ଆଗକୁ ଆହୁରୀ ମହଙ୍ଗା ହେବ ଖାଇବା ତେଲ
ଖାଉଟିଙ୍କ ପାଇଁ ଆଉ ଶସ୍ତା ତେଲ ଯୁଗ ଫେରିବ ନାହିଁ । ଆସନ୍ତା ବର୍ଷ ଲିଟର ପିଛା ଖାଇବା ତେଲର ସ୍ୱାଭାବିକ ଦର ୧୦୦ରୁ ୧୦୫ ଟଙ୍କା ମଧ୍ୟରେ ରହିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ୨୦୧୯ ତୁଳନାରେ ଏହା ୩୦% ଅଧିକ । ତେବେ ମାର୍ଚ୍ଚ ୨୦୨୨ରୁ ଗ୍ରାହକ ବର୍ତ୍ତମାନର ଦରରୁ ୭ରୁ ୮% ରିହାତି ପାଇବେ । ଉକ୍ତ ସମୟରେ ଦେଶରେ ଶୀତଦିନିଆ ସୋରିଷ ଅମଳ ହୋଇଯାଇଥିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୨୧ରେ ଭାରତରେ ଖାଇବା ତେଲ ଦର ୨୦୦ ଟଙ୍କା ପାର୍ କରିଛି । ବର୍ତ୍ତମାନ ଦର ଖସିଥିବା ସତ୍ତେ୍ୱ ଆଗକୁ ଏଥିରେ ଦରବୃଦ୍ଧି ଜାରି ରହିବ । ଅନ୍ତର୍ଜାତୀୟ ବଜାରରେ ସୋୟାବିନ, ସୂର୍ଯ୍ୟମୁଖୀ ଏବଂ ତାଳ ତେଲ ଦର ବଡ଼ ମାତ୍ରାରେ ବୃଦ୍ଧି ପାଇଛି । ଭାରତ ଏହାର ଖାଦ୍ୟ ତେଲ ଆବଶ୍ୟକତାର ୭୦% ଆମଦାନି ଜରିଆରେ ପୂରଣ କରିଥାଏ । ଫଳରେ ଏହା ଆଗକୁ ଖାଉଟିଙ୍କୁ ପ୍ରବଳ ମାତ୍ରାରେ ବାଧିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ସରକାରଙ୍କ ଦ୍ୱାରା ଆମଦାନି ନୀତିକୁ କୋହଳ କରାଯିବା ଦ୍ୱାରା ସୋୟାବିନ ତେଲର ପାଇକାରୀ ମୂଲ୍ୟ ୧୨୫ ଟଙ୍କାକୁ ହ୍ରାସ ପାଇଛି । ସେହିଭଳି ଅନ୍ୟାନ୍ୟ ଖାଦ୍ୟ ତେଲଗୁଡିକର ଦର ବି ହ୍ରାସ ପାଇଛି।
Comments are closed.