କାହିଁକି ବାପି ପିନ୍ଧୁଥିଲେ ଏତେ ସୁନା ? ଜାଣନ୍ତୁ କେତେ ଥିଲା ତାହାର ଓଜନ
ପ୍ରସିଦ୍ଧ ଗାୟକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ସାରା ଭାରତ ଶୋକ କରୁଛି। ବାପି ତାଙ୍କ ଗୀତ ସହିତ ଅନ୍ୟ ଏକ କାରଣରୁ ବି ଚର୍ଚ୍ଚାରେ ରହୁଥିଲେ। ତାହା ହେଉଛି ସୁନା ପ୍ରତି ତାଙ୍କର ଭଲପାଇବା। ଭାରୀ ଅଳଙ୍କାର ବାପି ଦାଙ୍କର ପରିଚୟ ଥିଲା। କିନ୍ତୁ ଆପଣ ଜାଣନ୍ତି କି ବାପି ଦା କେତେ ଟଙ୍କାର ଏବଂ କେତେ ପରିମାଣର ଅଳଙ୍କାର ପିନ୍ଧୁଥିଲେ। ବାପି ଦା ତାଙ୍କ ହାତ ଓ ବେକରେ ଭାରି ଅଳଙ୍କାର ପିନ୍ଧୁଥିଲେ । ୨୦୧୪ ମସିହାରେ ସେ ଲୋକସଭା ନିର୍ବାଚନରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ସମୟରେ ସେ ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ନିର୍ବାଚନ ଅନୁଯାୟୀ, ବାପି ଦାଙ୍କ ପାଖରେ ୭୫୪ ଗ୍ରାମ ସୁନା ଏବଂ ୪.୬୨ କିଲୋଗ୍ରାମ ରୂପା ରହିଥିଲା। ଏହି ଘଟାଣକୁ ୭ ବର୍ଷ ବିତିଗଲାଣି, ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇଯାଇଥିବ।
କେବଳ ବାପି ସୁନାକୁ ଭଲ ପାଉନଥିଲେ। ତାଙ୍କ ପତ୍ନୀଙ୍କ ପାଖରେ ମଧ୍ୟ ଅଧିକ ସୁନା ରହିଛି। ୨୦୧୪ ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ତାଙ୍କ ପତ୍ନୀଙ୍କ ପାଖରେ ୯୬୭ ଗ୍ରାମ ସୁନା, ୮.୯ କିଲୋଗ୍ରାମ ରୂପା, ୪ ଲକ୍ଷ ଟଙ୍କାରୁ ଅଧିକ ହୀରା ଅଛି। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୩୫ କୋଟିରୁ ଅଧିକ। ଏକ ଇଣ୍ଟରଭ୍ୟୁରେ ବାପି କହିଥିଲେ, ‘ହଲିଉଡରେ ଏଲଭିସ୍ ପ୍ରେସ୍ଲି ସୁନା ଚେନ୍ ପିନ୍ଧୁଥିଲେ ଏବଂ ମୁଁ ତାଙ୍କୁ ବହୁତ ପସନ୍ଦ କରୁଥିଲି। ସେହି ସମୟରେ ମୁଁ ଭାବିଥିଲି ଯେତେବେଳେ ସଫଳ ହେବି ମୁଁ ମୋର ଭିନ୍ନ ପ୍ରତିଛବି କରିବି। ତା’ପରେ ମୁଁ ଏତେ ସୁନା ପିନ୍ଧିବାକୁ ସକ୍ଷମ ହେଲି। ସୁନା ମୋ ପାଇଁ ଲକି।’
Comments are closed.