ଅକ୍ଟୋବର-ଡିସେମ୍ବର ୨୦୨୧ ରେ ଜେକେ ଲକ୍ଷ୍ମୀ ସିମେଂଟର ୫୯.୮୪ କୋଟି ଟଙ୍କାର ଲାଭ
ଭୁବନେଶ୍ୱର: ଜେକେ ଲକ୍ଷ୍ମୀ ସିମେଂଟ ଅକ୍ଟୋବର-ଡିସେମ୍ବର ୨୦୨୧ ତ୍ରୟୋମାସିକ ରେ ୧୧୯୩.୪୧ କୋଟି ଟଙ୍କାର ଟର୍ଣ୍ଣଓଭର ସହିତ ବ୍ୟବସାୟରେ ସାମାନ୍ୟ ଅଭିବୃଦ୍ଧି ହାସଲ କରିଛି । ଯାହାକି ଗତବର୍ଷ ଅକ୍ଟୋବର-ଡିସେମ୍ବର ୨୦୨୦ ର ସମାନ ତ୍ରୟୋମାସିକ ସମୟରେ ୧୧୯୨.୮୦ କୋଟି ଟଙ୍କା ରହିଥିଲା । ପେଟକୋକ୍ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ବଢ଼ିଚାଲିଛି, ଯାହାକି ଏପର୍ଯ୍ୟନ୍ତର ସବୁଠାରୁ ଉଚ୍ଚ ସ୍ତରରେ ରହିଛି । ଏହା କମ୍ପାନୀର ଲାଭକୁ ଗଭୀର ଭାବେ ହ୍ରାସ କରିଛି । ଜେକେ ଲକ୍ଷ୍ମୀ ସିମେଂଟର ଛତିଶଗଡ଼ କାରଖାନାରେ ଟ୍ରାକ୍ସପୋର୍ଟରମାନଙ୍କ ଧର୍ମଘଟ ଯୋଗୁଁ ଏହି ତ୍ରୟୋମାସିକରେ ୧୭ ଦିନ ପାଇଁ କମ୍ପାନୀର ଯାତାୟାତ ବନ୍ଦ ରହିଥିଲା ଯାହା ଏହାର ବିକ୍ରି ପରିମାଣକୁ ପ୍ରଭାବିତ କରିଛି ।
ସେହିଭଳି ଗତ ନଭେମ୍ବର ମାସରେ ଅଧିକାଂଶ ବଜାରରେ ଏହାର ଚାହିଦାରେ ଦ୍ରୁତ ହ୍ରାସ ଯୋଗୁଁ କମ୍ପାନୀର ବିକ୍ରିକୁ କ୍ଷତି ପହଂଚିଛି । ବିକ୍ରି ପରିମାଣରେ ହ୍ରାସ ଏବଂ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି କାରଣରୁ ଅକ୍ଟୋବର-ଡିସେମ୍ବର ୨୦୨୧ରେ କମ୍ପାନୀର ଇବିଆଇଡିଟିଏରେ ୨୩% ହ୍ରାସ ଘଟି ଏହା ୧୬୨.୮୪ କୋଟି ଟଙ୍କାରେ ପହଂଚିଛି , ଯାହାକି ଗତବର୍ଷ ସମାନ ତ୍ରୟୋମାସିକ ସମୟରେ ୨୧୨.୪୬ କୋଟି ଟଙ୍କା ରହିଥିଲା । ସୁଧ ଏବଂ ମୂଲ୍ୟହ୍ରାସ ପାଇଁ ପ୍ରଦାନ କରିବା ପରେ ଅକ୍ଟୋବର-ଡିସେମ୍ବର ୨୦୨୧ରେ କମ୍ପାନୀର ପିବିଟି ୯୦.୯୯ କୋଟି ଟଙ୍କାରେ ପହଂଚିଛି ଯାହା ଗତ ବର୍ଷ ସମାନ ତ୍ରୟୋମାସିକ ସମୟରେ ୧୨୭.୧୫ କୋଟି ଟଙ୍କା ରହିଥିଲା । ଟିକସ ଏବଂ ଅନ୍ୟାନ୍ୟ ବ୍ୟାପକ ଆୟ ପ୍ରଦାନ କରିବା ପରେ ଜେକେ ଲକ୍ଷ୍ମୀ ସିମେଂଟର ଲାଭ ଅକ୍ଟୋବର-ଡିସେମ୍ବର ୨୦୨୧ ତ୍ରୟୋମାସିକ ସମୟରେ ୫୯.୮୪ କୋଟି ଟଙ୍କାକୁ ହ୍ରାସ ପାଇଛି ଯାହା ଗତବର୍ଷ ସମାନ ଅବଧିରେ ୧୦୨.୫୩ କୋଟି ଟଙ୍କା ରହିଥିଲା ।
ଏପ୍ରିଲ ୨୦୨୧-ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏହି ନଅ ମାସ ମଧ୍ୟରେ କମ୍ପାନୀର ବିକ୍ରିରେ ୧୬% ବୃଦ୍ଧି ହୋଇ ଏହା ୩୫୪୩.୧୪ କୋଟି ଟଙ୍କାରେ ପହଂଚିଛି (୩୦୬୨.୭୨ କୋଟି ଟଙ୍କା) ଏବଂ ଇବିଆଇଟିଡିଏ ରେ ବୃଦ୍ଧି ଘଟି ଏହା ୫୭୪.୬୫ କୋଟି ଟଙ୍କା(୫୬୯.୦୨ କୋଟି ଟଙ୍କା)ରେ ପହଂଚିଛି । ଏହି ଅବଧି ମଧ୍ୟରେ ପିଏଟି ସ୍ତରରେ ଜେକେ ଲକ୍ଷ୍ମୀ ସିମେଂଟର ଲାଭରେ ୧୨% ବୃଦ୍ଧି ହୋଇ ୨୫୬.୩୦ କୋଟି ଟଙ୍କାରେ ପହଂଚିଛି । ଗତବର୍ଷ ସମାନ ଅବଧିରେ ଏହା ୨୨୭.୯୭ କୋଟି ଟଙ୍କା ଲାଭ ହାସଲ କରିଥିଲା ।
Comments are closed.