ୍ଟେ୍ରଲିଆର ପୂର୍ବତନ କ୍ରିକେଟର ଲିନ୍ ଫୁଲଷ୍ଟୋନଙ୍କ ସହିତ ସମାନ ଅଛନ୍ତି। ଝୁଲଣ ୩୦ଟି ମ୍ୟାଚ୍ରେ ଏହି ସଫଳତା ପାଇଛନ୍ତି। ସେଭଳି ଲିନ୍ ୨୦ଟି ମ୍ୟାଚ୍ରେ ଏହି ୱିକେଟ ହାସଲ କରିଥିଲେ।
ଝୁଲଣ ଗୋସ୍ୱାମୀ ଏହି ସଫଳତା ନ୍ୟୁଜିଲାଣ୍ଡର ମାଟିରେ ଖେଳାଯାଉଥିବା ଆଇସିସି ମହିଳା ୱାର୍ଲଡକପରେ ହାସଲ କରିଛନ୍ତି। ସେ ଗୁରୁବାର ଆୟୋଜକ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବାକୁ ବାହାରିଥିଲେ। ଏହି ମୁକାବିଲାରେ ସେ କିଭି ଇନିଂସର ଶେଷ ଓଭରରେ ଏକ ୱିକେଟ ନେବା ସହିତ ଏହି ସଫଳତା ହାସଲ କରିଥିଲେ। ଝୁଲଣ ନିଜର ୩୯ ତମ ଶିକାର କେଟି ମାର୍ଟିନକୁ କରିଥିଲେ।
ଏହି ମ୍ୟାଚ୍ରେ ଝୁଲଣ ୯ ଓଭରରେ ୪୧ ରନ୍ ଦେଇ ଗୋଟିଏ ୱିକେଟ ନେଇଥିଲେ। ଏହି ସମୟରେ ସେ ଏକ ଓଭର ମେଡେନ୍ ମଧ୍ୟ ନେଇଥିଲେ। ଝୁଲଣ ନିଜ କ୍ୟାରିୟରରେ ୧୨ଟି ଟେଷ୍ଟ, ୧୯୭ ଦିନିକିଆ ଓ ୬୮ ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହି ସମୟରେ ଟେଷ୍ଟରେ ୪୪ ୱିକେଟ ସେ ନିଜ ନାମରେ କରିଛନ୍ତି, ସେଭଳି ଓ୍ବାନଡେରେ ୨୪୮ ୱିକେଟ ଝଟକା ରହିଛି। ଟି-୨୦ ଇଣ୍ଟରନ୍ୟାସନାଲରେ ଝୁଲଣ ଏପର୍ଯ୍ୟନ୍ତ ୫୬ଟି ସଫଳତା ହାସଲ କରିଛନ୍ତି।
Comments are closed.