ଅନ୍ତିମ ସମୟରେ ଏହି ଜିନିଷକୁ ମନେ ପକାଉଥିଲେ ବାପି ଦା, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଶେଷ ପୋଷ୍ଟ
ବାପି ଲାହିରିଙ୍କ ଦେହାନ୍ତରେ ସାରା ଭାରତ ଶୋକ କରୁଛି। ସେଲିବ୍ରିଟିଙ୍କ ଠାରୁ ପ୍ରଶଂସକ ସମସ୍ତେ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି। ଏହି ସମୟରେ ତାଙ୍କର ଶେଷ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରୁ ସ୍ପଷ୍ଟ ହେଉଛି, ବାପି ଦା ଶେଷ ଦିନରେ ତାଙ୍କ ପୁରୁଣା ଦିନକୁ ବହୁତ ମନେ ପକାଉଥିଲେ।
View this post on Instagram
ବାପି ଲାହିରି ଇନଷ୍ଟାଗ୍ରାମରେ ନିଜର ପୁରୁଣା ଫଟୋ ସେୟାର କରିଥିଲେ। ଏହି ଫଟୋରେ ସେ କୁଲ୍ ଅନ୍ଦାଜରେ ନଜର ଆସିଥିଲେ। ଏହାକୁ ସେୟାର୍ କରି ସେ ଲେଖିଥିଲେ, ‘ଓଲ୍ଡ ସବୁବେଳେ ଗୋଲ୍ଡ ହୋଇ ରହିଥାଏ …।’ ତାଙ୍କର ଏହି ଫଟୋର କମେଣ୍ଟ ବକ୍ସରେ ପ୍ରଶଂସକ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତେ, ‘ଆମେ ଆପଣଙ୍କୁ ବହୁତ ମିସ୍ କରିବୁ ଦାଦା… ସଂଗୀତ ଇଣ୍ଡଷ୍ଟ୍ରିର କିମ୍ବଦନ୍ତୀ … ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ।’
Comments are closed.