ଆଗମୀ ନିର୍ବାଚନକୁ ନେଇ ଆଜି କେନ୍ଦ୍ର ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ନିର୍ବାଚନ କମିଶନ (ଇସି) ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ଏକ ବୈଠକ ଆୟୋଜନ କରିବାକୁ ଯାଉଛି । ଦେଶରେ ଥିବା କୋଭିଡ-୧୯ ସଂକ୍ରମଣ ସ୍ଥିତି ନେଇ ଏହି ବୈଠକରେ ଆଲୋଚନା ହେବ । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କୋଭିଡ ପରିସ୍ଥିତିରେ କିଭଳି ମତଦାନ ଓ ପ୍ରଚାର ହେବ, ତାହା ନେଇ ଆଶଙ୍କା ଉପୁଜିଛି ।
ଦେଶରେ କରୋନାର ଓମିକ୍ରନ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ବିଭିନ୍ନ ରାଜ୍ୟ ପୁଣି କଟକଣା ଲାଗୁ କରିଛନ୍ତି । ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷ ୟୁପି, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ଇତିମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ନିର୍ବାଚନକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାସେ କିମ୍ବା ଦୁଇମାସ ସ୍ଥଗିତ ରଖିବା ପାଇଁ ସେ ଦୁଇଦିନ ତଳେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ । ସେହିଭଳି ପ୍ରଚାର ଅଭିଯାନ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ । ଆସନ୍ତା ବର୍ଷ ୟୁପିରେ ନିର୍ବାଚନ ହେବାକୁ ଯାଉଛି । ସେପଟେ ଦେଶରେ ଓମିକ୍ରନ୍ ମାମଲା ୫୦୦ ପାର୍ କରିଯାଇଛି ।
Comments are closed.