ବଲିଉଡରୁ ମିଳିଥିଲା ଶେନ ୱର୍ଣ୍ଣଙ୍କୁ ଅଫର୍, କହିଥିଲେ-ମୋ ବାୟୋପିକରେ ବ୍ରାଡ ପିଟ୍ କିମ୍ବା ଲିଓନାର୍ଡୋ ଅଭିନୟ କରନ୍ତୁ


ଅଷ୍ଟ୍ରେଲୀୟ କ୍ରିକେଟର ଶେନ୍ ୱର୍ଣ୍ଣଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ କ୍ରିକେଟ୍ ଜଗତ ପାଇଁ ଏକ ବଡ଼ କ୍ଷତି। ନେତା-ଅଭିନେତା ସମସ୍ତେ ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ସେ କ୍ରୀଡା ଜଗତରେ ଜଣେ ଚମତ୍କାର ଖେଳାଳି ଥିଲେ । ତାଙ୍କୁ ଫିଲ୍ମରୁ ବି ଅଫର ମିଳିବା ଆରମ୍ଭ କରିଥିଲା। କ୍ରିକେଟର ନିଜେ ଏହା ଖୁଲାସା କରିଥିଲେ। ତାଙ୍କ ଉପରେ ବାୟୋପିକ୍ ତିଆରି କରାଯାଉଥିଲା। ଯେଉଁଥିରେ ତାଙ୍କ ଚରିତ୍ରରେ ବ୍ରାଡ ପିଟ କିମ୍ବା ଲିଓନାର୍ଡୋ ଅଭିନୟ କରନ୍ତୁ ବୋଲି ସେ ଚାହୁଁଥିଲେ।

୨୦୧୫ ରେ ଶେନ୍ କହିଥିଲେ ତାଙ୍କୁ ବଲିଉଡରୁ ଅଫର ମିଳିଥିଲା। ଏକ ଇଣ୍ଟରଭ୍ୟୁରେ ଶେନ୍ କହିଥିଲେ, ସେ ଚାହୁଁଛନ୍ତି ବ୍ରାଡ ପିଟ କିମ୍ବା ଲିଓନାର୍ଡୋ ତାଙ୍କ ବାୟୋପିକ ‘ହଲିଉଡ ଆଇସିଡ’ରେ ଅଭିନୟ କରନ୍ତୁ। ସେ କହିଥିଲେ ଏହି ଫିଲ୍ମଟି ଭାରତୀୟ ଦର୍ଶକଙ୍କ ପାଇଁ ନିର୍ମିତ ହେଉଛି। ସେହି ସମୟରେ ଶୁଣିବାକୁ ମିଳିଥିଲା ​​ଯେ ଶେନ୍ ବଲିଉଡ ଫିଲ୍ମରେ ଅଭିନୟ କରିବେ। ଭାରତରେ ଯେପରି ତାଙ୍କର ଲୋକପ୍ରିୟତା ଏବଂ ବଲିଉଡର ସେଲିବ୍ରିଟିଙ୍କ ସହ ବନ୍ଧୁତା ଥିଲା, ତେବେ ତାଙ୍କ ପାଇଁ ଫିଲ୍ମରେ ଅଭିନୟ କରିବା ଅଜବ ନୁହେଁ।

କିଛି ବର୍ଷ ପରେ, ଶେନ ଏହା ମଧ୍ୟ କହିଥିଲେ, ଏକ ଭାରତୀୟ ପ୍ରଡକ୍ସନ କମ୍ପାନୀ ତାଙ୍କ ବାୟୋପିକ୍ ତିଆରି କରିବା ପାଇଁ ତାଙ୍କ ସହିତ ନିରନ୍ତର ଟଚ୍‌ରେ ଥିଲା। କିନ୍ତୁ କୋଭିଡ -୧୯ ହେତୁ ଏହାକୁ ହୋଲ୍ଡରେ ରଖାଯାଇଥିଲା। ଏକ ୱେବସାଇଟକୁ କ୍ରିକେଟର କହିଥିଲେ, ‘ମୁଁ ଆଶା କରୁଛି ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆମେ ଏହାକୁ ପୁଣି ଆରମ୍ଭ କରିବୁ। କ’ଣ ହୋଇପାରେ ଦେଖିବା।


Share It

Comments are closed.