ମାର୍ଚ୍ଚ ୪ରେ ନିକଟତର ହେବ ବିରାଟ ଗ୍ରହାଣୁ

Share It

ପୃଥିବୀ ଆଡକୁ ମାଡିଆସୁଛି ଏବଂ ବିଶାଳକାୟ ଗ୍ରହାଣୁ। ଏହାର ବ୍ୟାସ ପ୍ରାୟ ୧.୩ କିଲୋମିଟର ଏବଂ ଏହା ଇଫେଲ ଟାୱାରଠାରୁ ଆକାରରେ ପ୍ରାୟ ଚାରିଗୁଣ ବଡ ବୋଲି ମହାକାଶ ବିଜ୍ଞାନୀମାନେ କହିଛନ୍ତି। ଏ ସମ୍ପର୍କରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା)ର ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଗ୍ରହାଣୁ ପୃଥିବୀ ଆଡକୁ ଆସୁଛି। ଏହାକୁ ଗବେଷକମାନେ ‘୧୩୮୯୭୧ (୨୦୦୧ ସିବି ୨୧)’ ଭାବରେ ନାମକରଣ କରିଛନ୍ତି। ଏହାର ଗତିପଥ ଉପରେ ନଜର ରଖିଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଉକ୍ତ ଗ୍ରହାଣୁ ସୂର୍ଯ୍ୟ ଆଡକୁ ଅଗ୍ରସର ହେଉଥିବା ସମୟରେ ପୃଥିବୀର ନିକଟତର ହେବ। ଗ୍ରହାଣୁ ତାହାର କକ୍ଷପଥରେ ୪୦୦ ଦିନରେ ଥରେ ପ୍ରଦକ୍ଷିଣ କରୁଛି। ଜଣାଯାଇଛି ଯେ ପ୍ରଥମେ ଏହାକୁ ଲିଙ୍କନ ନିଅର-ଆର୍ଥ ଆଷ୍ଟରଏଡ ରିସର୍ଚ୍ଚ (ଲିନିଅର) ପ୍ରୋଗ୍ରାମ ଠାବ କରିଥିଲା। ଗବେଷକଙ୍କ କହିବା ଅନୁଯାୟୀ ଏହା ଘଣ୍ଟାପ୍ରତି ୪୩,୨୩୬ କିଲୋମିଟର ବେଗରେ ଗତି କରୁଛି। ତେବେ ତାହା ପୂର୍ବରୁ ଆସନ୍ତାକାଲି ଓ ତାହା ପରଦିନ ଅର୍ଥାତ ଫେବୃଆରୀ ୯ ଓ ୧୦ ତାରିଖରେ ସୂର୍ଯ୍ୟରୁ ଫିଲାମେଣ୍ଟ ଉଦ୍‍ଗିରଣ କାରଣରୁ ଭୂପୃଷ୍ଠରେ ଭୂଚୁମ୍ବକୀୟ ଝଡ ସୃଷ୍ଟି ହେବାଆକଳନ କରିଛନ୍ତି ବୈଜ୍ଞାନିକଗଣ। ଅବଶ୍ୟ ଏହାର ସାମାନ୍ୟ ପ୍ରଭାବ ଉପଗ୍ରହଗୁଡିକର କାର୍ଯ୍ୟକାରିତା, ଶକ୍ତି ଗ୍ରୀଡ ଉପରେ ପଡ଼ିପାରେ ବୋଲି ସେମାନେ ଦର୍ଶାଇଛନ୍ତି।


Share It

Comments are closed.