ଫ୍ରାନ୍ସରେ ଗୋଟିଏ ଦିନରେ ଚିହ୍ନଟ ହେଲା ୧.୮୦ ଲକ୍ଷ ନୂଆ ମାମଲା
କରୋନା ଭାଇରସ ପାଇଁ ଭାରତର ସ୍ଥିତି ବହୁତ ଖରାପ । ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ କରୋନାର ନୂଆ ୧,୭୯.୮୦୭ କେସ୍ ଚିହ୍ନଟ ହୋଇଛନ୍ତି । ଯାହାକି ରେକର୍ଡ । ଆଜି ପର୍ଯ୍ୟନ୍ତ ଫ୍ରାନ୍ସରେ ଏତେ ସଂଖ୍ୟକ କେସ୍ ସାମ୍ନାକୁ ଆସିନି ।
ଗୋଟିଏ ଦିନରେ ଏହା ସର୍ବାଧିକ ରିପୋର୍ଟ ହୋଇଥିବା ମାମଲା । ଅନେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଛୁଟିଦିନରେ ରିପୋର୍ଟ କରିବାରେ ବିଳମ୍ବ ହେତୁ ଗୋଟିଏ ଦିନରେ ଅନେକ ସଂକ୍ରମଣ ଦେଖାଦେଇଛି । ଫ୍ରାନ୍ସ ସହିତ ଇଟାଲୀ, ଗ୍ରୀସ୍, ପର୍ତ୍ତୁଗାଲ ଏବଂ ବ୍ରିଟେନ ଭଳି ଦେଶରେ ମଧ୍ୟ କୋଭିଡ ସ୍ଥିତି ଖରାପ ଅଛି ।
ବ୍ରିଟେନରେ ଅବସ୍ଥା ଖରାପ:
ବ୍ରିଟେନ୍ ବିଷୟରେ କହିବାକୁ ଗଲେ, ଗତ ୨୪ ଘଣ୍ଟା ମଧ୍ୟରେ ୧,୨୯,୪୭୧ ଲୋକ କୋଭିଡରେ ସଂକ୍ରମିତ ହୋଇଛନ୍ତି । ଯାହାକି ରେକର୍ଡ । ଏହି ତଥ୍ୟ ଉତ୍ତର ଆୟର୍ଲାଣ୍ଡ ଏବଂ ସ୍କଟଲ୍ୟାଣ୍ଡ ତଥ୍ୟ ଅନ୍ତର୍ଭୂକ୍ତ ନୁହେଁ । ଏହାପୂର୍ବରୁ, ୨୪ ଡିସେମ୍ବରରେ, ବ୍ରିଟେନରେ ସର୍ବାଧିକ ୧,୨୨,୧୮୬ କେସ୍ ରିପୋର୍ଟ ହୋଇଥିଲା । କରୋନାର ନୂତନ ଲହରକୁ ଦୃଷ୍ଟିରେ ରଖି ୟୁରୋପୀୟ ଦେଶଗୁଡ଼ିକ ପୁଣି ଥରେ ଲକଡାଉନ୍ ଆଡକୁ ମୁହାଁଇଥିବାର ନଜର ଆସୁଛି ।
ପବ୍, ଜିମ୍ ଇତ୍ୟାଦି ପୁଣି ଥରେ ବନ୍ଦ ହେବାକୁ ବସିଛି । ଖାସ୍ କରି ନାଇଟ କର୍ଫ୍ୟୁ ଲାଗୁ କରାଯାଉଛି । କରୋନା ଭାଇରସର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ଦେଶଗୁଡ଼ିକ ଟିକାକରଣର ତୃତୀୟ ଡୋଜ୍ ଦେବା ଆରମ୍ଭ କରିଛନ୍ତି ଯାହା ଦ୍ୱାରା ଲୋକେ ରୋଗ ପ୍ରତିରୋଧକ ବୃଦ୍ଧି ପାଇବ ।
କାନାଡାରେ ବାଜିରେ ଲାଗିଛି ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ:
କାନାଡା ବିଷୟରେ କହିବାକୁ ଗଲେ, କ୍ୟୁବେକ ପ୍ରଦେଶ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଛି । କୋଭିଡରେ ସଂକ୍ରମିତ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଏହି ରାଜ୍ୟରେ କାର୍ଯ୍ୟରେ ନିୟୋଜିତ ଅଛନ୍ତି । କ୍ୟୁବେକ ସ୍ୱାସ୍ଥ୍ୟମନ୍ତ୍ରୀ ଖ୍ରୀଷ୍ଟିଆନ ଡ୍ୟୁବ କହିଛନ୍ତି ଯେ ଆମର କୌଣସି ବିକଳ୍ପ ନାହିଁ । ଓମିକ୍ରନ୍ର ବୃଦ୍ଧି ହେତୁ କୋଭିଡ ପଜିଟିଭ୍ ହେବା ପରେ ମଧ୍ୟ କେତେକ ଜରୁରୀ ପାଇଁ କର୍ମଚାରୀଙ୍କୁ କାମ କରିବାକୁ ଅନୁମତି ଦିଆଯାଇଛି ।
Comments are closed.