ଅର୍ଥନୈତିକ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବ ‘ୟୁନିୟନ ବଜେଟ ୨୦୨୨-୨୩’: ଆଇସିସି
ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ କମର୍ସ ପକ୍ଷରୁ ଇଓଡିବି ଉପରେ ଆଧାରିତ ୟୁନିୟନ ବଜେଟର ଅଭିବୃଦ୍ଧି ଭିତିକ ନୀତି ଦିଗ, ସଂସ୍କାର, ଡିଜିଟାଲ ପରିବର୍ତନ ଉପରେ ଆଧାରିତ ନିର୍ଦ୍ଧିଷ୍ଟ ଦିଗକୁ ପ୍ରଶଂସା କରାଯାଇଛି । ବଜେଟ ପଦକ୍ଷେପଗୁଡ଼ିକ ଚାହିଦା ବଢ଼ାଇବ, ବ୍ୟବହାରକୁ ସମର୍ଥନ କରିବ, ଅର୍ଥନୈତିକ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବ, ରୋଜଗାର ସୃଷ୍ଟି କରିବା ଏବଂ ଅର୍ଥନୀତିରେ ଫଳାଫଳକୁ ସହାୟତା କରିବ । ଏହି ସଂକ୍ରାନ୍ତରେ ଆଇସିସି ଅଧ୍ୟକ୍ଷ, ଶ୍ରୀ ପ୍ରଦୀପ ସୁରେକା କହିଛନ୍ତିଯେ, “ଏହା ଏକ ଅତ୍ୟଧିକ ବିକାଶ କେନ୍ଦ୍ରିକ ବଜେଟ ଯାହା ମହାମାରୀ କାରଣରୁ ଏବଂ ସେମାନଙ୍କ ବ୍ୟବସାୟରେ ଦ୍ରୁତ ପୁନରୁଦ୍ଧାର ପାଇଁ ପ୍ରତ୍ୟେକ ଶିଳ୍ପ ଆବଶ୍ୟକ କରୁଥିଲେ । ଭାରତୀୟ ଅର୍ଥନୀତିରେ ଅବନତି ହେତୁ ଏହାକୁ କିପରି ବହୁ ପ୍ରତୀକ୍ଷିତ ‘ଭି’ ଆକାରର ପୁନରୁଦ୍ଧାର ପଥରେ ନିଆଯିିବ ତାହା କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ଥିଲା । କିନ୍ତୁ ସରାକାର କୃଷି ଠାରୁ ଆରମ୍ଭ କରି ନିଯୁକ୍ତି, ସ୍ଥାୟୀ ସଂଗଠନ ପର୍ଯ୍ୟନ୍ତ ଏବଂ ବିଶେଷ କରି ଇ-କମର୍ସ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ପ୍ରାୟ ସମସ୍ତ କ୍ଷେତ୍ର ଉପରେ ଧ୍ୟାନକେନ୍ଦ୍ରିତ କରି ଚିନ୍ତାଶୀଳ ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି । ରାଜ୍ୟ ସରକାରମାନଙ୍କୁ ଏକ ଲକ୍ଷ କୋଟି ସୁଧ ମୁକ୍ତ ଋଣ ଅନୁମୋଦନ କରାଯାଇଛି ଯାହାକି ପିଏମ ଗତି ଶକ୍ତି ପ୍ରକଳ୍ପକୁ ବୃଦ୍ଧି କରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ଏକ ସନ୍ତୁଳିତ ବଜେଟ ବୋଲି ଆମର ବିଶ୍ୱାସ ।”
ଆଇସିସି ଓଡ଼ିଶା ରାଜ୍ୟ କାଉନସିଲ, ଚେୟାରମ୍ୟାନ, ଶ୍ରୀ ଜେ ବି ପାଣି କହିଛନ୍ତିଯେ, “ଏହି ବଜେଟରେ ଭିତିଭୂମି ବିକାଶ ଉପରେ ଗୁରୁତ୍ୱ ଅତ୍ୟନ୍ତ ସକାରତ୍ମକ ରହିଛି କିନ୍ତୁ ଅତୀତରେ ଆମେ ଅଧିକ ଖର୍ଚ୍ଚ ବଂଟନ ହୋଇଥିବା କିନ୍ତୁ ସମାନ କ୍ଷେତ୍ରରେ କମ ପରିମାଣ ଖର୍ଚ୍ଚ ହୋଇଥିବା ଦେଖିଛୁ । ଚଳିତବର୍ଷ ଆମେ ଭିତିଭୂମି ପାଇଁ ସାତ ଲକ୍ଷ କୋଟି ଆବଂଟନ ଲକ୍ଷ କରିଛୁ ଏବଂ ସମାନ ଉପରେ ଖର୍ଚ୍ଚ ସମୟରେ ଏହା କିପରି ହେବ ତାହା ଦେଖିବା କୌତୁହଳପ୍ରଦ ହେବ ।”
ଯଦି ସରକାର ସମଗ୍ର ବଂଟିତ ପାଣ୍ଠିକୁ ଖର୍ଚ୍ଚ କରିବାକୁ ସକ୍ଷମ ହୁଅନ୍ତି ତେବେ ଏହା ଦେଶର ସାମଗ୍ରିକ ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ବିଶେଷ କରି ଓଡ଼ିଶାର ଯାହାକି ଏକ ଖଣିଜ ଆଧାରିତ ଅର୍ଥନୀତି ଅଟେ । ଟେକ୍ନୋଲୋଜି ଏବଂ ଷ୍ଟାର୍ଟ ଅପଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଉଛି । ଅନ୍ୟ ଦେଶଗୁଡ଼ିକ ଭଳି ଭାରତ ମଧ୍ୟ ଡିଜିଟାଲ ମୁଦ୍ରା ଉପରେ ଧ୍ୟାନ ଦେଇଛି ଯାହାକି ପ୍ରଗତିଶୀଳ ଏବଂ ଭବିଷ୍ୟତରେ ଆମେ ଏହାର କାର୍ଯ୍ୟକାରୀତା ବିଷୟରେ ଜାଣିବା ।”
ଆଇସିସି ଓଡ଼ିଶା ରାଜ୍ୟ କାଉନସିଲ, କୋ-ଚେୟାରମ୍ୟାନ ଶ୍ରୀ ଏ.କେ ଗୁପ୍ତା କହିଛନ୍ତିଯେ, “ଏହି ମହାମାରୀ ସମୟରେ ଭାରତୀୟ ଅର୍ଥନୀତି ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ବିଚାର କରି ଅର୍ଥ ମନ୍ତ୍ରଣାଳୟ ଏକ ଉତମ ସନ୍ତୁଳିତ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁନିୟନ ବଜେଟ ୨୦୨୨ ରେ ଅନେକ ପ୍ରୋତ୍ସାହକାରୀ ପଦକ୍ଷେପ ରହିଛି ଯାହାକି ଆଶାୟୀ ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ଉପରକୁ ନେବ ।”
ଇସିଏଲଜିଏସ ଯୋଜନାର ବିସ୍ତାର ଏମଏସଏମଇଙ୍କ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ୫ ଲକ୍ଷ କୋଟିର କ୍ରେଡିଟ ଏବଂ ଆର୍ଥିକ ସହାୟତା ଏହି କ୍ଷେତ୍ରକୁ ଏକ ବୃହତ ଶକ୍ତି ପ୍ରଦାନ କରି ନୂତନ ବ୍ୟବସାୟଗୁଡ଼ିକୁ ଆଗକୁ ଆସିବାରେ ପ୍ରୋତ୍ସାହିତ କରିବ । ଏହି ଘୋଷଣା କମ ସମୟ ମଧ୍ୟରେ ନିଶ୍ଚିତ ଭାବରେ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସେହିଭଳି ବିଦ୍ୟୁତ ଶିଳ୍ପର ବିତରଣ ଏବଂ ସଂଚାରଣରେ ଉନ୍ନତି ଉପରେ ଗୁରୁତ୍ୱ ଦେବା ମଧ୍ୟ ପ୍ରଶଂସାଯୋଗ୍ୟ ।
ଆଇସିସି ଉପାଧ୍ୟକ୍ଷ ଶ୍ରୀ ଅମେୟ ପ୍ରଭୁ କହିଛନ୍ତିଯେ, “ଏହି ସାମଗ୍ରିକ ପ୍ରଗତିଶୀଳ ବଜେଟ ଡିଜିଟାଲ ମୁଦ୍ରା ଉପରେ ଏକ ଅପ୍ରତ୍ୟାଶିତ ତଥାପି ସକାରାତ୍ମକ ଦୃଷ୍ଟିକୋଣ ସୃଷ୍ଟି କରିଛି । ଯେଉଁ ସମୟରେ କିଛି ମାସ ତଳେ କ୍ରିପ୍ଟୋ ନିଷେଧ ହେବାକୁ ଥିଲା ଏବଂ ଏହା ଅନେକଙ୍କ ପାଇଁ ଏକ ଆଶ୍ୱସ୍ତି ଭାବେ ଆସିଛି । ଯଦିଓ ଆର୍ଥିକ ନିଅଂଟ ୬.୯% ରହିଛି ଭିତିଭୂମି ଏବଂ ଲଜିଷ୍ଟିକ୍ସ ଶିଳ୍ପକୁ ସରକାର ଏକ ବୃହତ ପ୍ରୋତ୍ସାହନ ଦେଇଛନ୍ତି ଏବଂ ବ୍ୟକ୍ତିଗତ ଟିକସଦାତାଙ୍କ ବ୍ୟତୀତ କର୍ପୋରଟ ଟ୍ୟାକ୍ସଦାତାମାନେ ମଧ୍ୟ ଅନେକ ଦିଗରୁ ଉପକୃତ ହେବେ ।”
Comments are closed.