୨ ଓମିକ୍ରନ୍ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଅଛି : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

Share It

ରାଜ୍ୟରେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବାନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ, ଗତ ନଭେମ୍ଵର ୨୧ ପରଠାରୁ ସର୍ଭେଲାନ୍ସ ରଖାଯାଇଥିଲା। ୮ ହଜାର ୮ ଶହରୁ ଉର୍ଦ୍ଧ୍ଵ ଯାତ୍ରୀ ବିଦେଶରୁ ଆସିଛନ୍ତି। ପ୍ରାୟ ୧୬୦୦ ଜଣ ଆଟ୍ ରିସ୍କ ଦେଶରୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କର ଆରଟିପିସିଆର ଟେଷ୍ଟରେ ପଜିଟିଭ୍ ଆସିଥିଲା। ପ୍ରଥମ ପର୍ଯ୍ୟାୟରେ ୪ପଜିଟିଭ୍ ନମୁନାର ଜିନମ ସିକ୍ଵେନ୍ସିଂରୁ ଓମିକ୍ରନ୍ ବାହାରି ନଥିଲା। ଦ୍ଵିତୀୟ ପର୍ଯ୍ୟାୟ ଜିନମ ସିକ୍ଵେନ୍ସିଂରୁ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାରରୁ ଆସିଛନ୍ତି । ଉଭୟ ସୁସ୍ଥ ଅଛନ୍ତି । ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂରୁ ଜଣେ ୧୧ଜଣ, ଓ ଅନ୍ୟ ଜଣେ ୧୦ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଚିହ୍ନଟ କରାଯାଇଛି । ସେମାନଙ୍କ ଉପରେ ନଜର ରଖାଯାଇଛି । ଜଣକର ଲକ୍ଷଣ ନାହିଁ । ଜଣକର ସ୍ୱଳ୍ପ ଲକ୍ଷଣ ରହିଛି ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


Share It

Comments are closed.