ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ମାଥ୍ୟୁ ହେଡନ
ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ମାଥ୍ୟୁ ହେଡନଙ୍କୁ ଭାରତର ଗଣତନ୍ତ୍ର ଦିବସ ଅବସରରେ ପିଏମ୍ ମୋଦିଙ୍କ ବ୍ୟକ୍ତିଗତ ଭାବେ ପତ୍ର ପ୍ରାପ୍ତ ହୋଇଥିଲା । ଏହା ମଧ୍ୟରେ ହେଡନ ଶୁକ୍ରବାର ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କୁ ସମ୍ମାନ ଜଣାଇଥିବାରୁ ପିଏମ୍ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ଭାରତ ପାଇଁ ନିଜ ସ୍ନେହ ଜଣାଇଛନ୍ତି ।
View this post on Instagram
I would like to congratulate India on their 73rd Republic Day. I woke up to a personal message from Prime Minister Modi @narendramodi reaffirming my close personal ties with him and to the people of India. Congratulations from the Universe Boss and nuff love 🇮🇳🇯🇲❤️🙏🏿
— Chris Gayle (@henrygayle) January 26, 2022
Dear, Mr @narendramodi,
Thanks for the incredibly kind words in your letter to me. Ever since stepping foot in India in 2003, I’ve grown more in love with your country on every visit.
I was recently asked, ‘what do you most like about India’ & my answer was easy – THE PEOPLE 1/2 pic.twitter.com/fHvMMWi4Mi— Kevin Pietersen🦏 (@KP24) January 28, 2022
କହିରଖୁଛୁ ଭାରତର ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପତ୍ରରେ ଭାରତ ସହିତ କ୍ରିକେଟରଙ୍କ ଗଭୀର ସମ୍ପର୍କ ଉଲ୍ଲେଖ କରିଥିଲେ ଏବଂ କ୍ରିକେଟରଙ୍କୁ ଧନ୍ୟବାଦ ଦେଇ ଆଶା କରିଥିଲେ ଯେ ଭବିଷ୍ୟତରେ ମଧ୍ୟ ଭାରତ ସହିତ ଏମିତି ସୁସମ୍ପର୍କ ସର୍ବଦା ପାଇଁ ରହିବ । ଏହା ପରେ ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳୀ ମାଥ୍ୟୁ ଇନଷ୍ଟାଗ୍ରାମରେ ତାଙ୍କୁ ମୋଦିଙ୍କ ପାଖରୁ ମିଳିଥିବା ପତ୍ର ସହିତ ଫଟୋ କ୍ୟାପ୍ସନ ଦେଇ ଧନ୍ୟବାଦ ବାର୍ତ୍ତା ଜଣାଇଛନ୍ତି । କହିରଖୁଛୁ ହେଡନଙ୍କୁ ଅଷ୍ଟ୍ରେଲିଆ ଖେଳାଳୀ ରୂପେ ତାଙ୍କ ସମୟରେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ କାର୍ଯ୍ୟକାଳ ସମୟରେ ଭାରତୀୟ କ୍ରିକେଟପ୍ରେମୀଙ୍କଠୁ ଅନେକ ସ୍ନେହ ମିଳିଛି । କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେବା ପରେ ହେଡନ କମେଣ୍ଟଟରର ଭୂମିକା ମଧ୍ୟ ତୁଲାଇଛନ୍ତି । ତେବେ କହିରଖୁଛୁ କ୍ରିସ୍ ଗେଲ୍ ଏବଂ କେଭିନ୍ ପିଟରସନଙ୍କ ପାଖକୁ ମଧ୍ୟ ପିଏମ୍ ମୋଦିଙ୍କ ଖାସ୍ ସନ୍ଦେଶ ବାର୍ତ୍ତା ଯାଇଥିଲା ।
Comments are closed.