ଘରର ଏହି ସ୍ଥାନରେ ରଖନ୍ତୁ ମୟୂର ପଙ୍ଖ, ଦୂର ହେବ ଜୀବନର ସମସ୍ତ ସମସ୍ୟା

Share It

ଘର, କର୍ମକ୍ଷେତ୍ର, ରୋଷେଇ ଘର, ପଢିବା ଟେବୁଲ କିମ୍ବା ଯେକୌଣସି ସ୍ଥାନରେ ବାସ୍ତୁ ଦୋଷ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏହି ବାସ୍ତୁ ଦୋଷ ହେତୁ ସୃଷ୍ଟି ହୋଇଥିବା ନକାରାତ୍ମକ ଶକ୍ତି ବ୍ୟକ୍ତିର ଅଗ୍ରଗତି, ସ୍ୱାସ୍ଥ୍ୟ, ସମ୍ପର୍କ, ଅର୍ଥନୈତିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ, ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଉପାୟକୁ ଯଥାଶୀଘ୍ର କରିବା ଉଚିତ୍ । ହିନ୍ଦୁ ଧର୍ମ, ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ମୟୂର ପଙ୍ଖକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ମୟୂର ପଙ୍ଖ ରହିବା ଦ୍ୱାରା ଅନେକ ବାସ୍ତୁ ଦୋଷ ଦୂର ହୋଇଥାଏ। ଏଥି ସହିତ ଏହା ଜୀବନର ଅନେକ ଅସୁବିଧାକୁ ଦୂର କରିଥାଏ। ତେବେ ଚାଲନ୍ତୁ ଜାଣିବା ମୟୂର ପଙ୍ଖ ସହ ଜଡିତ କିଛି ବାସ୍ତୁ ଉପାୟ।
ଅର୍ଥ ଅଭାବ ଦୂର କରିବା ପାଇଁ:

ଘରର ସିନ୍ଧୁକ କିମ୍ବା ଟଙ୍କା ରଖୁଥିବା ଜାଗାର ଦକ୍ଷିଣ-ପୂର୍ବ କୋଣରେ ମୟୂର ପଙ୍ଖ ରଖନ୍ତୁ। ଏହା ଦ୍ୱାରା କିଛି ଦିନ ମଧ୍ୟରେ ଆର୍ଥିକ ସ୍ଥିତି ଭଲ ହୋଇଥାଏ।

ସୁଖି ବୈବାହିକ ଜୀବନ ପାଇଁ:

ଶୋଇବା ଘରର ପୂର୍ବ କିମ୍ବା ଉତ୍ତର କାନ୍ଥରେ ୨ ଟି ମୟୂର ପଙ୍ଖକୁ ଏକାଠି ଲଗାନ୍ତୁ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ସମସ୍ୟାକୁ ଦୂର ହୋଇଥାଏ ଏବଂ ସେମାନଙ୍କ ସଂପର୍କରେ ପ୍ରେମ ବଢିଥାଏ।

କୁଣ୍ଡଳୀରେ ଦୋଷ ଦୂର କରିବା ପାଇଁ:

ଶୋଇବା ଘରର ପଶ୍ଚିମ କାନ୍ଥରେ ମୟୂର ପଙ୍ଖ ଲଗାଇବା ଦ୍ୱାର କୁଣ୍ଡଳୀରେ କାଳ ସର୍ପ ଦୋଷ, ରାହୁ-କେତୁ ଦୋଷ ଇତ୍ୟାଦିରୁ ମୁକ୍ତି ମିଳିଥାଏ ଏବଂ ଜୀବନରେ ସକରାତ୍ମକ ଫଳ ମିଳିଥାଏ।


Share It

Comments are closed.