ପିଲାଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର, ସକାଳ ୮ଟାରୁ ଦିନ ଗୋଟାଏ ଚାଲିବ ଟିକାକରଣ
ଆସନ୍ତା ଜାନୁୟାରୀ ପହିଲାରୁ ପିଲାଙ୍କୁ ଦିଆଯିବ ଟିକା । ସାରା ଦେଶରେ ୧୫ ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ରାଜ୍ୟରେ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଯେଉଁଠି ପିଲାଙ୍କ ପାଇଁ ଟିକାକରଣ କେନ୍ଦ୍ର ଖୋଲାଯିବା ସମ୍ଭବ ନୁହେଁ ।
ସେ କ୍ଷେତ୍ରରେ ଚାଲୁରହିଥିବା ଅନ୍ୟ ଟିକାକରଣ କେନ୍ଦ୍ରରେ ପିଲାଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ସେଇ କେନ୍ଦ୍ର ଗୁଡିକରେ ପିଲାଙ୍କୁ ସକାଳ ୮ରୁ ଦିନ ଗୋଟାଏ ଯାଏ ଟିକାକରଣ ଚାଲୁରହିବ । ଅପରାହ୍ନରେ ଅନ୍ୟମାନଙ୍କର ଟିକାକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
Comments are closed.