ଏୟାରଟେଲ ଏବଂ ଆକ୍ସିସ ବ୍ୟାଙ୍କ ମଧ୍ୟରେ ସହଭାଗିତାର ଘୋଷଣା

Share It

ଭୁବନେଶ୍ୱର: ଭାରତର ପ୍ରମୁଖ ଯୋଗାଯୋଗ ସମାଧାନ ପ୍ରଦାନକାରୀ ସଂସ୍ଥା, ଏୟାରଟେଲ ଏବଂ ଭାରତର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏକ ରଣନୈତିକ ସହଭାଗିତାର ଘୋଷଣା କରାଯାଇଛି । ଯାହାଦ୍ୱାରା ଅନେକ ପ୍ରକାରର ଆର୍ଥିକ ସମାଧାନ ମାଧ୍ୟମରେ ଭାରତର ଡିଜିଟାଲ ଇକୋସିଷ୍ଟମର ବିକାଶକୁ ମଜବୁତ଼ କରାଯାଇପାରିବ । ଏହି ପରିପ୍ରେକ୍ଷୀରେ ‘ଏୟାରଟେଲ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ’ ର ଶୁଭାରମ୍ଭ ସହିତ ଏହି ସହଭାଗିତା ଏବେ ଠାରୁ ଆରମ୍ଭ ହୋଇଯାଇଛି, ଯାହାକି ଏୟାରଟେଲ ଗ୍ରାହକଙ୍କୁ କ୍ୟାଶବ୍ୟାକ, ବିଶେଷ ରିହାତି, ଡିଜିଟାଲ ଭାଉଚର ଏବଂ ସାନ୍ତ୍ୱନାମୂଳକ ସେବା ଭଳି ଅନେକ ପ୍ରକାରର ଆକର୍ଷଣୀୟ ଫାଇଦା ଯୋଗାଇଦେବ । ଦେଶରେ ଡିଜିଟାଲ ପେମେଂଟର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଆସନ୍ତା ମାସଗୁଡ଼ିକରେ ଏୟାରଟେଲ ଏବଂ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏୟାରାଟେଲର ୩୪୦ ନିୟୁତରୁ ଉର୍ଦ୍ଧ୍ୱ ଗ୍ରାହକଙ୍କ ପାଇଁ ଅନେକ ନୂତନ ଆର୍ଥିକ ସୁବିଧା ଏବଂ ଡିଜିଟାଲ ସେବା ଅଣାଯିବ । ଏଗୁଡ଼ିକରେ ଶିଳ୍ପ ଅଗ୍ରଣୀ ଫାଇଦା ସହିତ କୋ-ବ୍ରାଣ୍ଡେଡ କ୍ରେଡିଟ, ପୂର୍ବ-ଅନୁମୋଦିତ ତତ୍‌କ୍ଷଣାତ ଋଣ, ବାଏ ନାଓ ପେ ଲାଟର ଭଳି ଆହୁରି ଅନେକ ସୁବିଧା ଅନ୍ତର୍ଭୁକ୍ତ ରହିବ । ସାରା ଦେଶରେ ଏହାର ଗୁରୁତ୍ୱପୂର୍ଣ୍ଣ ପହଂଚ ସହିତ ଏହି ସହଭାଗିତା ଡିଜିଟାଇଜ ହୋଇଥିବା ପେମେଂଟର ଅଧିକ ଗ୍ରହଣୀୟତାକୁ ସକ୍ଷମ କରି ଟିୟର ୨ ଏବଂ ଟିୟର ୩ ବଜାରଗୁଡ଼ିକରେ ପ୍ରବେଶ କରିବାରେ ସହାୟକ ହେବ ।
ଏୟାରଟେଲ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ଉପଭୋକ୍ତାମାନେ ସେମାନଙ୍କ କାର୍ଡ ବ୍ୟବହାର ଉପରେ ଆକର୍ଷଣୀୟ ପୁରସ୍କାର ଉପଭୋଗ କରିବେ । ଏୟାରଟେଲ ମୋବାଇଲ/ଡିଟିଏଚ ରିଚାର୍ଜ, ଏୟାରଟେଲ ବ୍ଲାକ ଏବଂ ଏୟାରଟେଲ ଏକ୍ସଟ୍ରିମ ଫାଇବର ପେମେଂଟ ଉପରେ ୨୫% କ୍ୟାଶବ୍ୟାକ, ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍ ମାଧ୍ୟମରେ ବିଦ୍ୟୁତ / ଗ୍ୟାସ / ପାଣି ବିଲ ପେମେଂଟ ଉପରେ ୧୦% ରିହାତି, ବିଗବାସ୍କେଟ, ସ୍ୱିଗି, ଜମାଟୋ ଭଳି ପସନ୍ଦର ମର୍ଚ୍ଚାଟଙ୍କ ସହିତ ଜଡ଼ିତ ଖର୍ଚ୍ଚ ଉପରେ ୧୦% କ୍ୟାଶବ୍ୟାକ, ଅନ୍ୟ ସମସ୍ତ ଖର୍ଚ୍ଚଗୁଡ଼ିକ ଉପରେ ୧% କ୍ୟାଶବ୍ୟାକ ଏବଂ ଜାରି ହେବାର ୩୦ ଦିନ ମଧ୍ୟରେ କାର୍ଡ ଆକ୍ଟିଭେସନ ଉପରେ ୫୦୦ଟଙ୍କାର ଆମାଜନ ଇ-ଭାଉଚର ପାଇପାରିବେ । ।
ଭାରତୀ ଏୟାରଟେଲ, ଏମଡି ଏବଂ ସିଇଓ(ଭାରତ ଏବଂ ଦକ୍ଷିଣ ଏସିଆ) ଶ୍ରୀ ଗୋପାଲ ଭିଟଲ କହିଛନ୍ତିଯେ, “ଆକ୍ସିସ ବ୍ୟାଙ୍କ ସହିତ ହାତ ମିଳାଇ ଆମେ ଆନନ୍ଦିତ । ଏହି ବିଜୟୀ ଟେଲକୋ-ବ୍ୟାଙ୍କ ସହଭାଗିତା ମାଧ୍ୟମରେ ଏୟାରଟେଲ ଗ୍ରାହକମାନେ ଆକ୍ସିସ ବ୍ୟାଙ୍କ ର ବିଶ୍ୱ ସ୍ତରୀୟ ଆର୍ଥିକ ସେବା ପୋର୍ଟଫୋଲିଓ ଏବଂ ବିଶେଷ ଫାଇଦାଗୁଡ଼ିକ ଉପଲବ୍ଧ କରିପାରିବେ ଯେବେକି ଆକ୍ସିସ ବ୍ୟାଙ୍କ ଏୟାରଟେଲର ଦୃଢ଼ ଡିଜିଟାଲ ସାମର୍ଥ୍ୟ ଏବଂ ଗଭୀର ବିତରଣ ପହଂଚରୁ ଉପକୃତ ହେବ ।”ସେହିଭଳି ଏହି ସହଭାଗିତା ଉପରେ ମତ ରଖି ଆକ୍ସିସ ବ୍ୟାଙ୍କର ଏମଡି ତଥା ସିଇଓ ଶ୍ରୀ ଅମିତାଭ ଚୌଧୁରୀ କହିଛନ୍ତିଯେ, “ଏହି ଧରଣର ସହଭାଗିତା ଏୟାରଟେଲର ୩୪୦ ନିୟୁତ ଗ୍ରାହକଙ୍କ ପାଇଁ ଆକ୍ସିସ ବ୍ୟାଙ୍କର କ୍ରେଡିଟ ଏବଂ ବିବିଧ ଡିଜିଟାଲ ଆର୍ଥିକ ସୁବିଧାଗୁଡ଼ିକର ପହଂଚକୁ ବଢ଼ାଇବାରେ ସହାୟକ ହେବ । ଅନ୍ୟ ପକ୍ଷରେ ଆମେ ଏୟାରଟେଲର ବ୍ୟାପକ ଭାବେ ବିସ୍ତୃତ ପହଂଚ ଏବଂ ମୋବିଲିଟି ଓ ଡିଟିଏଚ ଠାରୁ ଆରମ୍ଭ କରି ୟୁଟିଲିଟି ବିଲ ପେମେଂଟ ପର୍ଯ୍ୟନ୍ତ ସେବାଗୁଡ଼ିକର ବ୍ୟବହାର କରିବୁ । ଯାହାଦ୍ୱାରା ଆମର ଗ୍ରାହକଙ୍କୁ ମୂଲ୍ୟବୋଧ ବଢ଼ାଇବାର ସୁଯୋଗ ପ୍ରଦାନ କରିବା ସହିତ ଡିଜିଟାଲ ଅର୍ଥନୀତିକୁ ବହୁତ ଦ୍ରୁତ ସାହାଯ୍ୟ ପ୍ରଦାନ କରିବୁ ।”


Share It

Comments are closed.