‘ଖେଳ ଠାରୁ ବଡ଼ କେହି ନୁହେ’, ଇଶାରା ଇଶାରାରେ କୋହଲିଙ୍କୁ ଚେତାବନୀ ଦେଲେ କ୍ରୀଡାମନ୍ତ୍ରୀ
ବିରାଟ କୋହଲିଙ୍କୁ ୱାନଡେ କ୍ୟାପଟେନ୍ ପଦରୁ ହଟାଯିବା ପରେ ସ୍ଥିତି ଖୁବ୍ ଉତ୍ତେଜନାମୂଳକ ରହିଛି। ବିସିସିଆଇ ନିକଟରେ ବିରାଟ କୋହଲିଙ୍କୁ ୱାନଡେ କ୍ୟାପଟେନ୍ ପଦରୁ ଟିମ୍ ଇଣ୍ଡିଆରେ ବିବାଦର ଖବର ସାମନାକୁ ଆସୁଛି। ଏହା ଭିତରେ ଖେଳ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଗଣମାଧ୍ୟମ ସହିତ କଥା ହୋଇ ଇଶାରା ଇଶାରାରେ ବିରାଟ କୋହଲିଙ୍କୁ ଚେତାବନୀ ଦିଆଯାଇଛି।
ଅନୁରାଗ ଠାକୁର ବିରାଟ କୋହଲିଙ୍କ ନାମ ନନେଇ ସେ କହିଛନ୍ତି, କୌଣସି ଖେଳାଳି ଖେଳଠାରୁ ବଡ ନୁହେଁ। କେଉଁ ଖେଳାଳି ସହ କ’ଣ ଚାଲିଛି , ମୁଁ ତା ବିଷୟରେ କହିପାରିବିନି। ଏଥିପାଇଁ ତାଙ୍କ ସମ୍ପର୍କିତ ଆସୋସିଏସନ୍ କିମ୍ବା ସଂସ୍ଥାନ ଦାୟୀ। ଏହା ଠିକ୍ ହେବ ଯେ, ଏହା ଉପରେ ସୂଚନା ଦିଅନ୍ତୁ, ବିରାଟ ଟି-୨୦ ବିଶ୍ୱକପ ୨୦୨୧ ପୂର୍ବରୁ କହିଥିଲେ, ସେ ଏଭଳି ଟୁର୍ଣ୍ଣାମେଣ୍ଟ ପରେ ଟି-୨୦ ଫର୍ମାଟର କ୍ୟାପଟେନ୍ସିପ୍ ଛାଡି ଦେବେ। ସେଭଳି ୱାନଡେ ଓ ଟେଷ୍ଟ ଟିମ୍ର କ୍ୟାପଟେନ୍ ରହିବେ।
Sports is supreme & nobody is bigger than sports. I can't you give info as to what's going on b/w which players in what game. It's the job of concerned federations/associations. It'll be better if they give info: Sports Min Anurag Thakur when asked about rift b/w 2 BCCI Captains pic.twitter.com/6rn0fhuyRF
— ANI (@ANI) December 15, 2021
ବିସିସିଆଇ ପକ୍ଷରୁ କୁହାଯାଇଛି ଟି-୨୦ ଓ ୱାନଡେ ପାଇଁ ଅଲଗା ଅଲଗା କ୍ୟାପଟେନ୍ ହେବା ରଖିବାକୁ ଚାହୁଁନଥିଲୁ। ସେଥିପାଇଁ କୋହଲିଙ୍କୁ ୱାନଡେ କ୍ୟାପଟେନ ପଦରୁ ହଟାଇ ଦିଆଗଲା। ଇନସାଇଡ୍ ସ୍ପୋର୍ଟଙ୍କୁ ଦେଇଥିବା ଇଣ୍ଟରଭ୍ୟୁରେ ବିସିସିଆଇ ଅଧିକାରୀ କହିଛନ୍ତି, ବିରାଟ କୋହଲି ୱାନଡେ କ୍ୟାପଟେନ୍ ପଦରୁ ହଟିବା କଥାକୁ ହାଲକାରେ ନିଆଯାଇନି। କୋହଲି ୱାନଡେ ସିରିଜରୁ ହଟିବାର ନିଷ୍ପତ୍ତି ନିଜର ପରିବାର ସହିତ ସମୟ ବିତାଇବା ପାଇଁ ନେଇଛନ୍ତି, କିନ୍ତୁ କେହି ବି ବୋକା ନୁହେଁ। ଯାହା କିଛି ବି ହେଉଛି ତାହା ସ୍ୱୀକାର୍ଯ୍ୟ ନୁହେଁ। ଯେଉଁ ଦିନଠାରୁ ରୋହିତ ଶର୍ମାଙ୍କୁ ୱାନଡେ କ୍ୟାପଟେନ୍ କରାଯିବାର ଘୋଷଣା କରାଯାଇଛି, ଏହାପରେ ତାକୁ ନେଇ ଖୁବ ବିବାଦ ହେଉଛି।
ବିସିସିଆଇ ରୋହିତଙ୍କୁ ୱାନଡେ ଅଧିନାୟକ କରିବାର ଗୋଟିଏ ଦିନ ପରେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ଯେ ବିରାଟଙ୍କ ବିଷୟରେ ଆଲୋଚନା କରିଥିଲୁ। ହ୍ଧାଇଟ ବଲ୍ କ୍ରିକେଟ୍ ରେ ଦୁଇଜଣ ଅଧିନାୟକ ରହିପାରିବେ ନାହିଁ, ତେଣୁ ଟି -୨୦ଦଳ ପରେ ରୋହିତଙ୍କୁ ଦିନିକିଆ ଦଳର ଅଧିନାୟକତ୍ୱ ମଧ୍ୟ ଦିଆଗଲା ।ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଆମେ ଉଭୟ ଅଧିନାୟକଙ୍କ ସହ ବସି ଆଗର ରାସ୍ତା ବାହାର କରିବୁ। ୱାନଡେ ଦଳରୁ ବିରାଟଙ୍କୁ ହଟାଇବା ଦଳର ମଙ୍ଗଳ ପାଇଁ କରାଯାଇଛି ତେବେ ବିରାଟଙ୍କୁ ଏତେ ସ୍ବାର୍ଥପର ହୋଇ ପ୍ରତିକ୍ରିୟା ଦେବା ଉଚିତ୍ ନଥିଲା । ଦଳ ପାଇଁ ତାଙ୍କର ଅନେକ ଅବଦାନ ରହିଛି ଓ ସବୁବେଳେ ଟିମ୍କୁ ଆଗରେ ରଖିଛନ୍ତି। ତେବେ ଯାହା ଘଟୁଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
Comments are closed.