ବିଏମଡ଼ବ୍ଲ୍ୟୁ ମୋଟୋରାଡ଼ ଇଂଟରନ୍ୟାଶନାଲ ଜିଏସ ଟ୍ରଫି ୨୦୨୨ ପାଇଁ ଟିମ୍ ଇଣ୍ଡିଆ ଘୋଷିତ
ଭୁବନେଶ୍ୱର: ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ପକ୍ଷରୁ ‘ଟିମ୍ ଇଣ୍ଡିଆ’ ପାଇଁ ଫାଇନାଲିଷ୍ଟଙ୍କ ନାମ ଘୋଷଣା କରାଯାଇଛି ଯେଉଁମାନେ ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ଇଂଟର୍ନ୍ୟାଶନାଲ ଜିଏସ ଟ୍ରଫି ୨୦୨୨ ରେ ଅଂଶଗ୍ରହଣ କରିବେ । ଏହି ଫାଇନାଲିଷ୍ଟଙ୍କୁ ଦେଶବ୍ୟାପୀ ଆୟୋଜିତ ହୋଇଥିବା ମଲ୍ଟି-ସିଟି କ୍ୱାଲିଫାୟର ରାଉଣ୍ଡରୁ ଚୟନ କରାଯାଇଛି । ବିଜେତାମାନେ ଆଲ୍ବାନିଆରେ ଇଂଟର୍ନ୍ୟାଶନାଲ ଜିଏସ ଟ୍ରଫିରେ ଗର୍ବର ସହିତ ଭାରତର ପ୍ରତିନିଧିତ୍ୱ କରିବେ । ତିନିଜଣ ବିଜେତା ହେଉଛନ୍ତି କଲିକତାର ରମିଜ୍ ମଲିକ୍, ବାଙ୍ଗାଲୋରର ଚାଉଡ଼େ ଗୌଡ଼ା ଏବଂ ପୁନେର ଆଦିବ ଜାବାନମାର୍ଡ଼ି ।
ପ୍ରଥମ ଥର ପାଇଁ, ଜଣେ ମହିଳା ଜିଏସ ରାଇଡର୍ ଟିମ୍ ମଧ୍ୟ ଆଂଚଳିକ ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଯୋଗିତା କରିଥିଲା ଏବଂ ଏହି ଟିମ୍ ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ଇଂଟର୍ନ୍ୟାଶନାଲ ଜିଏସ ଟ୍ରଫି ୨୦୨୨ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବାର ଏକ ସୁଯୋଗ ପାଇବ ।
ଏସମ୍ପର୍କରେ ବିଏମଡ଼ବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡେଂଟ୍, ବିକ୍ରମ ପାୱା କହିଛନ୍ତିଯେ, “ ଜିଏସ ଟ୍ରଫି ହେଉଛି ପ୍ରତିଯୋଗିତାମୂଳ ଦକ୍ଷତା ଆହ୍ୱାନ, ଟିମ୍ୱାର୍କ ଓ କିଛି ଉନ୍ନତ ଚାଳନାରଏକ ହଲ୍ମାର୍କ । ମୁଁ ସମସ୍ତ ବିଜେତାମାନଙ୍କୁ ଚମତ୍କାର ଧୈର୍ଯ୍ୟ, ଚାଳନା ଦକ୍ଷତା ଓ ଦଳଗତ ଉତ୍ସାହ ପ୍ରଦର୍ଶିତ କରିବା ପାଇଁ ଶୁଭେଚ୍ଛା ଜଣାଉଛି । ସ୍ୱଦେଶକୁ ଇଂଟର୍ନ୍ୟାଶନାଲ ଜିଏସ ଟ୍ରଫି ଆଣିବା ପାଇଁ, ଏହି ଗୁଣଗୁଡିକର ପ୍ରଚୁର ମାତ୍ରାରେ ଆବଶ୍ୟକ ରହିଥିଲା । ପ୍ରତ୍ୟେକ ସଦସ୍ୟ ଏକ ବିଜୟୀ ପ୍ରଦର୍ଶନ ପାଇଁ ଟିମ୍ର କ୍ଷମତାରେ ଯୋଗଦାନ ଦେବା ଓ ଏହାକୁ ମଜଭୁତ କରିବା ଲାଗି ସୀମାରୁ ଆଗକୁ ଆସି ପ୍ରୟାସ କରିବା ଉଚିତ । କିନ୍ତୁ ପ୍ରତିଯୋଗିତା ଓ ଅନ୍ୟ ଯେକୌଣସି ଜିନିଷଠାରୁ ଅଧିକ, ଏହି ସ୍ମରଣୀୟ ଅଭିଜ୍ଞତାକୁ ଗୁରୁତ୍ୱ ଦିଅ । ଭାରତରେ ସମଗ୍ର ବିଏମଡ଼ବ୍ଲ୍ୟୁଜିଏସ କମ୍ୟୁନିଟି ଓ ଚାଳନା ଉତ୍ସାହୀମାନେ ତୁମର ପ୍ରଗତିକୁ ଅତି ନିକଟରୁ ଅନୁସରଣ କରିବେ । ଆମେ ‘ଟିମ୍ ଇଣ୍ଡିଆ’କୁ ଶୁଭକାମନା ଜଣାଉଛୁ । ଆଗକୁ ବଢ ଏବଂ ମେକ୍ ଲାଇଫ୍ ଏ ରାଇଡ୍!”
୨୬ ବିଏମଡ଼ବ୍ଲ୍ୟୁ ଜିଏସ ମାଲିକ ଇଣ୍ଡିଆନ୍ ନ୍ୟାଶନାଲ କ୍ୱାଲିଫାୟରର ରୋମାଂଚକର ୩ୟ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ । ରାଇଡର୍ମାନେ ହାର୍ଡକୋର୍ ଆଡ୍ଭେଂଚର୍ ରାଇଡିଙ୍ଗ୍ ଓ ଟିମ୍ୱର୍କ ଚ୍ୟାଲେଞ୍ଜ ସମେତ ବିଭିନ୍ନ ଜଟିଳ ପର୍ଯ୍ୟାୟରେ ପ୍ରତିଯୋଗିତା କରିଥିଲେ । ସ୍ୱତନ୍ତ୍ର ପରୀକ୍ଷଣଗୁଡିକରେ ଚାଳନା କ୍ଷମତାର ପ୍ରଦର୍ଶନ, ଟେକ୍ନିକ୍, ନାଭିଗେଶନ, ଫିନ୍ନେସ୍, ମାନସିକ ସଚେତନତା ଓ ମେକାନିକାଲ ଦକ୍ଷତା ଆଦି ସାମିଲ ଥିଲା ।
ଆଲ୍ବାନିଆରେ ଆୟୋଜିତ ହେବାକୁ ଥିବା ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ଇଂଟର୍ନ୍ୟାଶନାଲ ଜିଏସ ଟ୍ରଫି ୨୦୨୨ରେ ଟିମ୍ ଇଣ୍ଡିଆ ଗର୍ବର ସହିତ ଦେଶର ପ୍ରତିନିଧିତ୍ୱ କରିବ । ଏହି ଟିମ୍ ଆଗକୁ ଥିବା ଆଡ୍ଭେଂଚର୍ ଓ ଆଲ୍ବାନିଆକୁ ଗସ୍ତ କରିବା ପାଇଁ ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ସୁସଜ୍ଜିତ ହେବ ଏବଂ ଟିମ୍ର ପ୍ରତ୍ୟେକ ଚାଳକଙ୍କୁ ଇଭେଂଟ୍ ସମୟାବଧି ପାଇଁ ଏକ ବ୍ରାଣ୍ଡ-ନ୍ୟୁ ପର୍ସନାଲାଇଜ୍ଡ ବିଏମଡ଼ବ୍ଲ୍ୟୁ ଜିଏସ ମୋଟରସାଇକେଲ୍ ପ୍ରଦାନ କରାଯିବ । ଟିମ୍ ଇଣ୍ଡିଆ ସେଠାରେ ବ୍ରାଜିଲ, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଜାପାନ, ଲାଟିନ୍ ଆମେରିକା, ମେକ୍ସିକୋ, ନେଦର୍ଲ୍ୟାଣ୍ଡସ, ରୁଷ୍, ଦକ୍ଷିଣ ଆଫ୍ରିକା, ସାଉଥ୍ ଇଷ୍ଟ ଏସିଆ, ସାଉଥ୍ କୋରିଆ, ୟୁନାଇଟେଡ୍ କିଙ୍ଗ୍ଡମ୍ ଓ ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ଆମେରିକା ଆଦିର ଟିମ୍ ସହିତ ପ୍ରତିଦ୍ୱନ୍ଦିତା କରିବ ।
ଇଣ୍ଡିଆନ୍ ନ୍ୟାଶନାଲ କ୍ୱାଲିଫାୟର୍ ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହୋଇଥାଏ ଏବଂ ଏହା ମୁଖ୍ୟତଃ ଇଂଟର୍ନ୍ୟାଶନାଲ ଜିଏସ ଟ୍ରଫିର ଆହ୍ୱାନଗୁଡିକର ନକଲ କରିଥାଏ । ୩ୟ ସଂସ୍କରଣ ପାଇଁ ମଲ୍ଟି-ସିଟି କ୍ୱାଲିଫାୟର୍ ରାଉଣ୍ଡକୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ଭୁବନେଶ୍ୱରରେ ଆୟୋଜନ କରାଯାଇଥିଲା । ସମଗ୍ର ଦେଶରୁ ୨୫୦ରୁ ଅଧିକ ରାଇଡର୍ ଇଣ୍ଡିଆନ୍ ନ୍ୟାଶନାଲ କ୍ୱାଲିଫାୟରରେ ନିଜର ପ୍ରତିଭାର ପ୍ରଦର୍ଶନ କରିବାକୁ ଅଂଶଗ୍ରହଣ କରିଥିଲେ ।
Comments are closed.