କିଡନୀ ରୋଗ ସମ୍ପର୍କିତ କିଛି ଭ୍ରାନ୍ତ ଧାରଣା ଦୂର କରିବା ଉପରେ ବିଶେଷଜ୍ଞଙ୍କ ପରାମର୍ଶ
ଭୁବନେଶ୍ୱର:ଚଳିତ ବର୍ଷ ପାଇଁ କିଡନୀ ଦିବସର ଥିମ ରହିଛି-କିଡନୀ ର ଉତମ ଯତ୍ନ ପାଇଁ ଜ୍ଞାନର ବ୍ୟବଧାନକୁ ଦୂର କରିବାକୁ ଏକ ସେତୁ ସ୍ଥାପନ । ବିଶ୍ୱ କିଡନୀ ଦିବସର ଥିମର ଗୁରୁତ୍ୱ ହେଉଛି କିଡନୀ ରୋଗର ଶ୍ରୀଘ୍ର ଚିହ୍ନଟ, ପ୍ରତିରୋଧ ଏବଂ ଚିକତ୍ସା । କିଡନୀ ରୋଗ ପ୍ରତି ୧୦ ଜଣ ବୟସ୍କଙ୍କ ମଧ୍ୟରୁ ପ୍ରାୟ ଜଣଙ୍କୁ ପ୍ରଭାବିତ କରୁଥିବା ସାଧାରଣ କଥା ଏବଂ ୨୦୪୦ ସୁଦ୍ଧା ଏହା ମୃତ୍ୟୁର ୫ମ ପ୍ରମୁଖ କାରଣ ହେବାକୁ ଯାଉଛି । ଏକ ବିଶ୍ୱ ସ୍ୱାସ୍ଥ୍ୟ ବୋଝ ହେବା ସତ୍ୱେ, ଏହା ଅନ୍ୟ ଅଣ-ସଂକ୍ରାମକ ରୋଗ ପରି କ୍ୱଚିତ ପ୍ରାଥମିକତା ପାଇଥାଏ । ତେଣୁ ଏହି ଜ୍ଞାନ ବ୍ୟବଧାନକୁ ଦୂର କରିବାର ଆବଶ୍ୟକତା ରହିଛି । ତେଣୁ ଭୁବନେଶ୍ୱର, ଏଏମଆରଆଇ ଡାକ୍ତରଖାନା, ଡିଏମ ବରିଷ୍ଠ ପରାମର୍ଶଦାତା ନେଫ୍ରୋଲୋଜିଷ୍ଟ ଏବଂ କିଡନୀ ପ୍ରତିରୋପଣ ଚିକିତ୍ସକ, ଡା ସୁକାନ୍ତ କିଶୋର ଦାସ ଏହି ଭ୍ରାନ୍ତ ଧାରଣା ସମ୍ପର୍କିତ କିଛି ପରାମର୍ଶ ଦେଇଛନ୍ତି ।
ଶେଷ ପର୍ଯ୍ୟାୟ ବୃକକ ରୋଗ ଥିବା ରୋଗୀଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ହେଉଛି ଏକ ବୃକକ ପ୍ରତିରୋପଣ ଯାହା ଡାଏଲିସିସ ଅପେକ୍ଷା ଯଥେଷ୍ଟ ଅଧିକ ଆୟୁ ଏବଂ ଜୀବନର ଉନ୍ନତ ଗୁଣବତ୍ତା ପ୍ରଦାନ କରେ ; ତଥାପି ମୁଖ୍ୟ ପ୍ରତିବନ୍ଧକ ହେଉଛି ଉପଲବ୍ଧ ଅଙ୍ଗଗୁଡିକର ଗୁରୁତ୍ୱପୂର୍ଣ୍ଣ ଅଭାବ । ବର୍ତ୍ତମାନ ସୁଦ୍ଧା ସ୍ୱେଚ୍ଛାକୃତ ଜୀବନ୍ତ କିଡନୀ ଦାନ ପ୍ରାୟତଃ ନିସ୍ୱାର୍ଥପର ଏବଂ ପରୋପକାରୀ ଭାବନରେ ହୋଇଥାଏ । କିନ୍ତୁ ଦାତା ସୁସ୍ଥତାର କିଛି କ୍ଷେତ୍ର ଦୀର୍ଘ ଦିନ ଧରି ଅବହେଳିତ ହୋଇ ଆସୁଛି ଯେଉଁଥିପାଇଁ ଅନେକ ସମ୍ଭାବ୍ୟ ଦାତା ଆଗକୁ ଆସନ୍ତି ନାହିଁ । ସୁତରାଂ ଦାତାଙ୍କ ଅନେକ ବାସ୍ତବିକ ଭୟ ଏବଂ ଚିନ୍ତା ଅଛି ଯେପରିକି – ଆର୍ଥିକ କଷ୍ଟର ଭୟ; ଅପେରସନ ସମୟରେ ଆୟର କ୍ଷତି; ଅଙ୍ଗଦାନ ପରେ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପାଇବାରେ ଅଭାବ କିମ୍ବା ଅସୁବିଧା; ମୃତ୍ୟୁ, ଅକ୍ଷମତା କିମ୍ବା କାର୍ଯ୍ୟକ୍ଷମତାରେ ପ୍ରତିବନ୍ଧକର ଭୟ । ଏହି ଚିନ୍ତାଧାରାର ସମାଧାନ ପାଇଁ ସରକାର ନିୟନ୍ତ୍ରିତ ଉପାୟରେ ଆର୍ଥିକ ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନର ବ୍ୟବସ୍ଥା ଉପରେ କାର୍ଯ୍ୟ କରିବା ଆବଶ୍ୟକ ଯାହା ଦାତାଙ୍କ କଲ୍ୟାଣ ସୁନିଶ୍ଚିତ କରିବ ପ୍ରାପ୍ତକର୍ତ୍ତାଙ୍କ ପାଇଁ ସମୟ ହ୍ରାସ କରିବ ଏବଂ ଅନିୟନ୍ତ୍ରିତ କଳା ବଜାରକୁ ମଧ୍ୟ ରୋକିବ ।
ଅଙ୍ଗଗୁଡିକର ଉପଲବ୍ଧତା ବୃଦ୍ଧି ପାଇଁ ଏହା ହେଉଛି ଆଉ ଏକ ଅଭିନବ ତଥା ସଫଳ ଉପାୟ, ତଥାପି ଏହା ଏପର୍ଯ୍ୟନ୍ତ ବ୍ୟାପକ ଭାବରେ ଉପଲବ୍ଧ ନାହିଁ । ସଫଳ ପ୍ରତିରୋପଣ ଏବଂ ଗ୍ରାଫର ଆବାସ ପାଇଁ ରକ୍ତ ଗୋଷ୍ଠୀ ଆଣ୍ଟିବଡିର ମାତ୍ରାକୁ ହ୍ରାସ କରିବା ପାଇଁ ଏବିଓ ଅସଙ୍ଗତ ପ୍ରତିରୋପଣକୁ ବିଭିନ୍ନ ଡିସେନ୍ସିଟାଇଜେସନ ପ୍ରକ୍ରିୟା ଆବଶ୍ୟକ । ଏହିପରି ପ୍ରକ୍ରିୟା ଅତ୍ୟଧିକ ବ୍ୟୟ ବହୁଳ ହୋଇପାରେ । ଅଥଚ ଏବିଓ ଅସଙ୍ଗତ ଟ୍ରାନ୍ସପ୍ଲାନ ପାଇଁ ଆର୍ଥିକ ପ୍ରତିବନ୍ଧକକୁ ଦୂର କରିବା ଏବଂ ସବସିଡି ଦେବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଆବଶ୍ୟକତା ଅଛି ।
ବାଧ୍ୟତା ମୂଳକ ଭାବେ ସପ୍ତାହରେ ଦୁଇରୁ ତିନି ଥର ଡାଏଲିସିସ୍ କେନ୍ଦ୍ର ଯିବା ପ୍ରାୟତଃ ସାଧାରଣ ଜୀବନ ଯାପନ କରିବାର କ୍ଷମତାକୁ ସୀମିତ କରିଥାଏ, ତେଣୁ ଘର ଡାଏଲିସିସ ରୋଗୀମାନଙ୍କ ବହୁତ ସମୟ ବଞ୍ଚାଇଥାଏ । ଏହି ବ୍ୟବଧାନକୁ ଦୂର କରିବା ପାଇଁ ହୋମ ଡାଏଲିସିସକୁ ଅଧିକ ସୁଲଭ କରାଯିବା ଉଚିତ । ଏହା ସେମାନଙ୍କ ସ୍ୱାଭାବିକ ପାଇଁ ଜୀବନ ଯାପନ ପାଇଁ ନିକଟତର ଆଶା ଦେଇଥାଏ, ଘରୁ କାମ କରିବାକୁ ବିକଳ୍ପକୁ ଅନୁମତି ଦେଇଥାଏ, ଯିବା ଆସିବା ବ୍ୟୟ ଦୂର କରିଥାଏ ଏବଂ ମାନସିକ ଶାନ୍ତି ଦେଇଥାଏ । ତେଣୁ ଏହି ଚିକିତ୍ସାକୁ ସୁଲଭ ମୂଲ୍ୟରେ ଉପାଲାଭଦ କରିବାରେ ଯତ୍ନବାନ ହେବା ଉଚିତ ।
ଯେଉଁ ରୋଗୀମାନେ କିଡନୀ ପ୍ରତିରୋପଣ କରିବାକୁ ଅସମର୍ଥ କିମ୍ବା ଅପେକ୍ଷା ରତ, ଡାୟାଲିସିସ ହେଉଛି ଉପଲବ୍ଧ ଜୀବନ ରକ୍ଷାକାରୀ ଚିକିତ୍ସା । ଏହି ଚିକିତ୍ସାର ଅପରିହାର୍ଯ୍ୟ ଅଂଶ ହେଉଛି ଡାଏଲିସିସ ଟେକ୍ନିସିଆନ ଏବଂ ନର୍ସଙ୍କ ଭୂମିକା । ଅନେକାଂଶରେ ସେମାନଙ୍କର ଭୂମିକା ଚିକିତ୍ସା କରୁଥିବା ନେଫ୍ରୋଲୋଜିଷ୍ଟଙ୍କ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ସେମାନେ ଅତ୍ୟଧିକ କୁଶଳୀ କାର୍ଯ୍ୟକର୍ତ୍ତା ଅଟନ୍ତି ଯାହାକୁ ପ୍ରାୟତଃ ଅତ୍ୟଧିକ ଚାପଗ୍ରସ୍ତ ପରିସ୍ଥିତିରେ କାମ କରିବାକୁ ପଡିଥାଏ ।
ସେମାନଙ୍କ ମଧ୍ୟରୁ ଅଧିକାଂଶ ଅତ୍ୟନ୍ତ କମ୍ ଦରମା ଏବଂ ଉପଯୁକ୍ତ ଚାକିରି ସୁରକ୍ଷା ବିନା କାମ କରନ୍ତି । କର୍ପୋରେଟ ଡାକ୍ତରଖାନା ଏବଂ ଷ୍ଟାଣ୍ଡ-ଏଲୋନ ଡାଏଲିସିସ ୟୁନିଟ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖାଯାଏ । ପ୍ରାୟତଃ, ସେମାନେ କରୁଥିବା ଜୀବନ ରକ୍ଷାକାରି ସେବା କାର୍ଯ୍ୟ ପ୍ରତିବଦଳରେ ସେମାନେ ଉପଯୁକ୍ତ ସମ୍ମାନ ପାଆନ୍ତି ନାହିଁ । ଏସବୁ ବ୍ୟବଧାନକୁ ସମାଧାନ କରିବା ଆବଶ୍ୟକ ଯାହା ଦ୍ୱାରା ସେମାନେ ପ୍ରଫୁଲ୍ଲ ମନରେ ଅତ୍ୟାଧୁନିକ ଯତ୍ନ ପ୍ରଦାନ କରିପାରିବେ ।
ନେଫ୍ରୋଲୋଜି ହେଉଛି ଅତ୍ୟଧିକ ବିଶେଷ ତାଲିମ ଯାହା ସ୍ନାତକୋତ୍ତର ପରେ ଉପଲବ୍ଧ କିନ୍ତୁ ଏମବିବିଏସ ପରେ ଅଧିକାଂଶ ନୂତନ ପାସ ଡାକ୍ତରଙ୍କ ପାଖରେ କିଡନୀ ରୋଗର ଚିକିତ୍ସା ପାଇଁ ବିଶେଷ ଅଧିକ ଅଭିଜ୍ଞତା ନଥାଏ । ଏହା ଛୋଟ ସହର ତଥା ଗ୍ରାମାଞ୍ଚଳରେ ଏକ ବିରାଟ ବ୍ୟବଧାନ ସୃଷ୍ଟି କରିଥାଏ ଯେଉଁଠାରେ ପ୍ରାୟତଃ କେବଳ ଜଣେ କିମ୍ବା ଦୁଇ ଏମଏମବିଏସ ସ୍ନାତକ ଏକମାତ୍ର ବିକଳ୍ପ ଭାବରେ ଉପଲବ୍ଧ ଥାନ୍ତି । ବ୍ୟାପକ ମାତ୍ରାରେ ଜନ ସମାଜର ସେବା ପାଇଁ ପ୍ରାଥମିକ କିଡନୀ ଯତ୍ନରେ ଏହି ଡାକ୍ତରମାନଙ୍କୁ ତାଲିମ ଦେବା ପାଇଁ ନୀତି ପ୍ରଣୟନ ନିହାତି ଆବଶ୍ୟକ ଅଟେ । ଏପରିକି ଆବଶ୍ୟକ ସ୍ଥଳେ ବିକଳ୍ପ ଷ୍ଟ୍ରିମରୁ ସ୍ନାତକମାନଙ୍କୁ ମଧ୍ୟ ତାଲିମ ଦିଆଯାଇପାରିବ ଯେଉଁମାନେ ତାଲିମପ୍ରାପ୍ତ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିପାରିବେ ।
ଉପରୋକ୍ତ ତାଲିକାଟି ସଂପୂର୍ଣ୍ଣ ନୁହଁ କିନ୍ତୁ ଏଥିରେ ଅଛି କିଛି ଗୁରୁତ୍ୱପୂର୍ଣ୍ଣ ଚିନ୍ତା ଯାହାକୁ ସମାଧାନ କରାଯିବା ଦ୍ୱାରା ସମସ୍ତଙ୍କ ପାଇଁ କଡନୀ ସ୍ୱାସ୍ଥ୍ୟ ଯୋଗାଇବା ପାଇଁ ପ୍ରତିବନ୍ଧକକୁ ଅତିକ୍ରମ କରିବା କିଛି ପରିମାଣରେ ସମ୍ଭବ ହୋଇପାରିବ ।
Comments are closed.