ଫିଲ୍ମ ‘୮୩’କୁ ଟ୍ୟାକ୍ସ ଫ୍ରି’ ଘୋଷଣା କଲେ ଦିଲ୍ଲୀ ସରକାର
କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ୧୯୮୩ ମସିହାରେ ବିଶ୍ୱକପ୍କୁ ହାସଲ କରି ଭାରତ ପାଇଁ ଗର୍ବ ଗୌରବ ଆଣିଥିଲା। ଏହି ଐତିହାସିକ ବିଜୟୀ ଉପରେ କବୀର ଖାନ୍ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଯାହାର ନାଁ ରହିଛି ‘୮୩’। ଏହା ଡିସେମ୍ବର ୨୪ ତାରିଖରେ ଫିଲ୍ମ ‘୮୩’ ପରଦାକୁ ଆସିବ। ଏହାକୁ ନେଇ ଦର୍ଶକଙ୍କ ମନରେ ଖୁବ୍ ଉତ୍ସାହ ବଢି ଯାଇଛି । ହେଲେ ଏହି ଫିଲ୍ମର ରିଲିଜ୍କୁ ନେଇ ଦିଲ୍ଲୀ ସରକାର ଏବେ ବଡ଼ ଉପହାର ଦେଇଛନ୍ତି । ଘୋଷଣା କରି କହିଛନ୍ତି ଯେ ରଣବୀର ସିଂହଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ‘୮୩’କୁ ଦିଲ୍ଲୀରେ କର ମୁକ୍ତ ତଥା ଟ୍ୟାକ୍ସ ଫ୍ରି କରାଯିବ। ଦିଲ୍ଲୀରେ ‘୮୩’ ପାଇଁ କୌଣସି ଟ୍ୟାକ୍ସ ଆଦାୟ କରାଯିବ ନାହିଁ ବୋଲି କେକ୍ରିଓ୍ଵାଲ ସରକାର ଘୋଷଣା କରିଛନ୍ତି।
ନିର୍ଦ୍ଦେଶକ କବୀର ଖାନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘୮୩’ ଭାରତର ଐତିହାସିକ ୧୯୮୩ କ୍ରିକେଟ୍ ବିଶ୍ୱ କପ୍ ବିଜୟୀ ଉପରେ ଆଧାରିତ। ଏହି ଫିଲ୍ମରେ ନିଜ ଅଭିନୟ ବିଷୟରେ ଆଲୋଚନା କରିବା ନେଇ ରଣବୀର ସିଂହ କହିଛନ୍ତି, କପିଲ ଦେବଙ୍କ ଭଳି ବ୍ୟାଟିଂ କରିବା ତାଙ୍କ ଜୀବନର ସବୁଠାରୁ କଷ୍ଟକର କାମ ଥିଲା। ଯେଉଁଥି ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା । ୮୩ରେ ରଣବୀରଙ୍କ ସହ ଦୀପିକା ପାଦୁକୋନ୍ କପିଲ ଦେବଙ୍କ ପତ୍ନୀ ରୋମୀ ଭୂମିକାରେ ନଜର ଆସିବେ। ତେବେ ଡିସେମ୍ବର ୨୪ରେ ଫିଲ୍ମ ୮୩ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟଲମ୍ ଭାଷାରେ ବଡ଼ ପରଦାକୁ ଆସିବ।
Comments are closed.