ଟିକା ନନେଲେ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେବ ଗୁଗୁଲ୍

Share It

ସବୁଠାରୁ ବଡ କମ୍ପାନୀ ଗୁଗୁଲ୍‌ । ଯାହାର ୬୦ଟି ଦେଶରେ ୮୫ଟି ରହି ଅଫିସ୍‌ । କିନ୍ତୁ କରୋନା ପାଇଁ ବହୁ ସଂଖ୍ୟକ କର୍ମଚାରୀ ଘରେ ରହି କାମ କରି ଆସୁଥିଲେ । ଆଲଫାବେଟ୍ ଇଙ୍କ୍‌ କମ୍ପାନୀ ଗୁଗୁଲ୍ ଏହାର କର୍ମଚାରୀମାନଙ୍କୁ କହିଛି ଯେ ଯଦି ସେମାନେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ ନକରନ୍ତି ତେବେ ସେମାନେ ଦରମା ମିଳିବ ନାହିଁ । କେତେକ କ୍ଷେତ୍ରରେ ସେମାନେ ଚାକିରି ହରାଇ ପାରନ୍ତି । ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟଗୁଡିକ ଦର୍ଶାଇ CNBC ମଙ୍ଗଳବାର ଏହି ଦାବି କରିଛି। ତେବେ ରିପୋର୍ଟ ଅନୁଯାୟୀ, ଗୁଗୁଲ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ମେମୋରେ କୁହାଯାଇଛି ଯେ ଟୀକାକରଣର ସମସ୍ତ କାଗଜପତ୍ର ସ୍ଥିତି ଦେଖାଇବା । ଡାକ୍ତରୀ ଚିକିତ୍ସା କିମ୍ବା ଧାର୍ମିକ ଛାଡ ଆବେଦନ କରିବା ପାଇଁ କର୍ମଚାରୀମାନଙ୍କ ପାଇଁ ଡିସେମ୍ବର ୩ ପର୍ଯ୍ୟନ୍ତ ସମୟ ରହିଥିଲା ।

CNBC ରିପୋର୍ଟ ଦର୍ଶାଇ କହିଛି କି ଯେ ସେହି ତାରିଖ ପରେ ଗୁଗୁଲ ସେହି କର୍ମଚାରୀଙ୍କ ସହ ଯୋଗାଯୋଗ ଆରମ୍ଭ କରିବ ଯେଉଁମାନେ ସେମାନଙ୍କ ଷ୍ଟାଟସ୍‌ ଅପଲୋଡ୍ କରିନାହାଁନ୍ତି କିମ୍ବା ଟୀକାକରଣ କରିନାହାଁନ୍ତି। ତେବେ CNBC ଅନୁଯାୟୀ, ଗୁଗୁଲ୍ ଆହୁରି କହିଛି ଯେ ଯେଉଁ କର୍ମଚାରୀମାନେ ଜାନୁଆରୀ ୧୮ ପର୍ଯ୍ୟନ୍ତ ଟୀକାକରଣ ନିୟମ ପାଳନ କରିନାହାଁନ୍ତି। ତାଙ୍କୁ 30 ଦିନ ପାଇଁ ପେଡ୍‌ ଏଡ୍‌ମିନିଷ୍ଟ୍ରେଟିଭ୍‌ ତଥା ‘ଦେୟଯୁକ୍ତ ପ୍ରଶାସନିକ ଛୁଟି’ରେ ରଖାଯିବ । ଏହା ପରେ, ଛଅ ମାସ ପାଇଁ ସେମାନଙ୍କ ଅନପେଡ୍‌ ପର୍ସନାଲ ଲିବ୍‌ ଏବଂ ତା’ପରେ ସେବା ବନ୍ଦ ହୋଇଯିବ।, ସିଏନବିସି ରିପୋର୍ଟ ଉପରେ ଗୁଗୁଲ ସିଧାସଳଖ କୌଣସି ପ୍ରକାରର ମନ୍ତବ୍ୟ ଦେଇ ନାହିଁ, କିନ୍ତୁ ଟୀକାକରଣ କରୁଥିବା କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ଆମେ ସବୁ ପ୍ରକାର ପ୍ରତିଶ୍ରୁତିବଦ୍ଧ ଅଛୁ ବୋଲି ସେ କହିଛନ୍ତି।

ଅନ୍ୟପଟେରେ, ୱାର୍କଫର୍ମ ହୋମ ତଥା ଘରୁ ରହି କାମ କରୁଥିବା ସେବାକୁ ସ୍ଥଗିତ କରାଯାଇଛି । ଏନେଇ ଅଗଷ୍ଟ ମାସରେ ଗୁଗୁଲ କହିଛି ଯେ ଏହା ନୂଆ ବର୍ଷରେ ୧୦ ଜାନୁଆରୀରୁ ସପ୍ତାହରେ ଅତି କମରେ ତିନି ଦିନ ଅଫିସରୁ କାମ କରିବେ । ଯାହା ପରେ ଘରେ ରହି କାମ କରିବା ନିୟମ ବନ୍ଦ ହେବ । କରୋନା ଟୀକାକରଣର ଉଭୟ ଡୋଜ୍‌ ନେବା ପରେ ମଧ୍ୟ ପ୍ରାୟ ୪୦% ଆମେରିକୀୟ କର୍ମଚାରୀ ଗତ ସପ୍ତାହରେ ଅଫିସ୍‌କୁ ଫେରିଛନ୍ତି। କିନ୍ତୁ ବର୍ତ୍ତମାନ ଓମିକ୍ରନ୍ କାରଣ ହେତୁ ଘରୁ ରହି କାମ କରିବା ଭଳି ପୁଣି ସମସ୍ୟା ହୋଇଛି । କରୋନା ମହାମାରୀ ସମୟରେ ଏହାର କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଗୁଗୁଲ ପ୍ରଥମ କମ୍ପାନୀ ମଧ୍ୟରୁ ଅନ୍ୟତମ ଅଟେ


Share It

Comments are closed.